ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବୁଧବାରଠୁ ଶ୍ରୀକ୍ଷେତ୍ରରେ ସପ୍ତ ଦିବସୀୟ ଝୁଲଣ ଯାତ୍ରା, କୁଞ୍ଜକାନନରେ ଝୁଲିବେ ଦେବଦେବୀ

ପୁରୀ, ୧୨/୦୮: ଶ୍ରୀକ୍ଷେତ୍ରରେ ଝୁଲଣ ମହୋତ୍ସବର ଶୁଭାରମ୍ଭକୁ ମଝିରେ ରହିଲା ମାତ୍ର ଗୋଟିଏ ଦିନ । ଆସନ୍ତା ୧୪ ତାରିଖ ବୁଧବାରଠାରୁ ଆରମ୍ଭ ହେବ ଠାକୁରଙ୍କ ସପ୍ତ ଦିବସୀୟ ବର୍ଷାକାଳୀନ ରାହାସ ଉତ୍ସବ । ମହୋତ୍ସବର ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ଓ ମଠ ଏବେ ଚଳଚଞ୍ଚଳ । କୁଞ୍ଜକାନନର ପଶୁପକ୍ଷୀଙ୍କ କଳରବ ମଧ୍ୟରେ ଠାକୁରେ  ଝୁଲୁଥିବେ । ଶ୍ରୀମଦନମୋହନଙ୍କ ଲକ୍ଷ୍ମୀ ଓ ସରସ୍ୱତୀ ଶ୍ରୀମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ। ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଲୀଳାକୁ ମନେ ପକାଇ  ଶ୍ରୀକ୍ଷେତ୍ର ମଠ ମନ୍ଦିରରେ ମଧ୍ୟ  ସୁସଜ୍ଜିତ ଝୁଲଣ କୁଞ୍ଜରେ ବିଜେ ହେବେ ଦେବଦେବୀ । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସମେତ ମଠ ମନ୍ଦିର ବୁଲି ଠାକୁରଙ୍କ ଏହି ରାହାସ ଉତ୍ସବର ଆନନ୍ଦ ନେବେ । 

ଝୁଲଣ ଯାତ୍ରା ପାଇଁ ଶ୍ରୀମନ୍ଦିର ସମେତ ମଠବାଡ଼ିରେ  ପ୍ରସ୍ତୁତି ଚାଲିଛି । ଏହି ଅବସରରେ ବଡ଼ଦେଉଳରେ  ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି । ମହାପ୍ରଭୁଙ୍କ ମଧ୍ୟାହ୍ନ  ଧୂପ ପରେ ତିନି ବାଡ଼ରେ ସର୍ବାଙ୍ଗ ଲାଗି ଓ ବେଶ  ହେବ । ମହାଜନମାନେ ସିଂହାସନରୁ ଲକ୍ଷ୍ମୀ ସରସ୍ୱତୀଙ୍କୁ  ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ଖଟ ଶେଯରେ  ବିଜେ କରାଇବେ । ପୂଜାପଣ୍ଡା ସାମନ୍ତ ମାଣ୍ଡୁଅ ଭୋଗ  ଅର୍ପଣ କରିବେ । ତିନି ବାଡ଼ରେ ଆଳତି ହେବ ।  ଏହାପରେ ତିନି ମୂର୍ତ୍ତିଙ୍କୁ ଝୁଲଣମଣ୍ଡପ ଦୋଳିକୁ  ଅଣାଯିବ । ବେହେରଣ ଦ୍ୱାର ସମ୍ମୁଖ ମୁକ୍ତି ମଣ୍ଡପରେ  ଝୁଲଣ ମଣ୍ଡପ ପ୍ରସ୍ତୁତ ହେଉଛି । କାରିଗରମାନେ ଝୁଲଣ  କୁଞ୍ଜ ସଜାରେ ଲାଗିଛନ୍ତି । ୭ଦିନ ବ୍ୟାପି ଚାଲିବ ଯାତ୍ରା ।  

ସେହିଭଳି ବିଭିନ୍ନ ମଠ ବାଡ଼ି ସମେତ ବ୍ୟକ୍ତିଗତ  ଘରମାନଙ୍କରେ ମଧ୍ୟ ଚାଲିଛି ଝୁଲଣ ସଜବାଜ । ପାରମ୍ପରିକ କାରିଗରୀର ଶ୍ରେଷ୍ଠ ନିଦ୍‌ର୍ଶନ ଝୁଲଣ  ଯାତ୍ରାର ରୂପରେଖ । ଜରିଜମ୍ଭୁରା  ସାଜରେ ଝଲସିବ କୁଞ୍ଜ । କୁଞ୍ଜରେ ଶୁଆଶାରୀ, ବଣିପାରା, ଗୁଣ୍ଡିଚି  ମୂଷା, ଗାଈ, ମାଙ୍କଡ଼ ଆଦି ମୂର୍ତ୍ତି  ଖଞ୍ଜା ଯାଉଛି । ଜୀବଜନ୍ତୁଙ୍କ ଛାଞ୍ଚରେ ସୋଲପଟିରେ  କାଗଜ ଗୁଡ଼ାଯାଇ ରଂଗ ଦିଆଯାଏ । କାରିଗରମାନେ  ମଠରେ ଥିବା ସାଜକୁ ସଜାଡ଼ି କୁଞ୍ଜ ନିର୍ମାଣରେ  ଲାଗିଛନ୍ତି । ଶ୍ରୀକ୍ଷେତ୍ରରେ ଏଭଳି ସୁକ୍ଷ୍ମ କାରିଗରୀର  ସ୍ୱତନ୍ତ୍ରତା ରହିଛି । ଦ୍ୱାପର ଯୁଗ ଆଧାରିତ ଶ୍ରୀକୃଷ୍ଣ  ଲୀଳା ଓ ପ୍ରକୃତିର ରଙ୍ଗରୂପକୁ ନେଇ କୁଞ୍ଜ ପ୍ରସ୍ତୁତ  ହେଉଛି । ଜଗନ୍ନାଥ ବଲ୍ଲଭ ମଠ, ରାଧାବଲ୍ଲଭ ମଠ,  ବଡ଼ ଓଡ଼ିଆ ମଠ, ଜିୟରସ୍ୱାମୀ ମଠ ସମେତ ପୁରୀର  ବହୁ ମଠ ଓ ମନ୍ଦିରରେ ଝୁଲଣଯାତ୍ରା ପାଳନ ହେବ ।

  • PrameyaOdia
  • prameya
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.