ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ମହାପ୍ରଭୁଙ୍କ ଖଣି ଲୁଟ୍‌ ! ୧୯ ଲିଜ୍‌ଧାରୀଙ୍କୁ ୨୫ କୋଟି ଜରିମାନା, ୭ ଦିନରେ ନୋଟିସ୍‌ର ଉତ୍ତର ରଖିବାକୁ ନିର୍ଦ୍ଦେଶ

ପୁରୀ,୦୮/୦୮: ଶ୍ରୀଜଗନ୍ନାଥ  ମହାପ୍ରଭୁଙ୍କ ନାମରେ ଖୋର୍ଦ୍ଧା ଜିଲ୍ଲାରେ  ଥିବା ୧୯ଟି ଖଣିରୁ ମନଇଛା ଖଣିଜ ଦ୍ରବ୍ୟ ଖୋଳି ନେଇଛନ୍ତି ଲିଜ୍‌ଧାରୀ । ଏହା  ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ୧୯ଟି ଖଣି ଲିଜ୍‌ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ସହ ପ୍ରାୟ ୨୫ କୋଟି ଟଙ୍କା  ଜରିମାନା କରାଯାଇଛି । ୭ ଦିନ ଭିତରେ  କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦାଖଲ  କରିବା ସହ ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶନାମା ଜାରି  କରିଥିବା ଜଣାପଡ଼ିଛି । 

ମୋଟ ୧୯ଟି ଖଣି ମଧ୍ୟରୁ ୧୭ଟି  ନିର୍ମାଣ ପଥର ଖଣି ଏବଂ ୨ଟି ମାଙ୍କଡ଼ା  ପଥର ଖଣି ରହିଛି । ଧାର୍ଯ୍ୟ ଅନୁମୋଦିତ  ପରିମାଣଠାରୁ ଅଧିକ ଖଣିଜ ପଥର  ଉତ୍ତୋଳନ କରାଯାଇଥିବାରୁ ଓଡ଼ିଶା  ଲଘୁ ଖଣିଜ ଆଇନ୍‌-୨୦୧୬ ଅନୁସାରେ  ଲିଜ୍‌ଧାରୀମାନଙ୍କୁ ଏହି କାରଣ ଦର୍ଶାଅ  ନୋଟିସ୍‌ କରାଯାଇଛି । ଆସନ୍ତା ୭ ଦିନ  ମଧ୍ୟରେ ରୟାଲଟି, ଆନୁସଙ୍ଗିକ ଦେୟ  ଏବଂ ଅଧିକ ଉତ୍ତୋଳନ ପାଇଁ ଜରିମାନାର ମୂଲ୍ୟ ଦାଖଲ କରିବାକୁ ନୋଟିସ୍‌ରେ  ଉଲ୍ଲେଖ କରାଯାଇଛି । ସେହିପରି କେଉଁ  ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା,  ସେନେଇ ମଧ୍ୟ ଲିଖିତ କୈଫିୟତ ଦାଖଲ  କରିବାକୁ ନୋଟିସ୍‌ରେ କୁହାଯାଇଛି ।  ୨୦୨୨-୨୩ ବର୍ଷରେ ହୋଇଥିବା  ସର୍ଭେ ରିପୋର୍ଟରେ ଧାର୍ଯ୍ୟ ଅନୁମୋଦିତ  ପରିମାଣଠାରୁ ଖଣିଜ ଲିଜଧାରୀମାନେ  ଅଧିକ ପଥର ଉତ୍ତୋଳନ କରିଥିବା  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାଣିବା ପରେ  ଏଭଳି କଠୋର ପଦକ୍ଷେପ ନେଇଛନ୍ତି । 

ନୋଟିସ୍‌ର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଜାରି  କରାଯାଇଥିବା ନୋଟିସ୍‌ର ଖିଲାପ କଲେ,  ଖଣିର ଚୁକ୍ତିପତ୍ର ରଦ୍ଦ କରାଯିବା ସହିତ  ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ  ସମସ୍ତ ଭୂ-ସମ୍ପତ୍ତିର ସୁରକ୍ଷା କରାଯିବ  ବୋଲି ମୁଖ୍ୟ ପ୍ରଶାସକ ନୋଟିସ୍‌ରେ  କଡ଼ା ଶବ୍ଦରେ ସତର୍କ କରାଇ ଦେଇଛନ୍ତି  ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା  ଦିଆଯାଇଛି । ସୂଚନାଥାଉକି, ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଖୋର୍ଦ୍ଧା  ଜିଲ୍ଲାରେ ପ୍ରାୟ ୧୦୦ ପାହାଡ଼ ବା ଖଣି  ରହିଛି । ଯାହା ଭିତରୁ ୪୨ଟି ଖଣି ଲିଜ୍‌  ଦିଆଯାଇଛି । ଯେଉଁଥିରୁ ଶ୍ରୀମନ୍ଦିର  ପ୍ରଶାସନ ବାର୍ଷିକ ୨୫ କୋଟିରୁ ଅଧିକ  ଟଙ୍କା ରାଜସ୍ୱ ପାଇଛି । ମୋଟ ୧୦୦ଟି ଖଣି  ମଧ୍ୟରୁ ୭୨ଟି ନିର୍ମାଣ କାର୍ଯ୍ୟ ଉପଯୋଗୀ  ପଥର ଖଣି । ଏହାବାଦ୍‌ ୨୬ଟି ମାଙ୍କଡ଼ା  ପଥର ଖଣି ଓ ୨ଟି ଖଣ୍ଡୋଲାଇଟ୍‌ ପଥର  ଖଣି ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.