ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧୫ ସପ୍ତାହରୁ ଅଧିକ ଦିନ ଧରି ବନ୍ଦ ରହିବ ଶିମିଳିପାଳ, ଇକୋ ଟୁରିଜିମ୍‌ରେ ଅଗ୍ରୀମ ବୁକିଂ କରିଥିବା ପର୍ଯ୍ୟଟକଙ୍କ ଲାଗି ଖୋଲା

ମୟୁରଭଞ୍ଜ, ୭।୬: ବନ୍ଦ ରହିବ ଶିମିଳିପାଳ । ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ମୌସୁମୀ ଆସିବା ସହିତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଆସନ୍ତା ଜୁନ୍ ୧୨ରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବର୍ଷା ଋତୁ ଲାଗି ଏହି ବନ୍ଦ ବଳବତ୍ତର ରହିବ । 

ବର୍ତ୍ତମାନ ପାଇଁ କେବଳ ଦୈନିକ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ବନ୍ଦ ରହିବ । ଅନ୍ୟପକ୍ଷେ, ଇକୋ ଟୁରିଜିମ୍ ମାଧ୍ୟମରେ ଅଗ୍ରୀମ ବୁକିଂ କରିଥିବା ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ବୋଲି କହିଛନ୍ତି ଏସଟିଆର୍‌ର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗୀନେନି । ସୂଚନାନୁସାରେ, ଶିମିଳିପାଳସ୍ଥିତ ପର୍ଯାବରଣ ପର୍ଯ୍ୟଟନ ସ୍ଥଳୀ ଯଥା ଯାମୁଆଣି, ଗୁଡ଼ଗୁଡ଼ିଆ, କୁମାରୀ, ବରେହି ପାଣି ଏବଂ ରାମତୀର୍ଥ ପ୍ରମୁଖ ଯଥାରୀତି ଭାବରେ ଖୋଲା ରହିବ । ଅଭୟାରଣ୍ୟ ପୁନର୍ବାର ଖୋଲାଯିବାର ତାରିଖ ପ୍ରଶାସନ ପକ୍ଷରୁ ପୁନର୍ବାର ସୂଚିତ କରାଯିବ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.