ମୁମ୍ବାଇ ୨୯/୦୮: ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା ଏବେ ଅଭିନେତା ଖିଲାଡ଼ି କୁମାରଙ୍କ ପଡ଼ୋଶୀ ହୋଇଛନ୍ତି । ସେ ଜୁହୁ ସ୍ଥିତ ସମୁଦ୍ର ପାଖ ଆପାର୍ଟମେଣ୍ଟ୍କୁ ଭଡ଼ାରେ ନେଇଛନ୍ତି । ଏହି ଆପାର୍ଟମେଣ୍ଟ୍ର ମାଲିକ ଋତ୍ୱିକ ରୋଶନ । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା, ବରୁଣ ଧୱନ ପତ୍ନୀ ନତାଶାଙ୍କ ସହ ଋତ୍ୱିକଙ୍କର ସେହି ଆପାର୍ଟମେଣ୍ଟ୍କୁ ଶିଫ୍ଟ ହେବେ । କିନ୍ତୁ ଏ ନେଇ ଡିଲ୍ ଫାଇନାଲ ହୋଇପାରିଲା ନାହିଁ । ଏବେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍ର ବାସିନ୍ଦା ହୋଇଛନ୍ତି ଶ୍ରଦ୍ଧା ।
ଅକ୍ଷୟ ସେଠାରେ ଏକ ବିଳାସପୂର୍ଣ୍ଣ ଡୁପ୍ଲେକ୍ସ ଆପାର୍ଟମେଣ୍ଟ୍ରେ ପତ୍ନୀ ଟ୍ୱିଙ୍କଲ ଖନ୍ନାଙ୍କ ସହ ରହୁଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ ହରର୍-କମେଡି ଫିଲ୍ମ ‘ସ୍ତ୍ରୀ’ରେ ଅକ୍ଷୟଙ୍କ ସହ ନଜର ଆସିଥିଲେ । ଏଥିରେ ଅକ୍ଷୟଙ୍କର ଝଲକ୍ ଥିଲା । ଋତ୍ୱିକ ଏହି ଆପାର୍ଟମେଣ୍ଟ୍କୁ ୨୦୨୦ ମସିହାରେ କିଣିଥିଲେ, ଯାହାର ମୂଲ୍ୟ ୯୭.୫୦ କୋଟି ଟଙ୍କା । ଆର୍କିଟେକ୍ଟ ଆଶୀଷ ଶାହଙ୍କ ସାହାଯ୍ୟରେ ସେ ଏହି ଘର ନିର୍ମାଣ କରିଥିଲେ । ଗତ ୪ ବର୍ଷରେ ଶ୍ରଦ୍ଧାଙ୍କର କେବଳ ଦୁଇଟି ଫିଲ୍ମ ମୁକ୍ତିଲାଭ କରିଛି । ଗତ ବର୍ଷ ସେ ‘ତୁ ଝୁଠୀ ମେଁ ମକ୍କାର’ରେ ନଜର ଆସିଥିଲେ । ଏ ବର୍ଷ କେବଳ ‘ସ୍ତ୍ରୀ-୨’ ଜରିଆରେ ସେ ବକ୍ସ ଅଫିସ୍ରେ ରାଜ୍ କରୁଛନ୍ତି ।