ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩୪ ବର୍ଷ ବୟସରେ ଜେଜେ ମାଆ ହେଲେ ଶର୍ଲି

ସିଙ୍ଗାପୁର: ୩୪ ବର୍ଷ ବୟସରେ ଜେଜେ ମାଆ ହେଲେ ସିଙ୍ଗାପୁରର ଜଣେ ଜଣାଶୁଣା ମହିଳା ।  କମ୍ ବୟସରେ ମାଆ ହେବା  ପରେ ମହିଳାଙ୍କର ହୋଇଥିବା ପରିବର୍ତ୍ତନ ବିଷୟରେ ଚର୍ଚ୍ଚା ଜୋର ଧରିଛି। ତେବେ  ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ମୁତାବକ,  ୩୪ ବର୍ଷୀୟ ଶର୍ଲି ଲିଂଙ୍ଗଙ୍କ ୧୭ ବର୍ଷୀୟ ପୁଅର ଗତବର୍ଷ ବିବାହ ହୋଇଥିଲା । ଏହାସହିତ ସେ ଜେଜେ ମାଆ ହୋଇଥିଲେ । ସେ ତାଙ୍କ ପ୍ରଥମ ନାତିର ପରିବାରୁ ସ୍ବାଗତ କରିଛନ୍ତି । ତେବେ ଶର୍ଲି ଲିଙ୍ଗ ଏକ ଚିକନ ହଟପ୍ୟାଣ୍ଟ ଦୋକାନର ମାଲିକ ଅଟନ୍ତି ।  ସେ ତିନୋଟି ବିବାହ କରିଥିବା ବେଳେ ତାଙ୍କର ୫ଟି ସନ୍ତାନ ଅଛନ୍ତି ।   

ଯେବେ ସେ ୧୭ ବର୍ଷର ଥିଲେ ସେତେବେଳେ ତାଙ୍କର ପ୍ରଥମ ପୁଅ ହୋଇଥିଲା ଏହାପରେ ଆଉ ଏକ ପୁଅ ତାପରେ 3ଟି ଝିଅ ହୋଇଥିଲେ । ତାଙ୍କର ବଡପୁଅ ୧୮ ବର୍ଷର ହୋଇଥିବା ବେଳେ ଆଉ ଅନ୍ୟ ପିଲାଙ୍କ ବୟସ ୧୭, ୧୩, ୧୦ ଓ ୮  ବର୍ଷ ରହିଛି।   ଶର୍ଲି ଲିଙ୍ଗଙ୍କ ୧୭ ହଜାର ଇନଷ୍ଟାଗ୍ରାମ ଫଲୋର୍ସ ରହିଛନ୍ତି ।  ୨୦୨୨ ମସିହାରେ ସିଙ୍ଗାପୁରର  କମେଡି ଆଣ୍ଡ ଗାର୍ଲ୍ସ ଗୋ ଆର୍ମିରେ ଭାଗ ନେବା ପରେ ସେ ବଶେ ଜଣାଶୁଣା ହୋଇଥିଲେ। ଏନେଇ ଲିଙ୍ଗ ଏସସିଏମପି କହିଛନ୍ତି ଯେ, "ଯେତେବେଳେ ପିଲାମାନେ ବଡ ହେଉଛନ୍ତି ସେତେବେଳେ ତମକୁ କହିବାକୁ ପଡିଥାଏ କି ନିଜ ମାଆ ଭଲି ନ ହେବାକୁ । ଏତେ କମ୍ ବୟସରୁ ବିବାହ କରନି। କିନ୍ତୁ ତୁମେ ଯେତିକି ସେମାନଙ୍କୁ ଏହା କରିବାକୁ ମନା କରିବ , ସେତିକି ସେମାନେ ଏହା କରିବେ । "

ତେବେ ଏସସିଏମପି ଅନୁସାରେ, ଲିଙ୍ଗ ଗତବର୍ଷ ଯେତେବେଳେ ତାଙ୍କ ବଡପୁଅର ପ୍ରେମିକା ଗର୍ଭବତୀ ହୋଇଗଲା ସେତେବେଳ ସେ ରାଗିକି କୌଣସି ପ୍ରତିକ୍ରିୟା ଦେଇନଥିଲେ। ନିଜ ପୁଅକୁ ୧୭ ବର୍ଷ ବୟସରେ ମାତା ପିତା ହେବାକୁ ପ୍ରେରିତ କରିଥିଲେ। ସେ କହିଥିଲେ ଯେ , ଯାହା ହୋଇଗଲା ତାହା ହୋଇଗଲା। ସେଥିପାଇଁ ନିଜ ପୁଅକୁ ଗାଳି ଦେବା ପରିବର୍ତ୍ତେ ତାଙ୍କୁ ସମର୍ଥନ କରିବା ଆବଶ୍ୟକ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.