ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିୟମିତ ଅଫିସ ଆସୁନାହାଁନ୍ତି ରାଜସ୍ଵ ନୀରିକ୍ଷକ, ନିରାଶ ହୋଇ ଫେରୁଛନ୍ତି ଲୋକେ

ଦାରିଙ୍ଗବାଡି, ୨୬/୨ : ନିୟମିତ ଅଫିସ ଆସୁନାହାଁନ୍ତି ରାଜସ୍ଵ ନୀରିକ୍ଷକ। କେତେବେଳେ ଇଛା ହେଲେ ଆସୁଛନ୍ତି ତ ନହେଲେ ନାହିଁ। ଯେତେବେଳେ ବି ଅଫିସ ଆସୁଛନ୍ତି ଘଣ୍ଟାଟେ ରହି ଘରକୁ ଚାଲି ଯାଉଛନ୍ତି । ଫଳରେ ଅଫିସ୍ କାମରେ ଆସିଥିବା ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି । ଦାରିଙ୍ଗବାଡି ତହସିଲ ଅନ୍ତର୍ଗତ ସିମନବାଡ଼ି ରାଜସ୍ଵ ନୀରିକ୍ଷକଙ୍କ ନାମରେ ଆସିଛି ଏଭଳି ଅଭିଯୋଗ।  

ଏହି କାର୍ଯ୍ୟାଳୟରେ ଜଣେ ରାଜସ୍ଵ ନୀରିକ୍ଷକ ଥିବା ବେଳେ ଆଉ ଜଣେ ସହକାରୀ ରାଜସ୍ଵ ନୀରିକ୍ଷକ ରହିଛନ୍ତି। ସହକାରୀ ରାଜସ୍ଵ ନୀରକ୍ଷକ ଟ୍ରେନିଂ ଯାଇଥିବା ବେଳେ ରାଜସ୍ଵ ନିରୀକ୍ଷକ ବଣିଆ ପାତ୍ର ନିୟମିତ ଭାବେ ଅଫିସ ଆସୁନାହାଁନ୍ତି। ସପ୍ତାହରେ ଅଧା ଦିନ ଆସୁନଥିବା ବେଳେ ଯେଉଁ ଦିନ ବି ଆସୁଛନ୍ତି ସେଦିନ ଅଫିସରେ ମାତ୍ର ୧ ରୁ ୨ ଘଣ୍ଟା ରହି ଘରକୁ ଚାଲିଯାଉଛନ୍ତି। ଏବେ ଅନେକ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳାମାନେ ଭତ୍ତା ଆବେଦନ ନିମନ୍ତେ ରାଜସ୍ଵ ନୀରିକ୍ଷକ ଦସ୍ତଖତ ପାଇଁ ଦୌଡୁଥିବା ବେଳେ ଏକାଧିକ ଥର ଅଫିସ ଆସି ରାଜସ୍ଵ ନୀରିକ୍ଷକ ନଥିବା ଯୋଗୁଁ ନିରାଶ ହୋଇ ଘରକୁ ଯାଉଛନ୍ତି। ଏଥି ସହିତ ଜମିଜମା ସମ୍ପର୍କିତ କାର୍ଯ୍ୟ ନେଇ ଲୋକେ ଆସୁଥିବା ବେଳେ ମଧ୍ୟ ନିରାଶ ହୋଇ ଫେରିଛନ୍ତି । 

ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ରାଜସ୍ଵ ନୀରିକ୍ଷକ ଆସିନଥିବା ବେଳେ ଅଫିସରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟାଳୟ ସହ ସରକାରୀ ବାସଗୃହ ରହିଥିଲେ ସୁଦ୍ଧା ୩୦ କିଲୋମିଟର ଦୂର ନିଜ ଗାଁରେ ରହୁଛନ୍ତି ରାଜସ୍ଵ ନୀରିକ୍ଷକ। ଫଳରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଣୁ ରାଜସ୍ଵ ନୀରିକ୍ଷକ ସରକାରୀ ବାସଗୃହରେ ରହିବା ସହ ଲୋକଙ୍କୁ ସଠିକ୍ ଭାବେ ସେବା ଯୋଗାଇ ଦେବାକୁ ଦାବି ହୋଇଛି । ତହସିଲଦାର ଶରତ ଶବରଙ୍କୁ ପଚାରିବାରୁ ଅଫିସକୁ ଯିବା ପାଇଁ ରାଜସ୍ଵ ନିରୀକ୍ଷକଙ୍କୁ କହୁଛି ବୋଲି କହିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.