ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାତିରେ ହଟ୍ ୱାଟର ବ୍ୟାଗ୍‌ ଧରି ଶୋଉଥିଲେ, ସାବଧାନ ! ଜୀବନ ପ୍ରତି ଦେଖାଦେଇପାରେ ବିପଦ

ଭୁବନେଶ୍ୱର, ୩।୨: ଅଧିକାଂଶ ଲୋକ ଥଣ୍ଡାରୁ ରକ୍ଷା ପାଇବା ପାଇଁ କମ୍ୱଳ, ରେଜେଇ ଆଦି ବ୍ୟବହାର କରିଥାନ୍ତି । ଆଉ କେହି କେହି ଶରୀରକୁ ଗରମ ଅନୁଭବ ଦେବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଏମିତି ବି ଅନେକ ଅଛନ୍ତି, ଯେଉଁମାନେ ହଟ୍ ୱାଟର ବ୍ୟାଗ୍‌କୁ ସାରା ରାତି ରେଜେଇ ଭିତରେ ରଖି ଶୋଇଥାନ୍ତି । ଏହି ଅଭ୍ୟାସ ଶରୀର ପାଇଁ ବିପଦଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି । 

ଯଦିଓ ଏହି ହଟ୍ ୱାଟର ବ୍ୟାଗ୍‌ ଯୋଗୁଁ ଲୋକେ ଗରମ ଅନୁଭବ କରନ୍ତି, କିନ୍ତୁ ଏହାକୁ ପାଖରେ ରଖି ଶୋଇବା ଆଦୌ ଠିକ୍ ନୁହେଁ । ଏହାକୁ ରାତିରେ ରଖି ଶୋଇବା ଦ୍ୱାରା କଡ଼ ଲେଉଟାଇବା ସମୟରେ ଏହା ଫାଟିଯିବାର ଆଶଙ୍କା ଥାଏ । କେବଳ ସେତିକି ନୁହେଁ, ଏଥିରେ ଥିବା ପାଣିରେ ଜଣେ ଜଳିଯାଇ, ଫୋଟକା ହେବା ଆଶଙ୍କା ମଧ୍ୟ ଥାଏ । ଏହାକୁ ପାଖରେ ରଖି ଶୋଇବା ଦ୍ୱାରା କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦେଇପାରେ । 

ଏଥିସହ ଏହାକୁ ଏଠି ସେଠି ରଖାଯାଉଥିବାରୁ ଏଥିରେ ଅଧିକ ସଂଖ୍ୟାରେ ଜୀବାଣୁ ଥାନ୍ତି, ଯେଉଁଥିପାଇଁ ସଂକ୍ରମଣ ହେବାର ଆଶଙ୍କା ଥାଏ । ଏହାକୁ ପାଖରେ ରଖି ଶୋଇବା ଦ୍ୱାରା ଗରମ ଲାଗି ଅଧିକ ମାତ୍ରାରେ ଝାଳ ବୋହି ଅଣନିଶ୍ୱାସୀ ଲାଗିଥାଏ । ତେଣୁ ହଟ୍ ୱାଟରକୁ କମ୍ୱଳ କିମ୍ୱା ରେଜେଇ ଭିତରେ ରଖି ଶୋଇବା ଅନୁଚିତ୍ । ଏହାବାଦ୍ ହଟ୍ ୱାଟର ବ୍ୟାଗ୍‌କୁ ଜୀବାଣୁମୁକ୍ତ ରଖିବାକୁ ଏହାକୁ ନିୟମିତ ବ୍ୟବଧାନରେ ଧୋଇବା ଆବଶ୍ୟକ ।   

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.