ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଶିବରାଜ ସିଂହ ଚୌହାନଙ୍କୁ କୃଷି ମନ୍ତ୍ରଣାଳୟର ଦାୟିତ୍ୱ

ନୂଆଦିଲ୍ଲୀ – ମଧ୍ୟ ପ୍ରଦେଶର ପୂର୍ବତମ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦିଆଯିବାର ସୂଚନା ମିଳିଛି। ସୂତ୍ରାନୁସାରେ , ଶିବରାଜଙ୍କ ପାଖରେ ଦୁଇଟି ମନ୍ତ୍ରଣାଳୟର ଦାୟିତ୍ୱ ରହିବ। ସେ ଗ୍ରାମୀଣ ଏବଂ ପଞ୍ଚାୟତୀ ରାଜ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ସମ୍ଭାଳିବେ। 

କହି ରଖୁଛୁ କି, ଗତ ବର୍ଷ ୫ମ ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବା ପରେ ୬ଷ୍ଠ ଥର ବିଦିଶା ଲୋକସଭା ଆସନରୁ ବିଜୟୀ ହୋଇଥିବା ଶିବରାଜ ସିଂହ ଚୌହାନ ରବିବାର ପ୍ରଥମ ଥର କେନ୍ଦ୍ରୀୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

ସୂତ୍ର ମୁତାବିକ, କୃଷି ମନ୍ତ୍ରଣାଳୟର ଦାୟିତ୍ୱ ମିଳିବା କ୍ଷଣି ଶିବରାଜ ସିଂହ ଚୌହାନ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି। ସେ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଔପଚାରିକ ଭାବେ ସାକ୍ଷାତ କରିଛନ୍ତି । ଏହାପରେ ସେ ଦିଲ୍ଲୀ ସ୍ଥିତ ମଧ୍ୟ ପ୍ରଦେଶ ଭବନରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିଛନ୍ତି ।  

ସୂଚନା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୯ ଜୁନ୍) ଦିନ ନୂତନ ଏନଡିଏ ମେଣ୍ଟ ସରକାରର ୭୧ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି। ଏଥି ମଧ୍ୟରୁ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ପାଞ୍ଚଜଣଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.