ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରାମ ମନ୍ଦିରକୁ ମୋବାଇଲ ନିଷେଧ, କଡା ନିୟମ ଲାଗୁ

ନୂଆଦିଲ୍ଲୀ, ୨୬/୫:  ଏଣିକି ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ନେଇ ପାରିବେନି ମୋବାଇଲ।  ଏହି ମନ୍ଦିର ପରିସରକୁ ଏବେ ମୋବାଇଲ୍‌ ଫୋନ୍‌ ନେବା ନିଷେଧ କରାଯାଇଛି। ସାଧାରଣ ଲୋକଙ୍କ ହୁଅନ୍ତୁ ଅବା ଭିଆଇପି ସମସ୍ତଙ୍କୁ ମନ୍ଦିର ପରିବରରେ ମୋବାଇଲ୍‌ ବ୍ୟବହାର କରିବାକୁ ଉପରେ ବାରଣ କରାଯାଇଛି। ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବସିଥିବା ବୈଠକରେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା। ଏବେ କିନ୍ତୁ ଭିଆଇପି ଓ ଭିଭିଆଇପିଙ୍କୁ ମଧ୍ୟ ବାରଣ କରାଯାଇଛି। ଶନିବାର ଠାରୁ ଏହି କଡ଼ା ନିୟମ ଲାଗୁ କରାଯାଇଛି। ମନ୍ଦିର ନିର୍ମାଣ ସମିତି ମନ୍ଦିର ନିର୍ମାମ ପୂରା କରିବା ଓ ମନ୍ଦିର ପରକୋଟା  ନିର୍ମାଣର ଡେଡଲାଇନ ମଧ୍ୟ ପ୍ରସ୍ତୁତ କରିଛି। ରାମ ମନ୍ଦିର ଟ୍ରଷ୍ଟି ଡକ୍ଟର ଅନୀଲ ମିଶ୍ରଙ୍କ ମୁତାବକ , ମନ୍ଦିର ନିର୍ମାଣ କାର୍ଯ୍ୟର ସମୀକ୍ଷା ପରେ ନିର୍ଣ୍ଣୟ ହୋଇଛି ଯେ ଡିସେମ୍ବର ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.