ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲ-ହାମାସ ଯୁଦ୍ଧକୁ ନେଇ ବିଦେଶୀଙ୍କୁ ଚେତାବନୀ ଦେଲା ସିଙ୍ଗାପୁର ପ୍ରଶାସନ, କହିଲା ଏଭଳି କିଛି କରନ୍ତୁ ନାହିଁ...ନଚେତ୍...

ନୂଆଦିଲ୍ଲୀ: ଗତ ତିନି ସପ୍ତାହ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଚାଲିଛି । ହମାସ କବଳରୁ ନିଜ ବନ୍ଧକକୁ ଛଡାଇବା ପାଇଁ ଗାଜାରେ ଆକ୍ରମଣକୁ ଜୋରଦାର କରିଛି । ଆଉ ଏହି ସମୟରେ ସିଙ୍ଗାପୁର ସରକାର ଦେଶରେ ରହୁଥିବା ବିଦେଶୀମାନଙ୍କ ପାଇଁ ଚେତାବନୀ ଜାରି କରିଛନ୍ତି । ସିଙ୍ଗାପୁରର ଜନଶକ୍ତି ମନ୍ତ୍ରଣାଳୟ କହିଛି ଯେ, ଦେଶରେ ରହୁଥିବା ତଥା କାର୍ଯ୍ୟ କରୁଥିବା ବିଦେଶୀମାନେ ନିଜର ରାଜନୈତିକ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ଏହାକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରିବା ଉଚିତ୍ ନୁହେଁ ।

ଜନଶକ୍ତି ମନ୍ତ୍ରଣାଳୟ (MOM) ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏହି ଚେତାବନୀ ଜାରି କରିଛି। ଏଥିରେ ମନ୍ତ୍ରଣାଳୟ ଲେଖିଛି ଯେ, 'ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଆମେ ଶାନ୍ତ ରହିବା ଜରୁରୀ । ଏହି ବାହ୍ୟ ଘଟଣା ଗୁଡ଼ିକୁ ନେଇ ସିଙ୍ଗାପୁରରେ ଜାତିଗତ ଏବଂ ଧାର୍ମିକ ସମନ୍ୱୟ ଏବଂ ଶାନ୍ତି ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ । 

 ସିଙ୍ଗାପୁରର ବିଦେଶୀମାନଙ୍କୁ ମଧ୍ୟ ବ୍ୟାନର, ପତାକା ଏବଂ ପୋଷ୍ଟର ଭଳି ସାମଗ୍ରୀର ବ୍ୟବହାର କରି ସର୍ବସାଧାରଣ ପ୍ରଦର୍ଶନ ସହିତ କୌଣସି ପ୍ରକାରେ ବିଦେଶୀ ରାଜନୀତିକୁ ସମର୍ଥନ ନକରିବାକୁ କୁହାଯାଇଛି । ସେମାନଙ୍କୁ ବ୍ୟକ୍ତିଗତ କିମ୍ବା ସାମାଜିକ ଗଣମାଧ୍ୟମରେ କୌଣସି ପୋଷ୍ଟ କିମ୍ବା ବିବୃତ୍ତି ନଦେବାକୁ କୁହାଯାଇଛି । ଏହା କରିବା ଏକ ଅପରାଧ ଏବଂ ସିଙ୍ଗାପୁର ନିୟମ ଅନୁଯାୟୀ ଦଣ୍ଡନୀୟ। ଏହିପରି ଅପରାଧୀଙ୍କୁ ସିଙ୍ଗାପୁରରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଯାଇପାରେ। 

 

 

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.