ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଶ୍ରୀମନ୍ଦିର ସମ୍ମୁଖରେ ଦାରୁଣ ଦୃଶ୍ୟ: ପାଠ ଛାଡ଼ି କାମ କରୁଛନ୍ତି ଶିଶୁ, ଥାଳି ଧରି ବସିଛନ୍ତି ଦିବ୍ୟାଙ୍ଗ

ପୁରୀ,୦୯/୧୧: ଶ୍ରୀମନ୍ଦିର ସମ୍ମୁଖରେ ଦାରୁଣ ଦୃଶ୍ୟ । ମାଟିରେ ଲୋଟୁଛି ଶୈଶବ । ଥାଳି ଧରି ଭିକ ମାଗୁଛନ୍ତି ଦିବ୍ୟାଙ୍ଗ । ଶ୍ରୀମନ୍ଦିର ହେଉ ଅବା ଶ୍ରୀମନ୍ଦିର ବାହାର, ସବୁଠି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । ଅଭାବ ଅନାଟନରେ ପାଠ ଛାଡ଼ି କାମ କରୁଥିବା ଶିଶୁଙ୍କ ସଂଖ୍ୟା ପୁରୀରେ ବଢ଼ିବାରେ ଲାଗିଛି । ସେହିପରି ସାମାଜିକ ସୁରକ୍ଷା ପାଇବାରୁ ବଞ୍ଚିତ ଭିନ୍ନକ୍ଷମମାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏମାନେ ସମ୍ବେଦନଶୀଳ ଅଞ୍ଚଳ ଶ୍ରୀମନ୍ଦିର ସମ୍ମୁଖରେ ଭିକ ମାଗୁଥିବା କିମ୍ବା ପେଟପାଟଣା ଚଳାଇବାକୁ ଅନ୍ୟର ନିର୍ଦ୍ଦେଶରେ ଜିନିଷ ବିକ୍ରି କରୁଥିବା ନଜର ଆସୁଛି ।

ଏହି ଅଞ୍ଚଳରୁ ଉଠାଇ ସେମାନଙ୍କୁ ଥଇଥାନ କରିବାକୁ ସରକାରୀ ନିର୍ଦ୍ଦେଶ ବାଟବଣା ହୋଇଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାର ଭିକାରୀ ମୁକ୍ତ ନିର୍ଦ୍ଦେଶ ମଧ୍ୟ ପାଳନ ହେଉନି । ବିଶ୍ୱ ମାନଚିତ୍ରରେ ଶ୍ରୀକ୍ଷେତ୍ରକୁ ଏକ ଉତ୍ତମ ନଗର କରିବା ନିମନ୍ତେ ସରକାରୀ ଉଦ୍ୟମ ଜାରି ରହିଛି । ମାତ୍ର ପ୍ରତିଦିନ ଦାରୁଣ ଦୃଶ୍ୟ ଦେଖି ଯାତ୍ରୀଙ୍କ ଉଦ୍‌୍‌ବେଗ ବଢ଼ିବଢ଼ି ଚାଲିଛି ।

ବାତ୍ୟା ଫନି ଓ ଏହାପରେ କୋଭିଡ୍‌ ମହାମାରୀ ଅନେକ ପରିବାରଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ବିଶେଷ ଭାବେ ଶିଶୁ, ମହିଳା, ବୟସ୍କ ଓ ଦିବ୍ୟାଙ୍ଗ ପ୍ରଭାବିତ ହୋଇଥିଲେ । ଏମାନଙ୍କୁ ସମସ୍ତ ପ୍ରକାର ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ପୁରୀ ଜିଲ୍ଲା ପ୍ରଶାସନ ଏହା ପାଳନରେ ଫେଲ୍‌ ମାରିଲା । ସେପଟେ ଧୀରେଧୀରେ ଶ୍ରୀମନ୍ଦିର ଆଗରେ ଶିଶୁ ଶ୍ରମିକ ଓ ଭିକ ମାଗୁଥିବା ଭିନ୍ନକ୍ଷମଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ସେମାନଙ୍କ ଥଇଥାନ କରିବାକୁ ପଦକ୍ଷେପ ନିଆଯାଉନି । 

ଶିଶୁ ସୁରକ୍ଷା ବିଭାଗ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରମ ଅଧିକାରୀମାନେ ଏବେ ନିଜ ଡ୍ୟୁଟି ଛାଡ଼ି ହବିଷ୍ୟାଳି ଶିବିରର ଅତିରିକ୍ତ ଡ୍ୟୁଟି କରୁଛନ୍ତି । ମାତ୍ର ନିଜର ପ୍ରକୃତ କାର୍ଯ୍ୟ କରିବାକୁ କୁନ୍ଥକୁନ୍ଥ ହେଉଛନ୍ତି । ସେମାନଙ୍କ ଆଖି ଆଗରେ ଘଟୁଥିବା ଦାରୁଣ ଦୃଶ୍ୟକୁ ନଜର ଅନ୍ଦାଜ କରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଅଭାବ ଅନଟନରେ ଚଳୁଥିବା ପରିବାରଙ୍କ ନିକଟରେ ପହଞ୍ଚିବାକୁ କୌଣସି ସମୀକ୍ଷା ହେଉନଥିବାରୁ ଶ୍ରୀକ୍ଷେତ୍ରରେ ପ୍ରତିଦିନ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ପଶୁ ଭଳି ମଣିଷ ରାସ୍ତାରେ ଶୋଉଛି । ଡଷ୍ଟବିନରୁ ଖାଦ୍ୟ ଖାଉଛି । ଅନ୍ୟଦ୍ୱାରା ଶୋଷଣର ଶିକାର ହେଉଛି । ମୌଳିକ ଓ ସାମାଜିକ ଅଧିକାରରୁ ବଞ୍ଚିତ ହେଉଛି । ମାତ୍ର ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନି । 

ଜିଲ୍ଲା ପ୍ରଶାସନିକ ଅଧିକାରୀ ଦାୟିତ୍ୱହୀନତା ଯୋଗୁ ଶିଶୁ ସୁରକ୍ଷା ଅଧିକାର ଆଇନ ଓ ସାମାଜିକ ସୁରକ୍ଷା ଆଇନ ନାଲି ଫାଇଲ୍‌ ତଳେ ଚାପି ହୋଇ ରହିଯାଇଛି । ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାର ସୁଭ୍ରାଂଶୁ କୁମାର ମହାରଣା କହିଛନ୍ତି, ଭିକ ମାଗୁଥିବା ଲୋକେ ବାହାରୁ ଅସୁଛନ୍ତି । ସେମାନଙ୍କୁ ଉଠାଇବାକୁ ପଦକ୍ଷେପ ନିଆଯିବ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି, କିଛି ମହିଳାଙ୍କ ସହ ତାଙ୍କ ପିଲାମାନେ ବିକ୍ରି ବଟା କରିବାକୁ ରାସ୍ତାରେ ବସୁଛନ୍ତି । ପୁଲିସକୁ ଏନେଇ ସତର୍କ କରାଯାଇଛି । ତଥାପି ଏହି ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯିବ

Copyright © 2022 - Summa Real Media Private Limited. All Rights Reserved.