ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ହିନ୍ଦୁ ମନ୍ତବ୍ୟ ମାମଲା: ସାଂସଦ ରାହୁଲ ଗାନ୍ଧୀଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ

ନୂଆଦିଲ୍ଲୀ,୦୯/୦୭: ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହିନ୍ଦୁଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିବାବେଳେ ଉତ୍ତରାଖଣ୍ଡ ଜ୍ୟୋତିର୍ମଠର  ୪୬ତମ ଶଙ୍କାରଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ରାହୁଲଙ୍କୁ ସମର୍ଥନ କରିଛନ୍ତି । 

ହିନ୍ଦୁଙ୍କ ଅନ୍ୟତମ ପ୍ରମୁଖ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ହିନ୍ଦୁଙ୍କ ଉପରେ ରାହୁଲଙ୍କ ମନ୍ତବ୍ୟ ବାବଦରେ ଜାଣିବା ପରେ ତାଙ୍କ ସମ୍ପୂର୍ଣ୍ଣ ଭାଷଣକୁ ଧ୍ୟାନ ସହକାରେ ଶୁଣିଛୁ ।  ସେ ଏହା ସ୍ପଷ୍ଟ ଭାବେ କହିଛନ୍ତି ଯେ ହିନ୍ଦୁ ଧର୍ମ ହିଂସାକୁ କେବେ ସ୍ୱୀକାର କରେନାହିଁ । ଭାଷଣରେ ରାହୁଲ କିଛି ଭୁଲ୍‌ କହିଥିବା ଦେଖାଯାଇନାହିଁ ।  ହିନ୍ଦୁ ଧର୍ମରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ରାହୁଲ କହିଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ  ସତ୍ୟ । ତାଙ୍କ ଭାଷଣକୁ ଏଡିଟ୍‌ କରି ଅଧା ସତ ପ୍ରସାର କରିବା ଏକ ଅପରାଧ । ଏପରି ପ୍ରଚାର କରୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ, କୌଣସି  ଖବରକାଗଜ ହେଉ ବା ଚ୍ୟାନେଲ । ରାହୁଲ  କେନ୍ଦ୍ର ସରକାରରେ ଥିବା ଏକ ପାର୍ଟି ଉଦ୍ଦେଶ୍ୟରେ  ଏହି ମନ୍ତବ୍ୟ ଦେଇଥିଲେ, ହିନ୍ଦୁତ୍ୱ ଉପରେ  ନୁହେଁ । ସେମାନେ ଧର୍ମ ଆଳରେ ହିଂସା ବିସ୍ତାର  କରୁଛନ୍ତି ବୋଲି ରାହୁଲ କହିଥିବା ଶଙ୍କରାଚାର୍ଯ୍ୟ  କହିଛନ୍ତି ।

ପ୍ରକାଶଥାଉ କି, ଲୋକସଭାରେ ରାହୁଲ  କହିଥିଲେ, ବିଜେପି-ଆର୍‌ଏସ୍‌ଏସ୍‌ ସମ୍ପୂର୍ଣ୍ଣ ହିନ୍ଦୁ  ସମାଜ ନୁହନ୍ତି । ହିନ୍ଦୁ ଧର୍ମରେ ହିଂସାର ସ୍ଥାନ ନାହିଁ। ଯେଉଁମାନେ ନିଜକୁ ହିନ୍ଦୁ କହି ହିଂସା  ବିସ୍ତାର କରୁଛନ୍ତି ସେମାନେ ହିନ୍ଦୁ ନୁହନ୍ତି । ଏହାକୁ  ନେଇ ବିଜେପି ରାହୁଲଙ୍କୁ ଟାର୍ଗେଟ କରିଥିଲା। ରାହୁଲ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା  ବିଜେପି ନେତାମାନେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.