ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହ ଉତ୍ସବରେ ସାମିଲ ହେବାକୁ ବର-କନିଆଁଙ୍କ ଅଜବ ସର୍ତ୍ତ, ନିମନ୍ତ୍ରଣ ପତ୍ରରେ ଲେଖିଲେ ୧୫ଟି ନିୟମ

ନୂଆଦିଲ୍ଲୀ ୧୩/୦୫: ଲୋକପ୍ରିୟ ବିବାହ ସମସ୍ତଙ୍କ ଜୀବନର ଏକ ଅବିସ୍ମରଣୀୟ ଘଟଣା । ନିଜ ଜୀବନର ଏହି ସ୍ୱତନ୍ତ୍ର ଦିନଟିକୁ ଆହୁରି ଖାସ୍‌ କରିବା ପାଇଁ ଲୋକେ ଅତ୍ୟନ୍ତ ଶ୍ରଦ୍ଧାର ସହ ଅତିଥିମାନଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଥାନ୍ତି । ତେଣୁ ସେମାନଙ୍କ ଚର୍ଚ୍ଚାରେ ଯେପରି କୌଣସି ତ୍ରୁଟି ନ ହେବ ତା’ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥାଏ । ତେବେ ନିକଟରେ ଏକ ଦମ୍ପତି ସେମାନଙ୍କ ବିବାହ ସମାରୋହରେ ସାମିଲ ହେବା ପାଇଁ ଅତିଥିଙ୍କ ସକାଶେ ୧୫ଟି ନିୟମର ଏକ ଲମ୍ବା ତାଲିକା କରିଛନ୍ତି । ବିବାହ ନିମନ୍ତ୍ରଣ କାର୍ଡରେ ସେହି ନିୟମ ଲେଖାହୋଇଥିବାବେଳେ ତାକୁ ଅତିଥିଙ୍କୁ ବଣ୍ଟନ କରାଯାଇଛି ।

କାର୍ଡରେ ଥିବା ନିୟମ ଅନୁସାରେ, ଅତିଥିମାନେ ନାଲି, ହଳଦିଆ, ସବୁଜ କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧି ସମାରୋହରେ ଯୋଗ ଦେଇପାରିବେ ନାହିଁ । ସେମାନଙ୍କୁ କଳା କିମ୍ବା ସୁନେଲି ରଙ୍ଗର ପୋଷାକ ପିନ୍ଧିବାକୁ ହେବ । ବିବାହ ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ସମୟରେ ଏକ ସ୍ୱତନ୍ତ୍ର ହ୍ୟାଶଟ୍ୟାଗ୍‌ର ବ୍ୟବହାର କରିବେ । ଅତିଥିମାନେ ଫଟୋଗ୍ରାଫରଙ୍କ ରାସ୍ତାରେ ଆସିବା ଅନୁଚିତ୍‌ । ମଦ୍ୟପାନ ସମୟରେ ସଂଯମତା ଅବମ୍ବଲନ କରିବାକୁ ହେବ । ବାହାରୁ ମଦ ପିଇ ଆସିଲେ ସମାରୋହରୁ ବାହାର କରି ଦିଆଯିବ । ଅତିଥିମାନଙ୍କୁ ନିଜ ପାଇଁ ଉଦ୍ଦିଷ୍ଟ ଆସନରେ ବସିବାକୁ ପଡି଼ବ । ସିଟ୍‌ ଅଦଳବଦଳ ବରଦାସ୍ତ କରାଯିବ ନାହିଁ । ସେହିପରି ଅତିଥିମାନେ ସମାରୋହରେ ନିଜ ତରଫରୁ କୌଣସି ପ୍ରକାର ପ୍ରସ୍ତାବ ଦେଇପାରିବେ ନାହିଁ କିମ୍ବା ବଡ଼ ଘୋଷଣା କରିପାରିବେ ନାହିଁ । ସବା ଶେଷରେ ଅତିଥିମାନଙ୍କ ମତାମତ ଜାଣିବାକୁ ଆମେ ଇଚ୍ଛୁକ ନୁହଁ ବୋଲି ଲେଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.