ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଅନ୍ତିମ ମୁକାବିଲାରେ ବିରାଟଙ୍କ ଦମ୍‌ଦାର ଅର୍ଦ୍ଧଶତକ; ୧୭୬ ରେ ଅଟକିଲା ଭାରତର ସ୍କୋର

Image source: Cricbuzz

ବାର୍ବାଡୋସ୍‌,୨୯/୦୬: ଶନିବାର ବାର୍ବାଡୋସ୍‌ର ବ୍ରିଜଟାଉନ୍‌ କେନ୍‌ସିଙ୍ଗଟନ୍‌ ଓଭାଲ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ବିଶ୍ବକପ୍‌ ୨୦୨୪ର ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯାଇଥିଲା। ପ୍ର‌ଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ। ତେବେ ଯଦିଓ ପ୍ରଥ‌ମ ଓଭରରୁ ଓପର ରୋହିତ ଶର୍ମା ଓ ବିରାଟ କୋହଲି ଭଲ ଆରମ୍ଭ କରିଥିଲେ ତଥାପି ୧.୪ ଓଭର ବେଳକୁ ରୋହିିତ ଶର୍ମାଙ୍କ ଓ୍ବିକେଟ ଦଳକୁ ପ୍ରଥମ ଝଟ୍‌କା ଦେଇଥିଲା। ସେ ମାତ୍ର ୫ଟି ବଲ୍‌ରେ ୨ ଟି ଚୌକା ସହିତ ୯ ରନ୍‌ କରିବାରେ ସକ୍ଷମ ହୋଇଥିଲେ। 

ପରେ ପଡ଼ିଆକୁ ଓହ୍ଲାଇଥିଲେ ଋଷଭ ପନ୍ତ। କିନ୍ତୁ ସେ ମଧ୍ୟ ମାତ୍ର ୨ଟି ବଲ୍‌ ଖେଳି କ୍ବିଣ୍ଟନ୍‌ ଡି କକ୍‌ଙ୍କ ଦ୍ବାରା କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ପରେ ପରେ ସୂର୍ଯ୍ୟକୁମାର ଯାଦବ ପଡ଼ିଆକୁ ଓହ୍ଲାଇବାରୁ ଭାରତୀୟ ପ୍ରଶଂସକଙ୍କ ଆଶା ଉଜ୍ଜିବିତ ହୋଇଥିଲେ ହେଁ, ସେ ମଧ୍ୟ ମାତ୍ର ୪ଟି ବଲ୍‌ ଖେଳି ପାଭିଲିୟନ ଫେରିଥିଲେ। ତେବେ ସେତେବେଳକୁ ୪ ଓଭର ସୁଦ୍ଧା ମାତ୍ର ୩୪ ରନ୍‌ କରିବାରେ ସକ୍ଷମ ହୋଇଥିଲେ। 

ଏହାରି ଭିତରେ ବିରାଟ କୋହଲିଙ୍କ ମାପଚୁପ ବ୍ୟାଟିଂ ଦଳକୁ ବଳ ଯୋଗାଉଥିଲା। ପରେ ମଇଦାନକୁ ଓହ୍ଲାଇଥିବା ଅକ୍ଷର ପଟେଲ ଏକ ଦର୍ଶନୀୟ ପାଳି ଖେଳିଥିଲେ। ସେ ୩୧ ବଲ୍‌ରେ ଗୋଟିଏ ଚୌକା ୪ଟି ଛକା ସହାୟତାରେ ୪୭ ରନ୍‌ କରିଥିଲେ। ଅନ୍ୟ ଖେଳାଳି ମାନଙ୍କ ମଧ୍ୟରେ ଶିବମ୍‌ ଦୁବେ ୨୭ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୫ ଓ ରବିନ୍ଦ୍ର ଜାଡ଼େଜା ୨ ରନ୍‌ କରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭  ଓ୍ବିକେଟ ହରାଇ ୧୭୬ ରନ୍‌ କରିଥିଲା।

ଯଦି ଦକ୍ଷିଣ ଆଫ୍ରିକାର ବୋଲିଂ କଥା କହିବା ତେବେ, କେଶବ ମହାରାଜ ଓ ଆନ୍‌ରିଚ୍‌ ନୋଟ୍‌ଜେ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ମାର୍କୋ ଜନ୍‌ସନ୍‌ ଓ ଆଡେନ୍‌ ମାର୍କରମ୍‌ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ଏବେ ଦକ୍ଷିଣ ଆଫ୍ରିକା ଦଳ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିବାକୁ ମଇଦାନକୁ ଓହ୍ଲାଇବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.