ପ୍ରମୂଖ ଖବର
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଶ୍ରୀକ୍ଷେତ୍ର ପାଲଟିଛି ଗୋପପୁର: ସପ୍ତଫେଣୀ କାଳୀୟକୁ ଦଳନ କଲେ ଶ୍ରୀଜଗନ୍ନାଥ, ଠାକୁରଙ୍କ ଲବଣିଖିଆ ପରେ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ

ପୁରୀ,୩୦/୦୮: ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା  ଅବସରରେ ଶ୍ରୀମନ୍ଦିରରେ ଗୁରୁବାର କାଳୀୟ ଦଳନ ଏକାଦଶୀ ତଥା ଧେନୁକାସୁର ବଧ ପ୍ରସ୍ତାବ ସମ୍ପନ୍ନ ହୋଇଛି । ଦ୍ୱାପର ଯୁଗର ଲୀଳାରେ ପ୍ରଭୁ ଶ୍ରୀକୃଷ୍ଣ କାଳିନ୍ଦୀ ହ୍ରଦରେ ଭୟାବହ କାଳୀୟ ସର୍ପକୁ ଦଳି  ଦମନ କରିଥିଲେ । ଏହାର ସ୍ମୃତିରେ ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥିଲା । କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା  ଭଙ୍ଗୀରେ ଉଭା ହୋଇଥିଲେ । ସାତ ଫଣା ବିଶିଷ୍ଟ କାଳୀୟ ଶ୍ରୀଅଙ୍ଗକୁ ଆବୃତ କରିଥିଲା । କାଳୀୟ ନାଗର  ପୁଛ(ଲାଞ୍ଜ)ଟି ମହାପ୍ରଭୁଙ୍କ ବାମ ହସ୍ତରେ ଥିଲା । ଡାହାଣ  ହସ୍ତରେ ଠାକୁରେ ଅମୃତ ଲଡୁ ଧାରଣ କରିଥିଲେ ।  

ଶ୍ରଦ୍ଧାଳୁମାନେ ଠାକୁରଙ୍କ ବେଶ ଦେଖି ଧନ୍ୟ ହୋଇଥିଲେ ।  ଶ୍ରୀକୃଷ୍ଣ ଲୀଳା ଅବସରରେ ଭାଦ୍ରବ କୃଷ୍ଣ ଏକାଦଶୀ  ତିଥିରେ ମହାପ୍ରଭୁଙ୍କ ବିଶେଷ ବେଶ ଓ ବାହାର  ବିଜେ ନୀତି ପାଇଁ ତତ୍ପର ଥିଲେ ପାଳିଆ ସେବକ । ଗୁରୁବାର ରାତିରେ ଶ୍ରୀବିଗ୍ରହଙ୍କ ଏକାଦଶୀ ସର୍ବାଙ୍ଗ ଶେଷ ହୋଇଥିଲା । ଏହାପରେ ଠାକୁରଙ୍କ କାଳୀୟ ଦଳନ ବେଶ  ଆରମ୍ଭ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ କାଠ  ତିଆରି ହସ୍ତ ଓ ପଦ ସଂଯୁକ୍ତ ହୋଇଥିଲା । ସାପର ମସ୍ତକ  ଉପରେ ମହାପ୍ରଭୁଙ୍କ ଶ୍ରୀପଦ ଦୁଇଟି ଥିଲା । ଠାକୁରଙ୍କ  ଦୁଇ ପାଶ୍ୱର୍ରେ ପ୍ରାର୍ଥନା କରିବା ଭଙ୍ଗୀରେ ଦୁଇଟି ନାଗୁଣୀ  ମୂର୍ତ୍ତି ରହିଥିଲେ । ବଳରାମଙ୍କ ଉଭୟପାଶ୍ୱର୍ରେ ଗାଈ ଓ  ବାଛୁରୀ ରଖାଯାଇଥିଲା । ଏହି ବେଶ ଅବସରରେ ଦେବୀ ସୁଭଦ୍ରାଙ୍କ କଳେବରରେ କିଛି ପରିବର୍ତ୍ତନ ହୋଇ ନଥାଏ ।   

