ଭୁବନେଶ୍ଵର, ୧୬/୦୯ : ଗୋଟିଏ ଦିନ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ନିର୍ବାଚନ ବର୍ଜନ କରିବାକୁ ବିରୋଧୀ ଚେତାବନୀ ଦେବା ପରେ ନିଷ୍ପତ୍ତି ବଦଳାଇଲେ ସରକାର। ଚଳିତ ମାସ ୨୧ ପରିବର୍ତ୍ତେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ସକାଳ ୯ଟା ୩୦ରେ ନିର୍ବାଚନ ହେବ। ୨୧ ତାରିଖରେ ନୂଆଖାଇ ଭେଟଘାଟ ଥିବାରୁ ତାରିଖ ଘୁଞ୍ଚିଥିବା ସୂଚନା ମିଳିଛି।
ପ୍ରକାଶ ଥାଉକି, ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ ଓ ୨୧ରେ ବିଧାନସଭା ବୈଠକ ପାଇଁ ଘୋଷଣା କରିଥିଲେ । ନୂଆଖାଇ ପର୍ବ ୨୧ ତାରିଖରେ ହେଉଥିବାରୁ ପଶ୍ଚିମ ଓଡ଼ିଶାର ବିଧାୟକମାନେ ନିଜ ଅଞ୍ଚଳ ଛାଡ଼ି ଭୁବନେଶ୍ୱର ଯିବା ସମ୍ଭବ ନୁହେଁ । ଏହା ସତ୍ତେ୍ୱ ରାଜ୍ୟ ସରକାର ବିଧାନସଭା ଅଧିବେଶନ ଆରମ୍ଭ କରୁଛନ୍ତି । ଯାହାକି ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଉପହାସ । ନୂଆଖାଇ ପରଦିନ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେଲେ ବିଜେପି ବିଧାୟକମାନେ ବର୍ଜନ କରିବେ ଚେତାବନୀ ଦେଇଥିଲେ। କଂଗ୍ରେସ ମଧ୍ୟ ପୂର୍ବରୁ ଏହାକୁ ବିରୋଧ କରୁଥିଲେ। ତେଣୁ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ୨୨ ତାରଖରେ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି।