ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମଦନିଶା ହେଲା କାଳ : ଘରୁ ପଇସା ନେଇ ଖଜା କିଣି ଖାଇ ଦେବାରୁ ପିଟି ପିଟି ପୁଅକୁ ମାରିଦେଲା ମା’

ମାଲକାନଗିରି/କାଲିମେଳା,୧୪/୪ : ମଦନିଶା ହେଲା କାଳ, ଘରୁ ପଇସା ନେଇ ଖଜା କିଣି ଖାଇବାଦେବାରୁ ପିଟି ପିଟି ପୁଅକୁ ମାରିଦେଲା ମା’।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ସ୍ଥ ତୁମ୍ବାଗୁଡା ଗ୍ରାମରେ। ତୁମ୍ବାଗୁଡା ଗ୍ରାମର ମୁକା ପଡ଼ିଆମୀ(୪୬)ଙ୍କ ପତ୍ନୀ ୱାଗି ପଡ଼ିଆମୀ (୩୫) ଅତ୍ୟଧିକ ମଦ୍ୟପାନ କରି ନିଜ ପୁଅ ରୋହିତ ପଡ଼ିଆମୀ(୮)କୁ ରାଗି ଯାଇ ବିଧା ଗୋଇଠା ଓ ମାଡ଼ ମାରି ମାରିଦେଇଛି।

 ମୁକା ପଡ଼ିଆମୀଙ୍କ କହିବା ଅନୁଯାୟୀ  ତାଙ୍କର ପୁଅ ରୋହିତ ମା’ଙ୍କୁ ପଇସା ମାଗିଥିଲା ଖଜା ଖାଇବା ପାଇଁ । ହେଲେ ମା’ ନ ଦେଇ ପଇସାକୁ ଘରେ ଲୁଚାଇ ରଖି ଦେଇ ମଦ ପିଇବାକୁ ପଳାଇଥିଲା। ରଖିଥିବା ପଇସା କୁ ନେଇ ଯାଇ ରୋହିତ ଦୋକାନରୁ ଖଜା କିଣି ଖାଇଦେଇଥିଲା। ଗତ ରାତ୍ରରେ ୱାଗି ପଡ଼ିଆମୀ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିଥିଲା ।ପଇସା ଖୋଜି ନ ପାଇବାରୁ ରୋହିତ କୁ ପଚାରି ଥିଲା ପଇସା କଣ କଲୁ। ଦୋକାନରୁ ଖଜା କିଣି ଖାଇଦେଇଛି ରୋହିତ କହିବାରୁ ରାଗି ଉଠି ୱାଗି ରୋହିତ କୁ ତଳେ ପକାଇ ଦେଇ ଛାତି କୁ ଛାତି ଗୋଇଠା ମାରିଚାଲି ଥିଲା। ମୁକା ବିରୋଧ କରିବାରୁ କିଛି ନ ଶୁଣି ପୁଅକୁ ମାରି ଚାଲି ଥିଲା।

  ସେ ଅଚେତ ହୋଇଯିବାରୁ ୱାଗି ଶୋଇ ପଡ଼ିଥିଲା। ସକାଳୁ ମୁକା ଦେଖିଲା ବେଳକୁ ପୁଅ ଘରେ ପଡିଛି ତାର ଜୀବନ ଚାଲିଯାଇଛି। ସେ ଏସମ୍ପର୍କ ରେ ଗାଁ ରେ ଜଣାଇଥିଲା। ଏହା କୁ ନେଇ ଗ୍ରାମର ମୁଖିଆ କେନି କବାସୀ, ଗ୍ରାମର ୱା୍ଡମେମ୍ବର ଲାକା ମାଡକାମୀ ଏବଂ ଗ୍ରାମ ବାସୀ ଙ୍କ ମଧ୍ୟରେ ଏକ ବୈଠକ ବସିଥିଲା।ଗ୍ରାମର ୱା୍ଡମେମ୍ବର ଲାକା ମାଡ଼କାମୀ  ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ  କରାଯାଇଥିଲା l  କାଲିମେଳା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ, ଏହାର ଅଧିଜ ତଦନ୍ତ ନିମନ୍ତେ କୋରାପୁଟ ସାଇଣ୍ଟିଫିକ ଟିମ କୁ ଖବର ଦିଆଯାଇଥିଲା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ପରେ ମୃତ ରୋହିତ ଙ୍କ ଶବ ବ୍ୟବଛେଦ କରାଯାଇଛି l ଏସମ୍ପର୍କ ରେ କାଲିମେଳା ଥାନା କେସ ନମ୍ବର ୧୧୬/୨୪ ରେ ମକୋଦମା ରୁଜୁ କରାଯାଇଛି।ରୋହିତ ଙ୍କ ମା ୱାଗୀ ପଡ଼ିଆମୀ ଙ୍କୁ ପୁଲିସ ଥାନା ରେ ଅଟକ ରଖି ପଚରା ଉଚରା ଚଳାଇଛନ୍ତି।

 ସୂଚନାଯୋଗ୍ୟ ଯେ,   ୱାଗି ପଡିଆମୀ ନିଶାଗସ୍ତ ହୋଇ ଗତ୬ ବର୍ଷ ପୂର୍ବେ ତାଙ୍କର ଏକ ୧୫ଦିନର ଶିଶୁ କନ୍ୟାସନ୍ତାନକୁ  ନିଶାଗ୍ରସ୍ତ ଅବସ୍ଥା ରେ ହାତରୁ ଖସାଇ ଦେଇଥିଲେ।  ଫଳରେ କନ୍ୟା ସନ୍ତାନ ଟିର ମୃତ୍ୟୁ ଘଟିଥିଲା। ଗ୍ରାମ ବାସୀଙ୍କ ସୂଚନା ଅନୁଯାଇ ଏମାନେ ସ୍ୱାମୀ ସ୍ତ୍ରୀ ଦୁହେଁ ସବୁବେଳେ ନିଶଗ୍ରସ୍ତ ଅବସ୍ଥାରେ ରୁହନ୍ତି ଘରେ ଠିକ ରେ ରୋଷେଇ ବାସ କରନ୍ତି ନାହିଁ ତାଙ୍କର ପିଲା ମାନେ ତାଙ୍କର ସମ୍ପର୍କୀୟ ମାନଙ୍କ ଘରେ ଭୋକ ସମ୍ଭାଳି ନପାରି ଖାଇ ଦେଇଥାନ୍ତି ।  ମା’ ଜାଣିଲେ ପିଲା ମାନଙ୍କୁ ଜୋର ରେ ମାଡ ମାରି ଥାନ୍ତି ଏଥି ପାଇଁ ପିଲାମାନେ ଡ଼ରିକି ରହୁଥିଲେ l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.