ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଅଗଷ୍ଟ ୩୦ରେ ପରିଚାଳନା କମିଟି ଶେଷ ବୈଠକ, ବଡ଼ଠାକୁର ଚାରମାଳରେ ପଡ଼ିଯିବା ତଦନ୍ତ ରିପୋର୍ଟ ଉପସ୍ଥାପିତ ହେବ

ପୁରୀ,୨୫/୦୮: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆସନ୍ତା  ୩୦ରେ ବସିବ । ବର୍ତ୍ତମାନ ଥିବା ପରିଚାଳନା କମିଟିର ଏହା ଶେଷ ବୈଠକ ।  କାରଣ ଏହାର କାର୍ଯ୍ୟକାଳ ସେପ୍ଟେମ୍ବର ୩ରେ ସରୁଛି ।  

ବୈଠକରେ ରଥଯାତ୍ରାର ଆଡ଼ପ ବିଜେ ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର  ଚାରମାଳରେ ପଡ଼ିଯିବା ଘଟଣାରେ ୩ଜଣିଆ ତଦନ୍ତକାରୀ ଟିମ୍‌ ଦେଇଥିବା  ରିପୋର୍ଟ ବୈଠକରେ ଉପସ୍ଥାପିତ ହେବ । ଏହାଛଡ଼ା ରଥଯାତ୍ରାରେ ବ୍ୟବସ୍ଥାବଳୀକୁ  ଉଲ୍ଲଂଘନ କରିବା, ଅଣସେବାୟତଙ୍କୁ ରଥରେ ଚଢ଼ାଇବା, ରଥରେ ଦାରୁବ୍ରହ୍ମଙ୍କ  ସହ ସେବାୟତମାନେ ଫଟୋ ଉଠାଇବା  ପ୍ରଭୃତି ଘଟଣାର ସମୀକ୍ଷା କରାଯିବ । ଏହା  ଉପରେ ପରିଚାଳନା କମିଟିର କ’ଣ ନିଷ୍ପତ୍ତି  ନେବ ତାହା ଉତ୍କଣ୍ଠାର ବିଷୟ ହୋଇଛି । 

 ନିର୍ବାଚନ ପ୍ରସ୍ତୁତି, ଶେଷ ଓ ନୂଆ  ସରକାର ଗଠନ ଭିତରେ ଚଳିତ ବର୍ଷର ଆୟବ୍ୟୟ ବଜେଟ୍‌ ମଞ୍ଜୁର ହୋଇପାରି  ନଥିବାରୁ ୨୦୨୪-୨୫ ବର୍ଷ ନିମନ୍ତେ  ଶ୍ରୀମନ୍ଦିର ଆୟବ୍ୟୟ ବଜେଟ୍‌ ମଂଜୁରୀକୁ  ବୈଠକରେ ମୋହର ବାଜିପାରେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିଦିନିଆ ଉତ୍ସବ  ଓ ନୀତି ପରିଚାଳନା ନିମନ୍ତେ ବଜେଟ୍‌ ଅନୁମୋଦନ ଜରୁରି । ପରିଚାଳନା କମିଟି  ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ଅନ୍ୟ ବିଷୟ ମଧ୍ୟ ଆଲୋଚନା ହୋଇପାରେ । ବୈଠକରେ  ରତ୍ନଭଣ୍ଡାର ପ୍ରସଙ୍ଗ, ମହାପ୍ରଭୁଙ୍କ ଜମି ଓ ଖଣି ଖାଦାନ ପ୍ରସଙ୍ଗ ମଧ୍ୟ ଉଠିପାରେ ।

 ସେହିପରି ପୂର୍ବ ୩ଟି ବୈଠକର ବିଭିନ୍ନ ସୁପାରିସ ଓ ପ୍ରସ୍ତାବ ସୁଦୃଢ଼ୀକରଣ  ଉପରେ ମଧ୍ୟ ଆଲୋଚନା ହେବ । ବର୍ତ୍ତମାନ ଥିବା ପରିଚାଳନା କମିଟିର ଏହା  ଶେଷ ବୈଠକ ହୋଇଥିବାରୁ ପୁରୁଣା ସଦସ୍ୟଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବାକୁ  ମଧ୍ୟ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.