ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଯୁବକଙ୍କୁ ଛୁରାମାଡ଼, ୩ ଅଭିଯୁକ୍ତ ଅଟକ

କେସିଙ୍ଗା,୭/୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟସ୍ଥ ଏକ ହୋଟେଲ ନିକଟରେ ବୁଧବାର ରାତିରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଛି । ଛୁରା ମାଡ଼ରେ ଆହତ ହୋଇଥିବା ଯୁବକ ଜଣକ ହେଉଛନ୍ତି କେସିଙ୍ଗା ସହର ବଗାଡ ଗ୍ରାମର କେଶବ ନାୟକ। କେଶବଙ୍କୁ ରାତିରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କେସିଙ୍ଗା ପୁଲିସ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । 

ଅଭିଯୁକ୍ତମାନେ କେସିଙ୍ଗା ସହରର ହୋଇଥିବା ବେଳେ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ବୋଲି ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଘଟଣାର କାରଣ ଜଣା ପଡିନଥିବା ବେଳେ ପୁଲିସ ପକ୍ଷରୁ ମଧ୍ୟ ଘଟଣା ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । 

କେସିଙ୍ଗା ସହରରେ ଦିନକୁ ଦିନ ବେକାରୀ ସଂଖ୍ୟା ସହ ଅସାମାଜିକ ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହେଉଛି । ସହରର ବିଭିନ୍ନ ସ୍ଥାନରେ ସେମାନଙ୍କ ଆଡ୍ଡା ଜମୁଥିବା ବେଳେ ସହରରେ ଅଶାନ୍ତି ବାତାବରଣ ସୃଷ୍ଟି କରୁଥିବା ନେଇ ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି । ସହରର ମୁଖ୍ୟ ରାସ୍ତାରେ ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଘଟଣା କେସିଙ୍ଗା ସହରରେ ଏକପ୍ରକାର ନିତିଦିନିଆ ଘଟଣା ହେଉଥିବା ଶୁଣିବାକୁ ମିଳୁଛି । ସେହିପରି ଅସାମାଜିକ ଯୁବକମାନେ ବେପରୁଆ ବାଇକ୍ ଚାଲନା କରି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ତଥା ବିଭିନ୍ନ ସମୟରେ ନିରୀହ ଲୋକଙ୍କୁ ଧମକ ଚମକ ଦେଇ ଦାଦା ବଟି ଆଦାୟ କରୁଛନ୍ତି। ହେଲେ ସ୍ଥାନୀୟ ପୁଲିସ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.