ମୁମ୍ୱାଇ : ଖୁବ୍ ମାନସିକ ନିର୍ଯାତନାରେ ଅଛନ୍ତି ନୀତିଶ ଭରଦ୍ୱାଦ। ମହାଭାରତରେ କୃଷ୍ଣଙ୍କ ଭୂମିକାରେ ନଜର ଆସିଥିବା ନୀତିଶ ଭରଦ୍ୱାଜ ଏହି ସମୟରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ସମସ୍ୟାରେ ପଡ଼ିଛନ୍ତି। ସେ ପତ୍ନୀ ସ୍ମିତା ଗାଟେଙ୍କ ବିରୋଧରେ ତଲାକ୍(ଛାଡ଼ପତ୍ର) ଆବେଦନ କରି ସାରିଛନ୍ତି ଏବଂ ମାମଲା କୋର୍ଟରେ ରହିଛି। ଏହି ମଧ୍ୟରେ ଉଭୟ ପକ୍ଷ ପରସ୍ପର ଉପରେ ଅନେକ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି। ଗତ ଦିନରେ ଏକ ସାକ୍ଷାତକାରରେ ନୀତିଶ ନିଜ ପତ୍ନୀଙ୍କ ଉପରେ ଅନେକ କିଛି ଟିପ୍ପଣୀ ଦେଇଥିଲେ। ସେ ଅଭିଯୋଗ କରିଥିଲେ କି, ସେ ମାନସିକ ଉତ୍ପୀଡ଼ନ ଦେଇ ଗତି କରୁଛନ୍ତି ଏବଂ କେବଳ ନାମକୁ ମାତ୍ର ସ୍ୱାମୀ ପରିଚୟରେ ଅଛନ୍ତି। ନୀତିଶ ଏହା ବି କହିଛନ୍ତି କି, ତାଙ୍କର ପତ୍ନୀଙ୍କୁ ସ୍ୱାମୀଙ୍କ ଆବଶ୍ୟକତା ହିଁ ନାହିଁ। ୧୩ ବର୍ଷ ହେଲା ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ୱନ୍ଧ ମଧ୍ୟ ନାହିଁ।
ଅନ୍ୟପଟେ ଏସବୁ ବିବାଦ ମଧ୍ୟରେ , ନୀତିଶ ଭରଦ୍ୱାଜ ନିଜ ପିଲାଙ୍କ କଷ୍ଟଡୀ ପାଇ ଆଇନ୍ ଲଢେଇ ଲଢିଛନ୍ତି। ତାଙ୍କର ଆଇଏଏସ୍ ପତ୍ନୀ ସ୍ମିତାଙ୍କ ଅଭିଯୋଗ କି ନୀତିଶ ତାଙ୍କୁ ଚାକିରି କରାଇ ଦେବାକୁ ଚାହୁଁ ନାହାନ୍ତି। ଟାଇମ୍ସ ନେଟୱର୍କ ସହ ସେ ହୃଦୟ ଖୋଲି ସବୁ କଥା କହିଛନ୍ତି। ନୀତିଶ କହିଥିଲେ କି, ସେ (ପତ୍ନୀ) ଦୁନିଆକୁ ଏହା ଦେଖାଇବାକୁ ଚାହୁଁଛନ୍ତି କି ତାଙ୍କର ପତି ପଛୁଆ ( ନିଚ୍ଚ) ବିଚାରର। ନୀତିଶ ଅନେକ ପ୍ରମାଣ ଦେଖାଇଛନ୍ତି କି, ଯେବେ ସେ ସସପେଣ୍ଡ ହୋଇଥିଲେ , ତାଙ୍କର ଚାକିରି ପୁନଃ ଫେରେଇ ଆଣିବାରେ ତାଙ୍କୁ ଖୁବ୍ କସରତ କରିବାକୁ ପଡିଥିଲା। ଯଦି ଘରେ ବସାଇବା ଥିଲା ତ ଏମିତି କାହିଁକି କରିଥାନ୍ତି।
