ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାମିକାର ଭବିଷ୍ୟତକୁ ନେଇ ଖୁଲାସା କଲେ କୋହଲି, କହିଲେ ଏମିତି..

ନୂଆଦିଲ୍ଲୀ,୧୭/୫: ବିରାଟ କୋହଲି । କ୍ରୀଡା ଜଗତରେ ଜଣେ ଚର୍ଚ୍ଚିତ ଚେହେରା । ତାଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଅଛନ୍ତି । ତେବେ ଷ୍ଟାର ବ୍ୟାଟର ବିରାଟ କୋହଲି ଝିଅ ଭାମିକାକୁ ନେଇ ବଡ ଖୁଲାସା କରିଛନ୍ତି । ଝିଅ ବଡ ହେଲେ ଭବିଷ୍ୟତରେ କଣ କରିବ ବୋଲି ସେ କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ,ବର୍ତ୍ତମାନଠାରୁ ଭାମିକା ବ୍ୟାଟ ଧରୁଛି ଆଉ ତାକୁ ଏହା ଧରିବାକୁ ଭଲ ଲାଗୁଛି । ହେଲେ ଆଗକୁ ସେ ବଡ ହେଲେ କ୍ରିକେଟର ହେବ କି ନାହିଁ ତାହା ଜଣାନାହିଁ ବୋଲି ଏକ ସାକ୍ଷାତକାରରେ ବିରାଟ କହିଛନ୍ତି। ସେହିପରି ତାଙ୍କ ପୁଅ ଅକାୟ  ବିଷୟରେ ସେ କହିଛନ୍ତି ଯେ ତାଙ୍କ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ଅଛି । 

କ୍ରିକେଟର ସାକ୍ଷାତକାରରେ ଆରବିସି ନାଗାସଙ୍କ  ସହ କଥାବାର୍ତ୍ତା କରୁଥିବା ବେଳେ ସେ  ତାଙ୍କ ଝିଅ ବିଷୟରେ କହିଥିଲେ । ନାଗାସ ତାଙ୍କୁ ପୁଅ ଅକାୟ ଓ ଭାମିକାଙ୍କ ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ବିରାଟ କହିଥିଲେ, ପୁଅ ସୁସ୍ଥ ଅଛି, ଭାମିକା ଏବେ ବ୍ୟାଟ ଧରୁଛି ଓ ବ୍ୟାଟରେ ଖେଳିବାକୁ ତାକୁ ଭଲ ଲାଗୁଛି।  । କିନ୍ତୁ ସେ ଆଗକୁ ଜଣେ କ୍ରିକେଟର ହେବ ତାହା ମୁଁ କହିପାରିବି ନାହିଁ । ତାର ଯାହା ପସନ୍ଦ ତାହା ସେ କରିବ ବୋଲି କହିଛନ୍ତି କୋହଲି ।

ଅନେକ ସମୟରେ  ଝିଅ ଭାମିକାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହେଲେ ବର୍ତ୍ତମାନ ସୁଦ୍ଧା ଅକାୟଙ୍କ କୌଣସି ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର କରିନାହାନ୍ତି । କିଛିଦିନ ତଳେ ଆରସିବି ଇଭେଣ୍ଟ ସମୟରେ ଫ୍ରିୱେଲିଂ ଚାଟରେ କୋହଲି ଅବସର ଯୋଜନା ବିଷୟରେ କହିଥିଲେ । କ୍ରିକେଟ୍ କ୍ୟାରିୟରରେ ଶେଷ ହେବା ପରେ ମୁଁ ଚାଲିଯିବି, ମୋତେ କିଛି ସମୟ ପାଇଁ କେହି ଦେଖିବାକୁ ପାଇବେ ନାହିଁ ବୋଲି କହିଥିଲେ କୋହଲି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.