ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ପ୍ୟାରିସ୍‌ରେ ସେରେନା ଓ୍ବିଲିୟମ୍ସଙ୍କୁ ଛାତରେ ଟେବୁଲ ଦେବାକୁ ମନା କଲା ରେଷ୍ଟୁରାଣ୍ଟ, କ୍ଷୋଭ ପ୍ରକାଶ କଲେ ପୂର୍ବତନ ଟେନିସ୍‌ ଷ୍ଟାର

Image Courtesy: today.com

ନୂଆଦିଲ୍ଲୀ: ପୂର୍ବତନ ଟେନିସ୍‌ ଷ୍ଟାର ସେରେନା ଓ୍ବିଲିୟମ୍ସ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସର ଉଦଘାଟନୀ ସମାରୋରରେ ମଶାଲ ଧରିଥିବା (ଟର୍ଚ୍ଚ ବିଏରର) ସେରେନା ଓ୍ବିଲିୟମ୍ସ ଏକ ରେଷ୍ଟୁରାଣ୍ଟ ଉପରେ ଖୁବ ବର୍ଷିଛନ୍ତି । ପ୍ୟାରିସର ଏକ ରେଷ୍ଟୁରାଣ୍ଟ ତାଙ୍କୁ ଏବଂ ତାଙ୍କ ପିଲାଙ୍କୁ ଛାତରେ ଟେବୁଲ ଦେବାକୁ ମନା କରିଦେଇଥିଲା । ସେରେନା ଓ୍ବିଲିୟମ୍ସ ଏକ୍ସରେ ଲେଖିଛନ୍ତି ଯେ, ‘ପ୍ୟାରିସ୍‌ର ପେନିନସୁଲା ହୋଟେଲ ମୋତେ ଓ ମୋର ଦୁଇ ପିଲା ଆଲେକ୍ସିଜ୍‌ ଅଲିମ୍ପିୟା ଜୁନିୟର (୬ ବର୍ଷ) ଏବଂ ଆଣ୍ଡିରା ରିଭର(୧୧ ମାସ)ଙ୍କୁ  ‘ରୁଫଟପ୍‌’ ଟେବୁଲ ଦେବାକୁ ମନା କଲା ।’ 

ସେରେନା ଓ୍ବିଲିୟମ୍ସଙ୍କ ଏହି ଟ୍ବିଟରେ ପେନିନ୍‌ସୁଲା ହୋଟେଲ ତୁରନ୍ତ ପ୍ରତିକ୍ରିୟା ଦେଇଛି । ଅଲିମ୍ପିକରେ ୪ ଥର ସ୍ବର୍ଣ୍ଣ ପଦକ ବିଜେତା ୪୨ ବର୍ଷୀୟା ସେରେନା ଓ୍ବିଲିୟମ୍ସଙ୍କୁ କ୍ଷମା ମାଗିଛନ୍ତି ହୋଟେଲ କର୍ତ୍ତୃପକ୍ଷ ।  ହୋଟେଲ ପକ୍ଷରୁ କୁହାଯାଇଛି ଯେ, ‘ଆପଣ ଗତକାଲି ରାତିରେ ଆସିଥିଲେ । କିନ୍ତୁ ଦୁରଭାଗ୍ୟବଶତଃ ଆମର ରୁଫଟପ୍‌ ବାର ସମ୍ପୂର୍ଣ୍ଣ ବୁକ୍‌ ହୋଇସାରିଥିଲା । ଅନ୍ୟ ଏକ ଟ୍ବିଟରେ ହୋଟେଲ କାର୍ତ୍ତୃପକ୍ଷ ସେରେନା ଓ୍ବିଲିୟମ୍ସଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇବା ସହ ପୁଣି ଥରେ ହୋଟେଲ ଆସିବାକୁ ଅନୁରୋଧ କରିଛନ୍ତି ।  

ସେରେନା ଓ୍ବିଲିୟମ୍ସ ଅଲିମ୍ପିକ ପାଇଁ ଏବେ ପ୍ୟାରିସରେ ଅଛନ୍ତି । ସେ ଜୁଲାଇ ୨୬ରେ ଆୟୋଜିତ ଅଲିମ୍ପିକ୍‌ର ଉଦଘାଟନୀ ସମାରୋହରେ ଅନ୍ୟ ଆଥଲେଟଙ୍କ ସହ ମଶାଲ ଧରିଥିଲେ । ସେବେଠାରୁ ୨୩ ଥର ଗ୍ରାଣ୍ଡସ୍ଲାମ ବିଜୟୀ ସେରେନା ଓ୍ବିଲିୟମ୍ସ ଅଲିମ୍ପିକର ବିଭିନ୍ନ ଇଭେଣ୍ଟରେ ନଜର ଆସିଛନ୍ତି । ନୋଭାକ ଜୋକୋଭିକ, କାର୍ଲୋସ୍‌ ଆଲକାରାଜଙ୍କୁ ହରାଇ ସ୍ବର୍ଣ୍ଣ ଜିତିଥିବା ପୁରୁଷ ଏକକ ଟୁର୍ଣ୍ଣାମେଣ୍ଟ ଦେଖିଥିଲେ ସେରେନା ଓ୍ବିଲିୟମ୍ସ । 

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.