ନୂଆଦିଲ୍ଲୀ,୫/୬ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଦଳରୁ ସ୍ମୃତି ଇରାନୀ ପରାଜୟ ହୋଇଛନ୍ତି । କଂଗ୍ରେସର କିଶୋରୀ ଲାଲଙ୍କ ଠାରୁ ୧,୬୭, ୧୯୬ ଭୋଟରେ ଇରାନୀ ପରାଜୟ ହୋଇଛନ୍ତି । ତେବେ ତାଙ୍କର ଏହି ପରାଜୟ ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ବେଶ ଭାଇରାଲ ହେବାରେ ଲାଗିଛି । ସେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଜୀବନ ଏହିପରି.. ମୋ ଜୀବନରେ ଏକ ଦଶନ୍ଧି ଗୋଟିଏ ଗାଁକୁ ଯିବା, ଜୀବନ ଗଢିବା, ଆଶା, ଏବଂ ଆକାଂକ୍ଷା ପୋଷଣ କରିବା, ଭିତ୍ତିଭୂମିର କମା କରିବା । ଯେପରିକି ରାସ୍ତା, ଡ୍ରେନ, ବାଇପାସ୍, ମେଡିକାଲ କଲେଜ ଏବଂ ଅନେକ କିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ବିଜୟ ଓ ପରାଜୟରେ ମୋ ସହ ଠିଆ ହୋଇଥିଲେ ସେମାନଙ୍କ ପାଇଁ ମୁଁ ସର୍ବଦା କୃତଜ୍ଞ ଅଟେ । ଆଜି ବିଜୟ ପାଇଁ ଖୁସି ପାଳନ କରୁଥିବା ଲୋକଙ୍କୁ ମୋର ଅଭିନନ୍ଦନ । ହେଲେ ଏବେବି ମୋର ଜୋସ ଅଛି। ମୁଁ ଆମେଠୀ ଠାରେ ପରାଜୟ ପରେ ମଧ୍ୟ ଲୋକଙ୍କ ସେବା ଜାରି ରଖିବି ବୌୋଲି କହିଛନ୍ତି। ତେବେ ତାଙ୍କ ଅଭିନୟ କ୍ୟାରିଅର ସହିତ ସ୍ମୃତି ଇରାନୀ ୨୦୦୩ ମସିହାରେ ବିଜେପିରେ ଯୋଗ ଦେଇ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଦିଲ୍ଲୀର ଚାନ୍ଦନୀ ଚୌକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ପ୍ରଥମଥର ପାଇଁ ପ୍ରତିନ୍ଦ୍ବଦିତା କରିଥିଲେ।