ପ୍ରମୂଖ ଖବର
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସିମ୍‌ ବକ୍ସ ମାମଲାରେ ଜୋରଦାର୍ ଖୋଳତାଡ଼, ଭୁବନେଶ୍ୱରରେ ପହଞ୍ଚିଲା NIA ଟିମ୍‌

ଭୁବନେଶ୍ଵର, ୨୧/୦୮ : ସିମ୍‌ ବକ୍ସ ମାମଲାରେ ଜୋରଦାର୍ ଖୋଳତାଡ଼। ଭୁବନେଶ୍ୱରରେ ପହଞ୍ଚିଲା NIA ଟିମ୍‌। ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସିର ଜଣେ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ନେଇ ଆହୁରି ତଥ୍ୟ ଓଗାଳିବାକୁ ଜେରା କରିବ ଏନଆଇଏ। 

ଭୁବନେଶ୍ୱର, କଟକ ପରେ ମଙ୍ଗଳବାର ଝାଡ଼ଖଣ୍ଡର ରାଞ୍ଚିରୁ ପୁଲିସ ଜବତ କରିଛି ଆଉ ୫ଟି ସିମ୍‌ ବକ୍ସ। କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଦଳ ସ୍ଥାନୀୟ ପୁଲିସ ସହାୟତାରେ ଚଢ଼ାଉ କରି ଏହି ସଫଳତା ପାଇବା ପରେ ଏହି ରାକେଟର ଆତଙ୍କୀ ଲିଙ୍କ୍‌ ନେଇ ସନ୍ଦେହ ଅଧିକ ଘନୀଭୂତ ହୋଇଛି । କମିଶନରେଟ ପୁଲିସ ରିମାଣ୍ଡରେ ଥିବା ବଙ୍ଗୀୟ ଦଲାଲ ରାଜୁ ମଣ୍ଡଳକୁ ଅଧିକ ଜେରା କରିବ ଏନଆଇଏ । ବାଂଲାଦେଶରେ ସକ୍ରିୟ ଥିବା ଆତଙ୍କୀ ସଙ୍ଗଠନ ସହ ମଧ୍ୟ ଏହି ରାକେଟ୍‌ର ଲିଙ୍କ୍‌ ଅଛି । ବାଂଲାଦେଶରେ ବସିଥିବା ରାକେଟର ମୁଖ୍ୟ ଅସାଦ୍ଦୁର ଜମାନକୁ ଗିରଫ ପାଇଁ ମଧ୍ୟ ଇଣ୍ଟରପୋଲର ସହାୟତା ଲୋଡ଼ିଛି କମିଶନରେଟ୍‌ ପୁଲିସ ।

ସିମ୍‌ ବକ୍ସ ରାକେଟର ଚେର ବହୁତ ଲମ୍ବା। ପଶ୍ଚିମବଙ୍ଗରେ ମଧ୍ୟ ଏଭଳି ସିମ୍‌ ବକ୍ସ ଥିବାର ସୂଚନା ମିଳୁଥିବା ଜଣାପଡ଼ିଛି। ତାହାକୁ ଖୋଜିବା ପାଇଁ ଖୁବ ଶୀଘ୍ର ଏକ ପୁଲିସ ଟିମ୍‌ ମଧ୍ୟ ସେଠାକୁ ଯାଇପାରେ । ବିଶେଷ କରି ରାଜୁ ମଣ୍ଡଳର ଘର ପଶ୍ଚିମବଙ୍ଗର ଚବିଶ ପ୍ରଗଣାରେ ହୋଇଥିବାରୁ ସେହି ଅଞ୍ଚଳରେ ସିମ୍‌ ବକ୍ସ ଥିବା ସନ୍ଦେହ କରାଯାଉଛି ବୋଲି ଜଣେ ପୁଲିସ ଅଫିସର କହିଛନ୍ତି । ବାଂଲାଦେଶରେ ଗତ ବର୍ଷକ ମଧ୍ୟରେ ବିଭିନ୍ନ ଆତଙ୍କୀ ସଙ୍ଗଠନ ଅଧିକ ସକ୍ରିୟ ହୋଇଥିବା ବେଳେ ଭାରତ ବିରୋଧୀ ଅଭିଯାନ ମଧ୍ୟ ଜୋର୍‌ଦାର ହୋଇଛି । ତେଣୁ ଏଭଳି ଆତଙ୍କୀ ନେଟୱର୍କ ଦ୍ୱାରା ସିମ୍‌ବକ୍ସ ରାକେଟ ପରିଚାଳିତ ହେଉଥିବା ସନ୍ଦେହକୁ ଏଡ଼ାଇ ହେବନାହିଁ ବୋଲି ଆଜି ରାଞ୍ଚିରେ ଚଢ଼ାଉରେ ସାମିଲ ଥିବା ଝାଡ଼ଖଣ୍ଡର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । 

