ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଧ୍ୟପ୍ରାଚ୍ୟରେ ହୋଟେଲ ଶିଳ୍ପ କ୍ଷେତ୍ରରେ ସୋଆ ପୁରାତନ ଛାତ୍ରୀ ଉତ୍କର୍ଷ ନେତୃତ୍ୱ ନିମନ୍ତେ ମନୋନୀତ

ଭୁବନେଶ୍ୱର, ୩୦/୫ : ମଧ୍ୟପ୍ରାଚ୍ୟର ହୋଟେଲ୍ ଶିଳ୍ପ କ୍ଷେତ୍ରରେ ୨୦୨୪ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ପୁରାତନ ଛାତ୍ରୀ ସୋନମ୍ ଦାସ ନିଜର ନେତୃତ୍ୱର ଉତ୍କର୍ଷତା ନିମନ୍ତେ ସମ୍ମାନିତ ହୋଇଛନ୍ତି । ସୋନମ୍ ବର୍ତ୍ତମାନ ଦୁବାଇ ସ୍ଥିତ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ ହାଉସ୍ କିପିଂ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । 

ସୋଆ ଏସ୍‌ଏଚ୍‌ଏମ୍‌ର ୨୦୧୨ ବ୍ୟାଚର ଏହି ଛାତ୍ରୀ ମଧ୍ୟପ୍ରାଚ୍ୟରେ ୨୦୨୪ ନିମନ୍ତେ ମନୋନୀତ ହୋଇଥିବା ଶ୍ରେଷ୍ଠ ୩୦ ଜଣ ହାଉସ୍ କିପିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ହସ୍ପିଟାଲିଟି ଡଟ୍ କମ୍ ପକ୍ଷରୁ ୩୦ଜଣ ଅଗ୍ରଣୀ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଦୀର୍ଘ ୧୧ବର୍ଷର ଅଭିଜ୍ଞତା ଥିବା ସୋନମ୍ ୨୦୧୨ମସିହାରେ ଏସ୍‌ଏଚ୍‌ଏମ୍‌ରୁ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ କ୍ୟାମ୍ପସ ପ୍ଲେସ୍‌‌ମେଂଟରେ ହାୟାତ ହୋଟେଲ୍ସ ଗ୍ରୁପରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ୨୦୧୭ମସିହାରେ ଦୁବାଇର ମାରିଅଟ୍ ହୋଟେଲ୍ସରେ ସୁପରଭାଇଜର ଭାବେ କାର୍ଯ୍ୟ କରିଥିବାବେଳେ ପରବର୍ତ୍ତି ସମୟରେ ହାୟାତ ହୋଟେଲ୍ସରେ ମ୍ୟାନେଜର ପଦବୀ ରେ କାର୍ଯ୍ୟ କରିଥିଲେ । ଏହା ପରେ ସେ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । 

ସୋନମ୍ ଅବିରତ ଶିକ୍ଷା ଗ୍ରହଣ ଓ ଦଳଗତ କାର୍ଯ୍ୟରେ ବିଶ୍ୱାସ କରନ୍ତି । କଲେଜ ସମୟରେ କ୍ୟାମ୍ପସ୍‌ରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିଲେ ।  ଏହି ସମ୍ମାନ ଗ୍ରହଣ କରିବା ପରେ ସୋନମ୍ ସୋଆକୁ ପ୍ରଶଂସା କରିବା ସହ ତାଙ୍କ କ୍ୟାରିୟର ର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ମିଳିଥିବା ପ୍ରୋତ୍ସାହନ ନିମନ୍ତେ କୃତଜ୍ଞତା ଜଣାଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.