ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ନିତି ସ୍ଲୋ ରନିଂ ଓ ବ୍ୟାୟାମ ଉଭୟ ଏକା ସାଥିରେ କଲେ କଣ ହେବ ? ଜାଣନ୍ତୁ ବିସ୍ତୃତ ଭାବେ

ନୂଆଦିଲ୍ଲୀ : ସୁସ୍ଥ ରହିବା ପାଇଁ ଆଜିକାଲି ଲୋକେ ନିଜର ଜୀବନଶୈଳୀରେ ଅନେକ ପରିବର୍ତ୍ତନ କରୁଛନ୍ତି। ଏଥିପାଇଁ କିଛି ଲୋକ ସକାଳୁ ଉଠି ୱାକ୍‌ରେ ଯାଆନ୍ତି , ଆଉ କିଛି ଲୋକ ଜିମ୍‌ ଯାଇ ଏକ୍ସରସାଇଜ୍‌ କରନ୍ତି। ଏସବୁ ବି ଦ୍ୱନ୍ଦର ବିଷୟ ଭାବେ ରହିଛି କି, ଏହି ଦୁଇଟି ମଧ୍ୟରୁ ଅଧିକ ସୁସ୍ଥ ରହିବା ପାଇଁ କଣ ଆମକୁ ଏକ୍ସରସାଇଜ୍‌ କରିବା ଉଚିତ୍‌ ନା ୱାକ୍‌...ଆସନ୍ତୁ ଜାଣିବା। 

କମ୍‌ ବୟସରେ ହିଁ ପିଲାକୁ ଶିଖାନ୍ତୁ ବ୍ରଶ୍‌ କରିବାର ସଠିକ୍‌ ଉପାୟ , ଜାଣନ୍ତୁ କେମିତି ବାଛିବେ ଟୁଥ୍‌ବ୍ରଶ୍‌

ସ୍ଲୋ ରନିଂ ଓ ବ୍ୟାୟାମ( ଏକ୍ସରସାଇଜ୍‌) ଉଭୟ ହିଁ ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ। ଏଠାରେ ଆପଣଙ୍କ ଏହି ଦୁଇ ପ୍ରକ୍ରିୟା ସଂପର୍କିତ କିଛି ଏମିତି କଥା ଅଛି ଯାହାକୁ ନିଶ୍ଚୟ ଜାଣିବା ଉଚିତ୍‌। 

ସ୍ଲୋ ରନିଂ – ଫିଟନେସ୍‌ର ଦୁନିଆରେ ସ୍ଲୋ ରନିଂକୁ ଅଧିକାଂଶ ଲୋକ କମ୍‌ ଗ୍ରହଣ କରିଥାନ୍ତି। ତାଙ୍କୁ ଏହା ଲାଗେ କି ସ୍ଲୋ ରନିଂରେ ତାଙ୍କର ଟାଇମ୍‌ ନଷ୍ଟ ହୋଇଥାଏ ଏବଂ ଫିଟନେସ୍‌ ପାଇଁ କେବଳ ଏକ୍ସରସାଇଜ୍‌ ହିଁ ଜରୁରୀ ହୋଇଥାଏ। କିନ୍ତୁ ଏମିତି କେବେ ବି ନୁହେଁ। ସ୍ଲୋ ରନିଂରେ ଆପଣଙ୍କର ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଫାଇଦା ମିଳିଥାଏ। ଯେବେ ଆପଣ ଗୋଟିଏ ହିଁ ସ୍ପିଡ୍‌ରେ ରନିଂ କରିଥାନ୍ତି, ଏଥିରେ ଆପଣଙ୍କର ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଫାଇଦା ହୋଇଥାଏ। ଯେବେ ଆପଣ ଗୋଟିଏ ହିଁ ସ୍ପିଡ୍‌ରେ ରନିଂ କରିଥାନ୍ତି ତ ଏଥିରେ ଆପଣଙ୍କର ନିଶ୍ୱାସ ଦ୍ରୁତ ହୋଇ ନଥାଏ, ଏହା ଆହୁରି ହାର୍ଟ ପାଇଁ ମଧ୍ୟ ଲାଭଦାୟୀ ହୋଇଥାଏ। ବିଶେଷଜ୍ଞ ମଧ୍ୟ ଏହା କୁହନ୍ତି କି ଆପଣ ଫିଟନେସ୍ ପାଇଁ ୮୦ ପ୍ରତିଶତ ସ୍ଲୋ ରନିଂ ହିଁ କରନ୍ତୁ। 

