ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ, ୩ ନାବାଳକଙ୍କ ସମେତ ୬ ଗିରଫ

ଚେନ୍ନାଇ: ତାମିଲନାଡୁର ତିରୁପ୍ପୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି । ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।  ୧୩ ଏବଂ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୩ ନାବାଳକଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ୧୭ ବର୍ଷୀୟା ପୀଡ଼ିତା ଗର୍ଭବତୀ ହେବା ପରେ ଏ ସମସ୍ତ ଘଟଣା ସାମ୍ନାକୁ ଆସିଛି । ପୀଡ଼ିତା ଜଣଙ୍କ  ପିଲା ବେଳୁ ମା-ବାପାଙ୍କୁ ହରାଇଥିବା ବେଳେ ନିଜ ଖୁଡ଼ୀଙ୍କ ପାଖରେ ରହୁଥିଲେ । 

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୧୭ ବର୍ଷୀୟା ପୀଡ଼ିତା ଅଧାରୁ ପଢ଼ା ଛାଡ଼ି ଚାକିରି ଖୋଜୁଥିଲେ । ଏହି ସମୟରେ ତାଙ୍କର ଜଣେ ୧୫ ବର୍ଷୀୟ ପୁଅ ସହ ବନ୍ଧୁତା ହୋଇଥିଲା । ପୁଅଟି ନାବାଳିକାଙ୍କୁ ଚାକିରି ଦେବ ବୋଲି କହି  ତାର ଦୁଇ ଜଣ ବନ୍ଧୁଙ୍କ ପାଖକୁ ନେଇଯାଇଥିଲା । ସେମାନେ ମିଳିତ ଭାବେ ନାବାଳିକାଙ୍କୁ ଜାନୁଆରୀ ମାସ ପାଖରୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ପୀଡ଼ିତାଙ୍କ ସହ ଆଉ ଜଣେ ୧୩ ବର୍ଷର ବାଳିକା ଥିଲେ । ତାଙ୍କୁ ମଧ୍ୟ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି । ତେବେ ୩ ମାସ ପରେ ୧୭ ବର୍ଷୀୟା ପୀଡ଼ିତା ଗର୍ଭବତୀ ଥିବା ନେଇ ଜଣାପଡ଼ିଥିଲା । 

ସେ ଏନେଇ ନିଜର ଖୁଡ଼ୀଙ୍କୁ ଜଣାଇଥିଲେ । ଏହା ପରେ ଖୁଡ଼ୀ ଏବଂ ଝିଆରୀ ଉଦୁମେଲାପେଟ୍ଟାଇ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଜେୟା କାଲିସ୍ବରନ, ମାଥନ କୁମାର, ବାରଣୀ କୁମାର ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ପୋକ୍‌ସୋ ଆକ୍ଟ ଜରିଆରେ ମାମଲା ରୁଜୁ କରିଥିଲା । ଆଉ ଆଜି ସେମାନଙ୍କୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ, ତାମିଲନାଡୁରେ ପୋକ୍‌ସୋ ଆକ୍ଟ ଅଧୀନରେ ମାମଲା ସଂଖ୍ୟା ବୃଦ୍ଧି ପାଇଛି । ସେହିଭଳି ମହିଳା ବିରୋଧୀ ମାମଲାରେ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ପରେ ତୃତୀୟ ସ୍ଥାନରେ ରହିଛି ।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.