ସେହିପରି ରାଞ୍ଚି ଓ ଭୁବନେଶ୍ୱରରେ ଏତେ ସଂଖ୍ୟକ ସିମ୍‌ ବକ୍ସ ପରିଚାଳନା ଦାୟିତ୍ୱରେ ଯେ କେବଳ ରାଜୁ ଥିଲା ତାହା ବିଶ୍ୱାସ କରିବାକୁ ପୁଲିସ ନାରାଜ । ନିଶ୍ଚିତ ଭାବେ ଏହି ନେଟୱର୍କରେ ଭୁବନେଶ୍ୱର, କଟକ ଓ ରାଞ୍ଚିରେ ଅଧିକ ଏଜେଣ୍ଟ ଥିବେ ବୋଲି ସନ୍ଦେହ କରାଯାଉଛି । ତେଣୁ ବିଗତ ଦିନରେ ରାଜୁ ଏହି ତିନୋଟି ସହରରେ କାହା କାହା ସଂସ୍ପର୍ଶରେ ଆସିଥିଲା ତାହାର ଖୋଳତାଡ଼ କରୁଛି ପୁଲିସର ଗୁଇନ୍ଦା ଦଳ । ସ୍ପେଶାଲ ସ୍କ୍ୱାଡ୍‌, ଲକ୍ଷ୍ମୀସାଗର ଥାନା ପୁଲିସ ଓ ସାଇବର ବିଶେଷଜ୍ଞକୁ ନେଇ ଗଠିତ ସ୍ୱତନ୍ତ୍ର ଦଳ ମଙ୍ଗଳବାର ସକାଳେ ରାଞ୍ଚିର ନମକୁମ ପୁଲିସ ଥାନା ଅଧୀନ ମନାନ ଛକରେ ପହଞ୍ଚିଥିଲା । ପୁଲିସ ରାଜୁକୁ ମଧ୍ୟ ସାଙ୍ଗରେ ନେଇଥିଲା । ସେଠାରେ ଥିବା ମୈାଲାନା ଆଜାଦ କଲୋନିର ୧୫ ନଂ ଗଳିର ଏକ ୪ ମହଲା ବିଶିଷ୍ଟ କୋଠାରେ ଚଢ଼ାଉ କରିଥିଲା । ତୃତୀୟ ମହଲାରେ ରାଜୁ ରହୁଥିବା ଭଡ଼ାଘରୁ ୫ଟି ସିମ୍‌ ବକ୍ସ ମିଳିଥିଲା । କଟକ, ଭୁବନେଶ୍ୱର ଭଳି ସେଠାରେ ମଧ୍ୟ ଏକ କାଠ ଆଲମିରାରେ ସିମ୍‌ ବକ୍ସଗୁଡି଼କ ରଖାଯାଇଥିଲା । ସେଥିରେ ଖଞ୍ଜାଯାଇଥିବା ୨୨୯ଟି ସକ୍ରିୟ ସିମ୍‌ ସହ ୪୦ଟି ନିଷ୍କ୍ରିୟ ସିମ୍‌, ୨ଟି ରାଉଟର, ଗୋଟିଏ ମୋଡେମ୍‌ ଓ ଗୋଟିଏ ଇନ୍‌ଭର୍ଟରକୁ ପୁଲିସ ଜବତ କରିଥିଲା । 


 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.