ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବାଙ୍ଗଲାଦେଶରେ ଫଶିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାକୁ ସରକାରଙ୍କୁ ଅପିଲ କଲେ ସୋନୁ ସୁଦ

ନୂଆଦିଲ୍ଲୀ, ୬/୮ :  ବଲିଉଡ଼ ଅଭିନେତା ସୋନୁ ସୁଦ ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଏକ ବାଙ୍ଗଲାଦେଶୀ ହିନ୍ଦୁ ମହିଳା ସାହାଯ୍ୟର ଅପିଲ କରୁଥିବା ଦେଖାଯାଉଛନ୍ତି । ସୋନୁ ସୁଦ ଏହି ଭିଡ଼ିଓ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଏବଂ ଅପିଲ କରିଛନ୍ତି କି ସବୁ ଲୋକ ବାଙ୍ଗଲାଦେଶରେ ଫଶିଥିବା ଭାରତୀୟଙ୍କୁ ସେଠାରୁ ବାହାର କରିବାକୁ ସାହାଯ୍ୟ କରନ୍ତୁ । ଭିଡ଼ିଓ ସେୟାର କରି ସୋନୁ ସୁଦ ଲେଖିଛନ୍ତି କି, ନିଜ ଭାରତୀୟ ଭାଇଙ୍କୁ ବାଙ୍ଗଲାଦେଶରୁ ସୁରକ୍ଷିତ ଫେରାଇ ଆଣିବାକୁ ଆମେ ନିଜ ତରଫରୁ ଯଥା ଚେଷ୍ଟା ସମ୍ଭବ କରିବା ଆବଶ୍ୟକ ଫଳରେ ତାଙ୍କୁ ଏଠାରେ ଏକ ବହୁତ ଭଲ ଜୀବନ ମିଳିପାରିବ । ଏହା କେବଳ ସରକାରଙ୍କ କର୍ତ୍ତବ୍ୟ ନୁହେଁ ଯିଏ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରୁଛନ୍ତି ବରଂ ଆମ ସମସ୍ତଙ୍କର ଅଟେ । ଜୟ ହିନ୍ଦ ’। 

ବାଙ୍ଗଲାଦେଶରେ ଶେଖ ହସିନା ଦେଶ ଛାଇବା ପରେ ବି କେତେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଉପରେ ବି ଏବେ ଆକ୍ରମଣ ହେଉଛି । ଏହା ମଧ୍ୟରେ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ସଂସଦକୁ ଭଙ୍ଗ କରିଛନ୍ତି । ବାଙ୍ଗଲାଦେଶ ସଂକଟ ଉପରେ ରାଜ୍ୟସଭାରେ ବିଦେଶ ମନ୍ତ୍ରୀ ଜୟ ଶଙ୍କର କହିଛନ୍ତି କି ଆମେ ଏହି ସଙ୍କଟ ଉପରେ ନଜର ରଖିଛୁ । ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ବି ସେଠାରେ ହିଂସା ଜାରି ରହିଛି । ବିଦେଶ ମନ୍ତ୍ରୀ କହିଛନ୍ତି କି ହିନ୍ଦୁ ଅଳ୍ପସଂଖ୍ୟଙ୍କୁ ଟାର୍ଗେଟ କରାଯାଇଛି । ଆ‌ମେ ଢାକା ସମ୍ପର୍କରେ ଅଛୁ । ଶେଖ ହସୀନା ଭାରତ ଆସିବାକୁ ଅନୁମତି ମାଗିଥିଲେ । ଆମେ ବାଙ୍ଗଲାଦେଶରେ ଭାରତୀୟ ସମୁଦାୟ ସହ ସମ୍ପର୍କରେ ଅଛୁ । ବାଙ୍ଗଲାଦେଶରେ ବହୁ ଭାରତୀୟ ଅଛନ୍ତି ଯେଉଁଥିରେ ୯୦୦୦ଛାତ୍ର ଅଛନ୍ତି । ବିଦେଶ ମନ୍ତ୍ରୀ କହିଛନ୍ତି କି ବିଏସଏଫକୁ ବି ଆଲର୍ଟ ରହିବାକୁ କୁହାଯାଇଛି । ଏହା ପୂର୍ବରୁ ଏସ ଜୟଶଙ୍କର ସର୍ବଦଳୀୟ ବୈଠକରେ ବାଙ୍ଗଲାଦେଶର ସଙ୍କଟ ଉପରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.