ଅପରାହ୍ନ ୫ଟା୩୫ ମନିଟ୍‌ରେ ମଦନମୋହନ  ଓ ରାମକୃଷ୍ଣ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ  ହୋଇ ଶ୍ରୀମନ୍ଦିରରୁ ବାହାରି ଲୋକନାଥ ରୋଡ଼ସ୍ଥିତ  ଲବଣିଚୌରାରେ ବିଜେ ହୋଇଥିଲେ । ମହାଭୋଇ  ସେବକ ଘର ମହିଳାମାନେ ଗୋପାଙ୍ଗନା ଭାବେ ଠାକୁରଙ୍କୁ ବନ୍ଦାପନା କରିଥିଲେ । ଠାକୁରଙ୍କୁ ସେଠାରେ  ପନ୍ତି ଅର୍ପଣ କରାଯାଇଥିଲା । ଏହାପରେ ମାର୍କଣ୍ଡ ପୁଷ୍କରିଣୀରେ ରାମକୃଷ୍ଣ ଓ ମଦନମୋହନ ବିଜେ ହୋଇ କାଳୀୟ ଦଳନ ନୀତି ହୋଇଥିଲା । କାଳୀୟ ସର୍ପର ଦଂଶନରେ ଠାକୁରଙ୍କ ଶ୍ରୀଅଙ୍ଗରେ ବିଷକ୍ରିୟା  ସୃଷ୍ଟି ହୋଇଥିଲା । ଏହାପରେ ଠାକୁରଙ୍କୁ ଅମୃତ ଲଡ଼ୁ ଭୋଗ କରାଯାଇଥିଲା । ଗରୁଡ଼ ବେଶଧାରୀ  ସେବକ ଠାକୁରଙ୍କୁ ସୁସ୍ଥ କରିଥିଲେ । ନୀତି ସାରି  ଠାକୁରେ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ଏଥିସହ ଗରୁଡ଼  ବେଶଧାରୀ ଆଗ୍ରହୀ ଭକ୍ତଙ୍କୁ ଅମୃତ ଲଡ଼ୁ ଦେଇ ଧନ୍ୟ  କରିଦେଇଥିଲେ । ଏହି ଅବସରରେ ଶ୍ରୀମନ୍ଦିର ସମ୍ମୁଖ ସମେତ ସହର ପରିକ୍ରମା କରିଥିଲେ ଗୋପବାସୀ  ବେଶଧାରୀ କଳାକାର । ଶ୍ରୀକ୍ଷେତ୍ର ଦାଣ୍ଡରେ ଲହୁଡ଼ି  ଖେଳ ଚାଲିଥିଲା। ଭଜନ କୀର୍ତ୍ତନରେ କମ୍ପିଥିଲା ଦାଣ୍ଡ ।   

ଶ୍ରୀକୃଷ୍ଣ ଲୀଳାକୁ ମନେ ପକାଇ ସଂସ୍କୃତି ପ୍ରେମୀ  ସହରବାସୀ ଏଥିରେ ସାମିଲି ହୋଇଥିଲେ ।  କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ଧେନୁକାସୁର ବଧ ନୀତି  ପ୍ରସ୍ତାବ ଆଗତ ହୋଇଥିଲା । କୁଣ୍ଢେଇବେଣ୍ଟ ସାହି  ଆଖଡ଼ାର କୋଷାଧ୍ୟକ୍ଷ ବିଶ୍ୱଜିତ୍‌ ସେନାପତି କୁହନ୍ତି ଧେନୁ  ଅର୍ଥାତ ଗାଈ ରୂପରେ ଧେନୁକାସୁର ନାମରେ ରାକ୍ଷସ  ଶ୍ରୀକୃଷ୍ଣଙ୍କୁ ମାରିବାକୁ ବାହାରିଥିଲା । ରାକ୍ଷସ ସହିତ  ସହଚର ଭାବେ ଅସୁର ମଧ୍ୟ ଥିଲେ । ସେମାନଙ୍କ ସହ  ଶ୍ରୀରାମ କୃଷ୍ଣ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ ।  ପ୍ରଥମେ କୁଣ୍ଢେଇବେଣ୍ଟ ସାହି ଭ୍ରମଣ କରିବା ପରେ  ଶ୍ରୀମନ୍ଦିରରେ ପହଞ୍ଚିଥିଲେ ଶୋଭାଯାତ୍ରାକାରୀ । ସେଠାରେ ଶ୍ରୀମନ୍ଦିର ନୀତିକ୍ରମେ ଧେନୁକାସୁରକୁ ବଧ  କରିଥିଲେ ଠାକୁରେ । ଶ୍ରୀଜଗନ୍ନାଥଙ୍କ ଶ୍ରୀକୃଷ୍ଣ ଲୀଳା  ଦେଖି ଦର୍ଶନାର୍ଥୀମାନେ ଆନନ୍ଦିତ ହୋଇଥିଲେ । ଚଳିତ  ବର୍ଷ ଶ୍ରୀକ୍ଷେତ୍ରରେ ଶ୍ରୀକୃଷ୍ଣ ଲୀଳା ପାଳନ ଅବସରରେ  ଯୁବ ଗୋଷ୍ଠୀର ସମ୍ପୃକ୍ତି ଲକ୍ଷ ବେଶ୍‌ ଉତ୍ସାହପ୍ରଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.