ପ୍ରମୁଖ ଖବର
  • ବଡ଼ଚଣା : ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ ୧୦ରୁ ଅଧିକ ଆହତ
  • ||
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଚଳାଇ ଥିଲେ ଗୁଳି , ୩ ଥର କରିଥିଲେ ରେକି

ମୁମ୍ୱାଇ :  ମୁମ୍ୱାଇ ପୁଲିସର ଅପରାଧ ଶାଖା ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ବଡ଼ ଅପଡେଟ୍‌ ଦେଇଛି। ମଙ୍ଗଳବାର ଦିନ ପୁଲିସ ଅଧିକାରୀ ସ୍ଥାନୀୟ କୋର୍ଟଙ୍କୁ କହିଛନ୍ତି ଯେ, ଗିରଫ କରାଯାଇ ଥିବା ଦୁଇ ଅପରାଧି-ଭିକ୍କି ଗୁପ୍ତା (୨୪) ଓ ସାଗର ପାଲ (୨୧) ସଲମାନ ଖାନଙ୍କୁ ମାରିବାକୁ ଚେଷ୍ଟା କରି ତାଙ୍କ ଘର ବାହାରେ ଗୁଳି ଚଳାଇ ଥିଲେ ଏବଂ ଘଟଣା ପରେ ସହର ବାହାରକୁ ଫେରାର ହୋଇ ଯାଇ ଥିଲେ। ଏଥିରେ ତାଙ୍କୁ ସୋମବାର ବିଳମ୍ୱିତ ରାତିରେ ଗୁଜରାଟର କଚ୍ଛ ଜିଲ୍ଲାର ମାତା ନୋ ମଧ ଗାଁରେ ଧରାଯାଇ ଥିଲା ଏବଂ ପରେ ମୁମ୍ୱାଇ ଅଣାଗଲା।  

'ମହାରାଷ୍ଟ୍ରରେ କୌଣସି ପ୍ରକାରର ଅଣ୍ଡରୱାର୍ଲ୍ଡର କାର୍ଯ୍ୟକଳାପ ହୋଇ ପାରିବ ନାହିଁ ' ...ସଲମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ପୁଲିସ ଅନୁସାରେ , ଘଟଣା ଦିନ ଭିକ୍କି ଗୁପ୍ତା ମୋଟରସାଇକେଲ ଚଲାଉ ଥିଲା ଏବଂ ପଛରେ ବସି ସାଗର ପାଲ ଅଭିନେତାଙ୍କ ଘର ଉପରକୁ ଗୁଳି ବର୍ଷା କରି ଥିଲା। ପ୍ରାରମ୍ଭିକ ଯାଞ୍ଚରେ ପୁଲିସ ଏହା ଜାଣିବାକୁ ପାଇଛି କି, ଦୁଇ ଅଭିଯୁକ୍ତ ସଲମାନଙ୍କ ଘରକୁ ଥରେ କି ଦୁଇ ଥର ନୁହେଁ ତିନି ଥର ରେକି କରି ଥିଲେ। ଯାହାର ଅଧାରରେ ସେ ଦୁହେଁ ଅଭିନେତାଙ୍କ ଘର ବାହାରେ ଫାୟାରିଂ କରିବାର ଯୋଜନା ରଚି ଥିଲେ। 

ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼କୁ ନିନ୍ଦା କଲେ ଶତ୍ରୁଘ୍ନ ସିହ୍ନା , କହିଲେ ...

ମୁମ୍ୱାଇ ପୁଲିସର ଅପରାଧିକ ଶାଖା କୋର୍ଟରେ ରିମାଣ୍ଡ ନୋଟ୍‌ ଜମା କରିଛି। ଏହି ନୋଟ୍‌ରେ ଲେଖା ଯାଇଛି, ଦୁଇ ଅଭିଯୁକ୍ତ ସଲମାନ ଖାନଙ୍କୁ ହତ୍ୟା କରିବା ଚେଷ୍ଟାରେ ଘର ବାହାରେ ଗୁଳି କରିଥିଲେ। ମାଷ୍ଟରମାଇଣ୍ଡର ଚିହ୍ନଟ କରିବା ଓ ସେମାନଙ୍କ ଉଦ୍ଦେଶ୍ୟକୁ ଜାଣିବା ପାଇଁ ଏହି ଦୁହିଙ୍କୁ ହେପାଜତକୁ ନେବା ଜରୁରୀ ଅଛି। କାରଣ ଏବେ ବି ଏହା ଜାଣିବା ବାକି ଅଛି କି, ଏହି ଅଭିଯୁକ୍ତଙ୍କର ସଲମାନ ଖାନଙ୍କ ବ୍ୟତୀତ ଆଉ କାହା ଉପରେ ଆକ୍ରମଣ କରିବାର ଯୋଜନା ଥିଲା କି ? ନୋଟ୍‌ରେ ପୁଲିସ କୋର୍ଟକୁ ଏହା ମଧ୍ୟ କହିଛି, ଏବେସୁଦ୍ଧା ଘଟଣାରେ ବ୍ୟବହାର କରାଯାଇ ଥିବା ବନ୍ଧୁକ ଜବତ ହୋଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.