ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଶାହରୁଖ ଖାନଙ୍କ ଫ୍ୟାନ୍ ଭେଣ୍ଟିଲେଟରରେ ଦେଖିଲେ ‘ଜବାନ’, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ ୧୭/୯: ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ଷ୍ଟାରଡମ୍ ସମ୍ପର୍କରେ ତ ଆପଣାନେ ଜାଣିଥିବେ । ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ଜବାନ ବକ୍ସ ଅଫିସରେ ଭଲ ଆୟ କରୁଛି । ଫିଲ୍ମକୁ ନେଇ ଏତେ କ୍ରେଜ୍ କି ସକାଳ ୬ଟାରୁ ଶୋ ମଧ୍ୟ ଜହରଦସ୍ତ ହେଉଛି । ତେବେ ଏହା ମଧ୍ୟରେ ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଥିରେ ଶାହରୁଖ ଖାନଙ୍କ ଜଣେ ଫ୍ୟାନ୍ ଭେଣ୍ଟିଲେଟରରେ ବସି ବସି ତାଙ୍କ ଫିଲ୍ମ ଦେଖୁଛନ୍ତି । 

ଟ୍ୱିଟରରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ କି କେମିତି ଶାହରୁଖ ଖାନଙ୍କ ଜଣେ ଫ୍ୟାନ୍ ଭେଣ୍ଟିଲେଟର ମେସିନ ସହିତ ସିନେମା ହଲକୁ ଯାଇ ତାଙ୍କ ଫିଲ୍ମ ଦେଖିଛନ୍ତି । ଭିଡିଓରେ ନଜର ଆସୁଛି କି ବ୍ୟକ୍ତି ଜଣକ ଅନିସ ଫାରୁଖୀ, ଯିଏ କି ଦିବ୍ୟାଙ୍ଗ । ସେ ଅନେକ ବର୍ଷ ହେବ ଭେଣ୍ଟିଲେଟରରେ ଅଛନ୍ତି । ତେବେ ଜବାନ ଫିଲ୍ମ ରିଲିଜ୍ ହେବା ପରେ ସେ ଆଉ ଅଟକି ପାରିଲେନି । ସିନେମା ହଲ୍ ଗଲେ ଏବଂ ନିଜ ପ୍ରିୟ ଷ୍ଟାରଙ୍କ ଫିଲ୍ମ ଦେଖିଲେ । ସିନେମାହଲ ବାହାରେ ମଧ୍ୟ ସେ ଭେଣ୍ଟିଲେଟର ମେସିନ୍‌ ସହିତ ନଜର ଆସିଛନ୍ତି । ଅନିସଙ୍କ ପାଇଁ ତାଙ୍କ ପରିବାର ସ୍ପେଶାଲ ସ୍କ୍ରିନିଂ କରାଇ ତାଙ୍କୁ ଫିଲ୍ମ ଦେଖାଇଛନ୍ତି । ଏହି ଅବସରରେ ସାରା ସିନେମାହଲ୍ ଖାଲି ଥିଲା ଏବଂ ଅନିସ୍ ଆରାମରେ ଶାହରୁଖଙ୍କ ଫିଲ୍ମ ଦେଖିଛନ୍ତି । 



ଆପଣଙ୍କୁ କହିରଖୁଛୁ ଅନେକ ବର୍ଷ ପରେ ଗତ ବର୍ଷ ପରେ ଶାହରୁଖଙ୍କ ଫିଲ୍ମ ପଠାନ ରିଲିଜ୍ ହୋଇଥିଲା । ଏହି ଫିଲ୍ମ ଜରିଆରେ ଶାହରୁଖ ଦମଦାର କମବ୍ୟାକ୍ କରିଥିଲେ । ଏହା ପରେ ଜବାନ ଉପରେ କୋଟି କୋଟି ଲୋକଙ୍କ ନଜର ରହିଥିଲା । ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହରୁଖ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମଟି ଭଲ ଆୟ କରୁଛି । ତେବେ ଶାହରୁଖଙ୍କ ଆଗାମୀ ଫିଲ୍ମ ଡଙ୍କିକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । 

Copyright © 2022 - Summa Real Media Private Limited. All Rights Reserved.