ଏକ୍ସରସାଇଜ୍‌ – ସ୍ଲୋ ରନିଂ ବ୍ୟତୀତ ଏକ୍ସରସାଇଜ୍‌ ଏକ ପ୍ରକାରର ଫିଜିକାଲ ଆକ୍ଟିଭିଟି , ଯେଉଁଥିରେ ଷ୍ଟ୍ରେନ୍ଥର ଖୁବ୍ ଆବଶ୍ୟକତା ପଡ଼ିଥାଏ। ଏକ୍ସରସାଇଜ୍‌ କରିବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ଫାଇଦା ମିଳିଥାଏ , ଯେଉଁଥିରେ ,ଷ୍ଟ୍ରଙ୍ଗ ମସଲ୍‌ସ , ବାଲାନ୍ସ , ଆଉ ଶରୀରରେ ଫେକ୍ସିବିଲିଟି  ବି ସାମିଲ ରହିଛି। ଏକ୍ସରସାଇଜ୍‌ ଆପଣଙ୍କୁ ନିଜର ଫିଟନେସ୍‌ ଲକ୍ଷ୍ୟ ହିସାବରେ କରିବା ଉଚିତ୍‌। କିଛି ଲୋକ ନିଜକୁ କେବଳ ଫିଟ୍‌ ରଖିବା ପାଇଁ ଏକ୍ସରସାଇଜ୍‌ କରିଥାନ୍ତି ତ ସେଠାରେ କିଛି ଲୋକ ମୋଟାପା କମ୍‌ କରିବାକୁ ଏକ୍ସରସାଇଜ୍‌ କରିଥାନ୍ତି । ଏହି ସ୍ଥିତିରେ ଆପଣଙ୍କୁ ନିଜର ଗୋଲ୍‌ ହିସାବରେ ନିଜର ରୁଟିନ୍‌ ଓ ସମୟ ସ୍ଥିର କରିବା ଉଚିତ୍। ଆପଣଙ୍କର ଗୋଲ୍‌ କିଛି ବି ଥାଉ ପ୍ରତିଦିନ ସ୍ଲୋ ରନିଂ କରିବାରେ କୌଣସି ହାନିକାରକ ନୁହେଁ।  

ସ୍ଲୋ ରନିଂ ଓ ଏକ୍ସରସାଇଜ୍‌ ଉଭୟ ଏକାସାଥିରେ କଲେ କଣ ହେବ -

ଯଦି ଆପଣ ଉଭୟକୁ ଏକା ସାଥିରେ ନିଜ ରୁଟିନ୍‌ରେ ସାମିଲ କରିବେ ତ ଆପଣଙ୍କୁ ଏହାର ଅନେକ ଚମତ୍କାରୀ ଫାଇଦା ମିଳିପାରେ। ଆପଣ ଚାହିଁଲେ ସପ୍ତାହରେ ୨-୩ ଦିନ ସ୍ଲୋ ରନିଂ କରି ପାରିବେ , ଏବଂ ଅନ୍ୟ ଦିନ ଆପଣ ନିଜର ଷ୍ଟ୍ରେନ୍ଥ ବଢାଇବା ପାଇଁ ଏକ୍ସରସାଇଜ୍‌ କରି ପାରିବେ। ଆପଣ ଏକ୍ସରସାଇଜ୍‌ କରନ୍ତୁ ବା ରନିଂ , ୱାର୍ମ ଅପ୍‌ କରିବାକୁ ଭୁଲନ୍ତୁ ନାହିଁ।

ଫିଜିକାଲ ହେଲଥ୍‌ ପାଇଁ ଏକ୍ସରସାଇଜ୍‌ ଓ ରନିଂ ତ ଜରୁରୀ ହୋଇଥାଏ , ଏହାସହ ଏହା ଆପଣଙ୍କର ମେଣ୍ଟାଲ ହେଲଥକୁ ମଧ୍ୟ ସୁସ୍ଥ ରଖିବାରେ କାମ କରେ। ଏକ୍ସରସାଇଜ୍‌ କରିବା ବେଳେ ଆମର ଶରୀରରୁ ଏଣ୍ଡୋରଫିନ୍‌ ରିଲିଜ ହୋଇଥାଏ , ଯାହା ମେଣ୍ଟାଲ ଷ୍ଟ୍ରେସ୍‌କୁ କମ୍‌ କରିବାର କାମ କରିଥାଏ। ଏଥିପାଇଁ ଫିଜିକାଲ ଓ ମେଣ୍ଟାଲ ଫିଟନେସ୍‌ ପାଇଁ ଆପଣ ପ୍ରତିଦିନ ଏକ୍ସରସାଇଜ୍‌ ସହ ରନିଂ ମଧ୍ୟ ନିଶ୍ଚୟ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.