ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏପ୍ରିଲ୍ ୭ରେ ବିଜେଡିରେ ମିଶିବେ ଗଣେଶ୍ୱର, ଅନ୍ୟ ଟିକେଟ ଆଶାୟୀଙ୍କ ବଢ଼ିଲା ଚିନ୍ତା

କେନ୍ଦ୍ରାପଡ଼ା,୦୪/୦୪: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ମଙ୍ଗଳବାର କଂଗ୍ରେସ ସହ ଦୀର୍ଘ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିଲେ । ଆସନ୍ତା ୭ ତାରିଖ ଦିନ ସେ  ବିଜେଡିରେ ଯୋଗଦାନ କରିବେ ବୋଲି ସୂଚନା  ମିଳିଛି । ଗଣେଶ୍ୱର ବିଜେଡିରେ ମିଶିବା ସମ୍ଭାବନା ବଢ଼ିବା ପରେ ବିଜେଡି ଶିବିରର ଅନ୍ୟ ଟିକଟ ଆଶାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।  

୨୦୧୯ ନିର୍ବାଚନରେ ବିଜେଡିର ମାଳମାଳ  ଆଶାୟୀ ବାହାରିବାରୁ ଦଳ ଜିଲ୍ଲା ବାହାରୁ ଶଶିଭୂଷଣ  ବେହେରାଙ୍କୁ ଆଣି ଏଠାରେ ପ୍ରାର୍ଥୀ କରିଥିଲା । ଶଶି  ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱରଙ୍କୁ ହରାଇ  ବିଜୟ ଲାଭ କରିଥିଲେ । ତେବେ ବିଜୟ ବ୍ୟବଧାନ  ବହୁତ କମ୍‌ ଥିଲା । ଶଶିଙ୍କୁ କଡ଼ା ଟକ୍କର ଦେଇଥିଲେ ଗଣେଶ୍ୱର । ଶଶିଙ୍କୁ ୬୬ ହଜାର ୧୩୨ ଖଣ୍ଡ ଓ  ଗଣେଶ୍ୱରଙ୍କୁ ୫୯ହଜାର ୫୪୭ ଖଣ୍ଡ ଭୋଟ୍‌  ମିଳିଥିଲା । ହେଲେ ଦଳ ବିଭିନ୍ନ କାରଣରୁ ଏଠାରେ  ଆଉ ଶଶିଙ୍କୁ ରିପିଟ୍‌ କରିବାକୁ ଚାହୁଁନି । ତେଣୁ  ଆଶାୟୀଙ୍କ ମଧ୍ୟରେୁ ଯୁବ ବିଜେଡି ଜିଲ୍ଲା ସଭାପତି  ରାଜେଶ ଦାସଙ୍କୁ ଏକ ବଡ଼ ଗୋଷ୍ଠୀ ପ୍ରାର୍ଥୀ କରିବାକୁ  ଚାହୁଁଥିଲେ । ତେବେ ଉକ୍ତ ଗୋଷ୍ଠୀର ନିଷ୍ପତ୍ତି ସହ  ଶୀର୍ଷ ନେତୃତ୍ୱ ସହମତ ହୋଇପାରିଲେ ନାହିଁ । ଯଦି  ରାଜେଶଙ୍କୁ ପ୍ରାର୍ଥୀ କରାଯାଉଛି, ଅନ୍ୟ ଆଶାୟୀଙ୍କ  ମଧ୍ୟରେ ଏହାର କି ପ୍ରଭାବ ରହିବ ଓ ସେମାନେ  କେମିତି ତାକୁ ଗ୍ରହଣ କରିବେ ତାକୁ ମଧ୍ୟ ଦଳ  ପରଖିଥିଲା । ଯଦି ଗଣେଶ୍ୱର ପ୍ରାର୍ଥୀ ହେଉଛନ୍ତି ଏ  ସମସ୍ୟା ରହିବ ନାହିଁ । ଗଣେଶ୍ୱରଙ୍କ ବଡ଼ ସମର୍ଥକ ଓ  ଅନୁଗତ ଗୋଷ୍ଠୀ ସହ ବିଜେଡିର ପାରମ୍ପରିକ ଭୋଟ୍‌  ତାଙ୍କୁ ମିଳିବ ଓ ଦଳ ଫାଇଦାରେ ରହିବ ବୋଲି ବିଚାର  କରାଯାଉଛି । ଗଣେଶ୍ୱରଙ୍କୁ ପ୍ରାର୍ଥୀ କରାଗଲେ ରାଜେଶ  ତାଙ୍କୁ ସହଯୋଗ କରିବେ ବୋଲି ଶୁଣାଯାଉଛି ।  ଏଣେ ଦଳୀୟ ଶିବିରର ଅନ୍ୟ ଆଶାୟୀମାନେ ବିକଳ୍ପ  ସନ୍ଧାନରେ ଥିବା ଚର୍ଚ୍ଚା ହେଉଛି ।  

୨୦୦୯ ମସିହାରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ  ହେବା ପରଠାରୁ ଗଣେଶ୍ୱରଙ୍କ ନେତୃତ୍ୱରେ  ଥିବା କଂଗ୍ରେସ ସଂଗଠନକୁ କିଏ ସମ୍ଭାଳିବେ,  ସେ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।  ଗଣେଶ୍ୱରଙ୍କ ପୂର୍ବରୁ ଦିବଂଗତ ନେତା ତଥା ପୂର୍ବତନ  ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି କେନ୍ଦ୍ରାପଡାରେ  କଂଗ୍ରେସର ମଙ୍ଗ ଧରିଥିଲେ । ୧୯୯୫ ମସିହାରେ  ସ୍ୱର୍ଗତ ମହାନ୍ତି ଜନତା ଦଳ ପ୍ରାର୍ଥୀ ବେଦପ୍ରକାଶ  ଅଗ୍ରୱାଲଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲେ ।  ଭାଗବତ ଶେଷଥର ପାଇଁ ୨୦୦୦ ମସିହାରେ  କଂଗ୍ରେସ ଟିକଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ  ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶଙ୍କଠାରୁ  ହାରି ଯାଇଥିଲେ । ୨୦୦୪ ମସିହାରେ କଂଗ୍ରେସ  ଓ ଓଜିପି ମଧ୍ୟରେ ମେଣ୍ଟ ହେବାରୁ ଏଠାରେ  କଂଗ୍ରେସ ପ୍ରାର୍ଥୀ ଦେଇନଥିଲା । ତେଣୁ କଂଗ୍ରେସ  ସମର୍ଥନରେ ଓଜିପିରୁ ପ୍ରାର୍ଥୀ ହୋଇଥିବା  ଉତ୍କଳ କେଶରୀ ପରିଡ଼ା ଏଠାରେ ବିଜେପିର  ବେଦପ୍ରକାଶ ଅଗ୍ରୱାଲଙ୍କୁ ହରାଇ ଜିତିଥିଲେ ।  ତେଣୁ ୨୦୦୦ ମସିହାରୁ ଅଦ୍ୟାବଧି ଅଢ଼େଇ  ଦଶନ୍ଧି ଧରି କଂଗ୍ରେସ କେନ୍ଦ୍ରାପଡ଼ା ବିଧାନସଭା  କ୍ଷେତ୍ରରେ ଆଉ ଜିତିବାରେ ସମର୍ଥ ହୋଇନାହିଁ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.