ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

କୋର୍ଟରେ ବୁଝାମଣା ପାଇଁ ଆସିଥିଲେ, ହଠାତ୍ ଜ୍ବାଇଁକୁ ଗୁଳି ମାରିଲେ ଶ୍ବଶୁର , ଜ୍ବାଇଁ ମୃତ

ଚଣ୍ଡିଗଡ଼, ୩/୮ :  ଜିଲ୍ଲା କୋର୍ଟରେ ଆଜି ଗୁଳି ଚାଳନା ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପଞ୍ଜାବ ପୋଲିସର ପୂର୍ବତନ ଏଆଇଜି ନିଜ ଜ୍ବାଇଁଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । କୁହାଯାଉଛି କି ଉଭୟ ପରିବାର ମଧ୍ୟରେ ଘରୋଇ ବିବାଦ ଚାଲୁଥିଲା । ଏହି ମାମଲାରେ ଦୁଇ ପକ୍ଷ ଶନିବାର ଚଣ୍ଡିଗଡ଼ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ । ଅଭିଯୁକ୍ତଙ୍କ ପରିଚୟ ପୂର୍ବତନ ଏଆଇଜି ମଲାବିନ୍ଦର ସିଂହ ସିଦ୍ଧୁ ଭାବେ ହୋଇଛି । ମୃତ ଜ୍ବାଇଁ କୃଷି ବିଭାଗରେ ଆଇଆରଏସ ଥିଲେ । 

ଉଭୟ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁ ରହିଥିବାବେଳେ ଅଭିଯୁକ୍ତ ଜଣଙ୍କ ବାଥରୁମ୍ ଯିବାକୁ କହିଥିଲେ । ଏହା ପରେ ତାଙ୍କ ଜ୍ବାଇଁ କହିଥିଲେ କି ମୁଁ ରାସ୍ତା କହୁଛି । ଉଭୟ କୋଠରୀ ଭିତରୁ ବାହାରକୁ ଚାଲିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ନିଜ ବନ୍ଧୁକରୁ ୫ଫାଇରିଂ କରିଥିଲେ । ଏହା ମଧ୍ୟରୁ ଦୁଇଟି ଗୁଳି ଯୁବକଙ୍କୁ ଲାଗିଥିଲା । ସେହିଭଳି ଗୋଟିଏ ଗୁଳି ଭିତରେ କୋଠରୀର କବାଟ ପାଖରେ ଲାଗିଥିଲା । ଦୁଇଟି ଫାଇରିଂ ଖାଲି ଚାଲିଥିଲା । ଗୁଳିର ଶଦ୍ଦ ଶୁଣିବା ମାତ୍ରକେ କୋର୍ଟରେ ଆତଙ୍କ ଖେଳିଯାଇଥିଲା ।

ଘଟଣାସ୍ଥଳରେ ପହଞ୍ଚିଥିବା ଓକିଲ ଅଭିଯୁକ୍ତକୁ ଧରି ଗୋଟିଏ କୋଠରୀରେ ବନ୍ଦ କରି ଦେଇଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ଆହତଙ୍କୁ ସେକ୍ଟର ୧୬ ହସ୍ପିଟାଲକୁ ନେଇଯାଇଥିଲେ କିନ୍ତୁ ରାସ୍ତାରେ ହିଁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କୋଠରୀରେ ବନ୍ଦ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇଥିଲା ଏବଂ ଥାନାକୁ ନେଇଯାଇଥିଲା । ଘଟଣା ପରେ କିଛି ଜଜ୍ ବି ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମାମଲାର ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.