ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

‘ମଙ୍ଗଳ ଗ୍ରହରେ’ ବିତାଇଲେ ବର୍ଷେ ! ଫେରିଲେ ନାସାର ୪ ବୈଜ୍ଞାନିକ, ଜାଣନ୍ତୁ କିଭଳି ଥିଲା ଯାତ୍ରା ?

ନୂଆଦିଲ୍ଲୀ,୯।୭: ଆମେରିକା ମହାକାଶ ଏଜେନ୍ସି ନାସାର ୪ ଜଣ ବୈଜ୍ଞାନିକ ମଙ୍ଗଳ ଗ୍ରହରେ ଏକ ବର୍ଷ ବିତାଇ ଫେରିଛନ୍ତି। ଏବେ ଆପଣ ଭାବୁଥିବେ ମଙ୍ଗଳ ଗ୍ରହକୁ ତ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଯାଇନାହାନ୍ତି, ନାସା ଏଭଳି କିପରି ଦାବି କଲା ?ତେବେ ନାସା ମଙ୍ଗଳ ଗ୍ରହକୁ ମଣିଷ ପଠାଇର ଚେଷ୍ଟାରେ ଅଛି। ସେଥିପାଇଁ ସେ ଜାଣିବାକୁ ଚାହୁଁ କୌଣସି ମଣିଷକୁ ମଙ୍ଗଳ ଗ୍ରହରେ କିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ତେଣୁ ଥ୍ରୀଡି ପ୍ରିଣ୍ଟର ସାହାଯ୍ୟରେ ମଙ୍ଗଳ ଗ୍ରହ ଭଳି ପରିବେଶ ଥିବା ଏକ ସ୍ପେଶାଲ ଘର ତିଆରି କରାଯାଇଥିଲା। ତା ଭିତରକୁ ୪ ଜଣ ବୈଜ୍ଞାନିକଙ୍କୁ ପଠାଯାଇଥିଲା। ୩୭୮ ଦିନ ଅର୍ଥାତ ୧ ବର୍ଷରୁ ଅଧିକ ସମୟ ପରେ ଯେତେବେଳେ ସେମାନେ ବାହାରକୁ ଆସିଥିଲେ ଲୋକମାନେ ତାଙ୍କୁ ତାଳି ମାରି ସ୍ବାଗତ କରିଥିଲେ। ଏକ ବର୍ଷ ଭିତରେ କରାଯାଇଥିବା ଅଧ୍ୟୟନରେ ବହୁ କଥା ଜଣାପଡିଥିଲା।

ହୁଷ୍ଟନର ସ୍ପେସ୍ ସେଣ୍ଟରରେ ୧୭୦୦ ବର୍ଗ ଫୁଟ୍‌ର ଏକ ସ୍ପେଶାଲ ଘର ତିଆରି କରାଯାଇଥିଲା। ଏଥିରେ ଏକ ମିସନ୍ ସ୍ପେଶାଲିଷ୍ଟ, ଦୁଇ ଜଣ ଅନ୍ୟ ପ୍ରଫେସନାଲ ଓ ଜଣେ ମେଡିକାଲ ଅଫିସରଙ୍କୁ ପଠାଯାଇଥିଲା। ବର୍ଷକ ଭିତରେ ସେହି ଲୋକ ଘରେ ପରିବା ଚାଷ କରିବାଠାରୁ ନେଇ ଏକ୍ସରସାଇଜ୍ ଏବଂ ଯାନର ମେଣ୍ଟନାନ୍ସ କରିବାର କାମ କରିଥିଲେ। ନାସା ଏହି ଟେଷ୍ଟିଂ କରି ଜାଣିବାକୁ ଚାହୁଁଥିଲା, ମଙ୍ଗଳ ଗ୍ରହରେ ମଣିଷକୁ କେଉଁ ଶାରିରୀକ ଓ ମାନସିକ ସମସ୍ୟାର ସାମନା କରିବାକୁ ପଡିପାରେ।

ଏହି ମିସନର  ନାଁ ‘କ୍ରୁ ହେଲଥ୍  ଆଣ୍ଡ ପରଫରମାନ୍ସ ଏକ୍ସପ୍ଲୋରେସନ୍ ଆନାଲଗ୍’ ଦିଆଯାଇଥିଲା। ଏହି ସମୟରେ ବୈଜ୍ଞାନିକମାନେ ସେଭଳି ପରିବେଶ ରଖିଥିଲେ, ଯେଉଁଭଳି ମଙ୍ଗଳ ଗ୍ରହରେ ରହିଥାଏ। ପୁରା ଏକ ବର୍ଷ ଧରି ସେମାନେ କାହାକୁ ଭେଟି ନଥିଲେ। ଏହାଛଡା ତାଙ୍କ ପାଖରେ ଯେଉଁ ସାମଗ୍ରୀର ବ୍ୟବସ୍ଥା କରାଯାଇଥିଲା, ତାହା ହିଁ ଥିଲା।  ୩୭୮ ଦିନରେ ସେମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେଭଳି ସେମାନେ ସୀମିତ ସମ୍ବଳରେ ବଞ୍ଚିବା ସହ ସେହି ଆର୍ଟିଫିସିଆଲ ପ୍ଲାନେଟରେ କୌଣସି ଜିନିଷ ଖରାପ ହେଲେ ତାକୁ ନିଜେ ସେମାନେ ଠିକ୍ କରୁଥିଲେ। ନାସାର ଲକ୍ଷ୍ୟ ୨୦୩୦ ପର୍ଯ୍ୟନ୍ତ ମଣିଷକୁ ମଙ୍ଗଳ ଗ୍ରହରେ ପଠାଇବାର ରହିଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.