ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡିଆଙ୍କୁ ଆଉ ରୁଚୁ ନାହିଁ ଆଉ ଚୁଡ଼ା, କଦଳୀ; ସକାଳ ଟିଫିନ୍‌ରେ ଦୋସା, ଇଡ୍‌ଲି, ସମ୍ବରର କ୍ରେଜ୍

ଭୁବନେଶ୍ୱର ୦୩/୦୬: ଓଡ଼ିଆ ଘରର ଜଳଖିଆ କହିଲେ ଚୁଡ଼ା କଦଳୀ ଚକଟା, ଛତୁଆ, ମୁଢି, ଚକୁଳି ଆଦିକୁ ବୁଝାଏ । ହେଲେ ଏବେ ସେହି ଜାଗା ନେଇଗଲାଣି ଦକ୍ଷିଣ ଭାରତୀୟ ଖାଦ୍ୟ । ଓଡ଼ିଆଙ୍କୁ ଆଉ ଚୁଡ଼ା କି ମୁଢ଼ି ରୁଚୁନି । ଟିଫିନ୍‌ ଦୋକାନକୁ ଯାଇ ଖୋଜାପଡ଼ୁଛି ଦୋସା ନ ହେଲେ ଇଡିଲି । ତା’  ସହ ଟିକେ ସମ୍ବର ଓ ନଡିଆ ବାଦାମ ଚଟଣି  ହୋଇଗଲେ ଖାଇବାଟା ଜମିଗଲା ।  

ଓଡ଼ିଆ ଘରର ଖାଦ୍ୟ ତାଲିକାରେ ଏବେ ଯୋଡ଼ିହୋଇଯାଇଛି ଇଡିଲି, ଦୋସା, ଉପମା, ସମ୍ବର, ନଡ଼ିଆ ବାଦାମ ଚଟଣି, ଉପମା, ବରା ଇତ୍ୟାଦି । ସେଥିପାଇଁ ସକାଳ ୭ଟା ହେଲା କ୍ଷଣି ଲୋକଙ୍କ ସୁଅ ଛୁଟୁଛି ସାଉଥ ଇଣ୍ଡିଆନ୍‌ ଟିଫିନ୍‌ ଷ୍ଟଲ୍‌କୁ । କେବଳ ଟିଫିନ୍‌ ଷ୍ଟଲ୍‌ କାହିଁକି ଏବେ ଘରୋଇ ଖାଦ୍ୟରେ ମଧ୍ୟ ସାମିଲ ହୋଇଗଲାଣି ଦକ୍ଷିଣ ଭାରତୀୟ ଖାଦ୍ୟ । ଗତ  କିଛି ବର୍ଷ ହେବ ରାଜଧାନୀବାସୀ ଏହି ଖାଦ୍ୟ  ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । 

ଏଥିପାଇଁ  ବିଭିନ୍ନ ଛକରେ ସାଉଥ୍‌ ଇଣ୍ଡିଆନ୍‌ ଟିଫିନ୍‌ ଷ୍ଟଲ୍‌  ଖୋଲିଗଲାଣି । କର୍ମଜୀବୀମାନେ ଘରୁ ବାହାରି ଏହି ଷ୍ଟଲ୍‌ରେ ଯାଇ ହାଜର ହୋଇଯାଉଛନ୍ତି ।  କିଏ ସେଠି ଖାଉଛି ତ ଆଉ କେହି ଘରକୁ  ନେଉଛନ୍ତି । ଦୋସା ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ  ହୋଇ ୨ଶହ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ  ଇଡିଲି ଗୋଟେ ପ୍ଲେଟ୍‌କୁ କେଉଁଠି ୩୦ ଟଙ୍କା  ତ ଆଉ କେଉଁଠି ୫୦ ଟଙ୍କା । ଏବକାର ପିଢି  ଖାଦ୍ୟପେୟକୁ ନେଇ ମଧ୍ୟ ଅଧିକ ସଚେତନ ।  ତେଲ କମ୍‌ ପଡ଼ିଥିବା ବା ଆଦୌ ତେଲ  ପଡିନଥିବା ଖାଦ୍ୟକୁ ନିଜ ଜଳଖିଆରେ ସାମିଲ  କରିବାକୁ ସେମାନେ ପସନ୍ଦ କରୁଛନ୍ତି । ଫଳରେ  ଦୋସା, ଇଡିଲି ଆଦି ପ୍ରତି ଆଗ୍ରହ ବଢ଼ୁଛି ।  ପ୍ରତିଦିନ ଜଣେ ଦେକାନୀ ୨ଶହରୁ ଅଧିକ ଦୋସା  ଏବଂ ୫ଶହରୁ ଅଧିକ ଇଡିଲି ବିକ୍ରି କରୁଛନ୍ତି ।  ବଜାରରେ ଦୋସା ଓ ଇଡିଲି ଆଣର ପ୍ୟାକେଟ୍‌  ମଧ୍ୟ ମିଳୁଛି ଯାହାକୁ ଲୋକେ ଘରକୁ ନେଇ  ଗୋଳେଇ ଦୋସା ଏବଂ ଇଡିଲି କରିପାରୁଛନ୍ତି ।  

ଏବେ ବଡ଼ ବଡ଼ ରେସ୍ତୋରାଁରେ ମଧ୍ୟ  ଦକ୍ଷିଣୀ ଖାଦ୍ୟର ରହୁଛି ପ୍ରଚୁର ବରାଦି ।  ପ୍ଲେନ୍‌ ଦୋସା, ମସଲା ଦୋସା, ଆଳୁ ଦୋସା,  ପରିବା ଦୋସା, ଅଣ୍ଡା ଦୋସା, ମିଲେଟ୍‌ ଦୋସା,  ଚକୋଲେଟ୍‌ ଦୋସା, ମୈସୁର ଦୋସା, ରାଭା  ଦୋସା, ପିଆଜ ଦୋସା ଆଦି ବିଭିନ୍ନ ପ୍ରକାରର  ଦୋସା ଏବେ ବଜାରରେ ମିଳୁଛି । ଏହାସହ  ଦୋକାନୀ ପରସୁଛନ୍ତି ଆଳୁପିଆଜ ତରକାରୀ,  ସମ୍ବର, ନଡ଼ିଆ ଚଟଣି ଓ ବାଦାମ ଚଟଣି ।  

ମଞ୍ଚେଶ୍ୱର ନିକଟ ଶୁଭଶ୍ରୀ ସାଉଥ୍‌ ଇଣ୍ଡିଆନ୍‌  ଟିଫିନ୍‌ ଷ୍ଟଲର ଉମାକାନ୍ତ ବେହେରା କହନ୍ତି,  ପ୍ରତିଦିନ ପାଖାପାଖି ୧୦୦ ଦୋସା ଓ ୪ଶହରୁ  ଅଧିକ ଇଡିଲି ବିକୁଛି । ଏବେ ଦକ୍ଷିଣ ଭାରତର  ଖାଦ୍ୟ ଅଧିକ ଚାଲିଛି । ଓଡ଼ିଆ ଘରେ ପୂଜା  ପାର୍ବଣରେ ବିଭିନ୍ନ ପିଠା ସାମିଲ ହେଉଥିଲା ।  ହେଲେ ଦୋସାର ସ୍ୱାଦ ଟିକେ ଭିନ୍ନ ହୋଇଥିବା  ବେଳେ ଇଡିଲି ବହୁତ ନରମ ହୋଇଥିବାରୁ  ଲୋକେ ଏସବୁ ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.