ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲାପଟପ୍‌ ସହାୟତା ପାଇଁ ହୋଇପାରୁନି ଆବେଦନ: ୧୨ ଦିନ ହେଲା ଅଚଳ ପୋର୍ଟାଲ୍‌, ବେଫିକର ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୦୨/୧୨: ଚଳିତବର୍ଷ ଯୁକ୍ତ ୨ ପାସ୍‌ କରିଥିବା ମେଧାବୀ  ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ କିଣିବା ପାଇଁ ମିଳିବ ଆର୍ଥିକ ସହାୟତା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ସିଧାସଳଖ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର(ଡିବିଟି)  ମାଧ୍ୟମରେ ଦିଆଯିବ । ଏଥିପାଇଁ ଗତ ୧୮ ତାରିଖରୁ ରାଜ୍ୟ ସ୍କଲାରସିପ୍‌ ପୋର୍ଟାଲରେ ଆବେଦନ ଆରମ୍ଭ ହୋଇଛି । ମାତ୍ର  ଆବେଦନ ତାରିଖରୁ  ହିଁ ଏହି ପୋର୍ଟାଲ୍‌ କାମ  କରୁନି । ତେଣୁ ଛାତ୍ରଛାତ୍ରୀ  ଆବେଦନ କରିବାରୁ  ବଞ୍ଚିତ ହେଉଛନ୍ତି । ଏନେଇ  ଉପଲବ୍ଧ ହେଲ୍‌ପଲାