ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ସମାଜବାଦି ପାର୍ଟି ନେତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା, ତଦନ୍ତ ଚଳାଇଛି ପୋଲିସ

Published By : Tapas Panda | March 30, 2024 7:32 PM

Image Courtesy: indiatv

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହାପୁର ଜିଲ୍ଲାରେ ହତ୍ୟାକାଣ୍ଡ ନେଇ ଖବର ମିଳିଛି । ସମାଜବାଦି ପାର୍ଟି ନେତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସପା ନେତାଙ୍କ ପତ୍ନୀଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ପ୍ରଥମେ ସିଢିରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ପରେ ହସ୍ପିଟାଲରେ ତାଙ୍କ ଦେହରେ ଗୁଳି ବାଜିଥିବା ନେଇ ସ୍ପଷ୍ଟ ହୋଇଛି । 

ଘଟଣା ସଂପର୍କରେ ସୂଚନା ମିଳିବା ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ହେଲେ   ନେତାଙ୍କ ଘରେ କୌଣସି ବାହାର ବ୍ୟକ୍ତି ପଶିଥିବା ନେଇ କୌଣସି ସୁରାକ ମିଳିନାହିଁ । ସପା ନେତା ଜାହିର ସଲମାନୀଙ୍କ ଦ୍ବିତୀୟ ପତ୍ନୀ ଥିଲେ   ମୃତ ନାଜରୀନ । ସେପଟେ ଘଟଣା ସମୟରେ ଜାହିର ସଲମାନୀ ଘରେ ନଥିବା ନେଇ କହିଛନ୍ତି । ସେ ମେରଠ ଯାଇଥିଲେ ବୋଲି ମିଡିଆରେ କହିଛନ୍ତି ଜାହିର । 

ତାଙ୍କୁ ଘରୁ ଫୋନ୍‌ ଯାଇଥିଲା ଯେ ନାଜରୀନ ସିଢ଼ିରୁ ପଡ଼ିଯାଇଛନ୍ତି ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଘରେ କାମ କରୁଥିବା ଶ୍ରମିକ ମେଡିକାଲ ନେଇଛନ୍ତି । କିନ୍ତୁ ସେଠାରେ ନାଜରୀନଙ୍କ ଶରୀରରେ ଗୁଳି ଲାଗିଛି ଏବଂ ସେ ମୃତ୍ୟୁବରଣ କରିଛନ୍ତି ବୋଲି ଡାକ୍ତର କହିଥିଲେ । ସେପଟେ ଘର ବାହାରେ କ୍ୟାମେରା ଲାଗିଥିବା ବେଳେ ଯିଏ ବି ଆସିଥିବ ଜଣାପଡ଼ିବ ବୋଲି ଏସପି ଅଭିଷେକ ବର୍ମା କହିଛନ୍ତି ।  

 

  • uttarpradesh
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.