ନୀତିଶଙ୍କ କହିବାନୁସାରେ , ତାଙ୍କ ପତ୍ନୀଙ୍କର ପୂର୍ବରୁ ୨ଟି ଛାଡ଼ପତ୍ର ହୋଇ ସାରିଥିଲା। ସେ କହିଥିଲେ ୨୦୧୬ ସୁଦ୍ଧା ୭ମ ବେତ୍ତନ ଆୟୋଗ ଲାଗୁ ହୋଇଯିବ। ଏହାପରେ ସେ ରିଜାଇନ୍ କରି ଦେବେ। କହିଥିଲେ କି ସେ ଭଲ ଫ୍ୟାମିଲି ଲାଇଫ୍ ଚାହାନ୍ତି , ସରକାରୀ ଚାକିରିରେ ଥକି ଗଲେଣି। ଚିହ୍ନା ପରିଚିତ ଲୋକେ କହିଲେ ସେ ଭଲ ମହିଳା , ଏସବୁ ଶୁଣିବା ପରେ ତାଙ୍କୁ ବିବାହ କରିଥିଲି।
ନୀତିଶଙ୍କ କହିବାନୁସାରେ , ତାଙ୍କ ପତ୍ନୀ ବହୁତ ଅଲଗା ସ୍ୱଭାବର। ସେ ଯେତେବେଳେ ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଭେଟିଥିଲେ, ଜାଣିବାକୁ ପାଇଥିଲେ ଯେ, ମୁଖ୍ୟ ସମସ୍ୟା ଏହା ସେ କୌଣସି ରିଲେସନସିପ୍ରେ ରହିବାକୁ ଚାହାନ୍ତି ନାହିଁ। ମୋ ପ୍ରଶ୍ନ ଏହା କି ପୁଣି ବିବାହ କାହିଁକି କରୁଛ। ୩ଥର ବିବାହ କାହିଁକି କଲ। ସେ ବିବାହ ନଭାଙ୍ଗି ଏକଲା ବୈବାହିକ ଜୀବନ ଜିଇଁବାକୁ ଚାହାନ୍ତି । ପତି ଅଲଗା ରହି ଥିବେ।
ନୀତିଶ କହିଛନ୍ତି , ୭ମ ବେତ୍ତନ ଆୟୋଗ ଆସିବା ପରେ ତାଙ୍କ ପତ୍ନୀ କହିଲେ କି ସେ ରିଜାଇନ୍ କରିବେ ନାହିଁ। ଏହି କଥାରେ ତାଙ୍କୁ ଝଟକା ଲାଗିଲା ଯେ, ଏସବୁର ବାହାନା କରି ଏତେ ସବୁ କାଣ୍ଡ କରି ବସିଲେ। ନୀତିଶ କହିଛନ୍ତି ,ପତ୍ନୀଙ୍କ ଦରମା ମାସକୁ ସାଢେ ତିନି ଲକ୍ଷ ଟଙ୍କା, ତଥାପି ସେ ପିଲାଙ୍କ ସହ ଆଉ ସବୁ ଖର୍ଚ୍ଚ ସେ ନିଜେ ବହନ କରନ୍ତି।
ଆଉ ଏକ କଥା ନୀତିଶ କହିଛନ୍ତି ଯେ, ତାଙ୍କ ପତ୍ନୀ ତାଙ୍କ ସହ ସମ୍ୱନ୍ଧ ୧୩ ବର୍ଷ ହେବ ଶାରୀରିକ ସମ୍ୱନ୍ଧ ରଖି ନାହାନ୍ତି। ସେ ଯେବେ ତାଙ୍କ (ପତ୍ନୀ) ପାଖକୁ ଯାଆନ୍ତି ସେ ଅଲଗା ରୁମ୍ରେ ରୁହନ୍ତି। ସେ ପିଲାଙ୍କ ସହ ,ମୁଁ ଅଲଗା । କେବେ କେବେ ପିଲା ମୋ ପାଖକୁ ଆସି ଶୁଅନ୍ତି , ମୁଁ ତାଙ୍କୁ ଲୋରି ଶୁଣାଇ ଶୁଆଇ ଦିଏ , ହେଲେ ଆମ ଭିତରେ କୌଣସି ଫିଜିକାଲ ରିଲେସନ ହେଉ ନଥିଲା।