ଭଞ୍ଜନଗର,୨୨।୫ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବିଞ୍ଚଣା ଗ୍ରାମ ନିକଟ କାଜୁ ଜଙ୍ଗଲ ରୁ ଏକ ନର କଙ୍କାଳ ଉଦ୍ଧାର କରିଛି ଗାଙ୍ଗପୁର ପୋଲିସ l କଙ୍କାଳଟି ଲୁଣୀପଡ଼ା ଶାସନ ଗ୍ରାମର ରଙ୍କନିଧି ସ୍ୱାଇଁ ବୋଲି ଅନୁମାନ କରୁଛି ପୋଲିସ। ଘଟଣା ର ସତ୍ୟତା ପାଇଁ କଙ୍କାଳ କୁ ବ୍ରହ୍ମପୁର ଏଫଏମଟି କୁ ପଠାଇଛି l
ଗତ ୨୩ତାରିଖ ଦିନ ମୃତକ ଙ୍କ ଭାଇ ବାଳ କୃଷ୍ଣ ସ୍ୱାଇଁ ତାଙ୍କ ଭାଇ ନିଖୋଜ ହୋଇଛି ବୋଲି ଖୋଜାଖୋଜି କରୁଥିଲେ l ଏହି ନରକଙ୍କାଳ ମିଳିଵା ପରେ ପାରିପାର୍ଶ୍ବିକ ସ୍ଥିତିରୁ ସେ ଏହି ନରକଙ୍କାଳଟି ତାଙ୍କ ଭାଇ ର ବୋଲି କହୁ ଥିଲେ ମଧ୍ୟ କୌଣସି ପ୍ରକାର ହତ୍ୟା ଅଭିଯୋଗ ଆଣିନାହାନ୍ତି ବୋଲି ଗାଙ୍ଗପୁର ପୋଲିସ କହିଛି । ପୋଲିସ ଘଟଣାର ତଦନ୍ତ କରୁଛି।