ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆହୁରି ୫ ଦିନ ରହିବ ତାତି : ୨ ଜିଲ୍ଲାକୁ ସିଭିୟର ହିଟ୍ ଓ୍ବେଭ, ୧୦ ଜିଲ୍ଲାକୁ ହିଟ୍ ଓ୍ବେଭ ଓ୍ବାର୍ଣ୍ଣିଂ

ଭୁବନେଶ୍ବର,୨୪।୪ :  କମିବନି ତାତି । ବରଂ ଆହୁରି ବଢିବ । ଆହୁରି ପାଞ୍ଚ ଦିନ ତତଲା କଡେଇରେ ଭାଜି ହେବ ଓଡିଶା। ୨୫ ତାରିଖ ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଆଲର୍ଟ ଜାରି ହୋଇଛି। ଏହି ଦୁଇ ଜିଲାକୁ ସିଭିୟର ହିଟ୍ ‌ ଓ୍ବେଭ ‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୭ ଓ ୨୮ରେ ବି ଅଧିକ କଲବଲ କରିବ ତତଲା ଝାଞ୍ଜି ପବନ ଓ ମୁଣ୍ଡ  ଫଟା ଖରା । ଆଗାମୀ ପାଞ୍ଚ ଦିନ ହିଟ୍ ୱେଭ ଓ ସିଭିୟର ହିଟ ୱେଭ ପାଇଁ ସତର୍କ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ପାଇଁ ନର୍ଥ କୋଷ୍ଟାଲ ଓଡ଼ିଶା, ସାଉଥ କୋଷ୍ଟାଲ ଓଡ଼ିଶାର ଜିଲ୍ଲା ପାଇଁ ସତର୍କ ଜାରି କରାଯାଇଛି । 

୨୭ ଓ ୨୮ ତାରିଖ ପାଇଁ ମୟୁରଭ୍ଞ୍ଜ, ବୌଦ୍ଧ, ଖୋର୍ଦ୍ଧା ଜଗତସିଂହପୁର, ସୋନପୁର, ନୂଆପଡ଼ା, କେଉଁଝର, ସୁନ୍ଦରଗଡ, କଳାହାଣ୍ଡି,  ବାଲେଶ୍ବର ଜିଲ୍ଲାରେ ହିଟୱେବ ସହ ସିଭିୟର ହିଟ ୱେବ ରହିବ। ଏହାଛଡ଼ା ଆଗାମୀ ୫ ଦିନରେ ଅନେକ ଜିଲ୍ଲାରେ ୪୫ ଡ଼ିଗ୍ରୀ ଉପରେ ମଧ୍ୟ ପାରଦ ରେକର୍ଡ କରାଯାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୩୦ ତାରିଖ ବେଳକୁ ଆଶା କରାଯାଉଛି ବର୍ଷା ହୋଇପାରେ କିନ୍ତୁ ବହୁତ କମ ପରିମାଣର ବର୍ଷା ହେବ। ତେବେ ୧୫ ତାରିଖଠୁ ଲଗାତାର ୯ ଦିନ ଧରି ହିଟ୍ ଓ୍ବେଭ ଚାଲିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକା ମନୋରମା ମହାନ୍ତି କହିଛନ୍ତି। 

ଆହୁରି ପଢନ୍ତୁ : ଭୁବନେଶ୍ବର ଉତ୍ତପ୍ତ ସହର, ପାରଦ ଡେଇଁଲା ୪୩ ଡିଗ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.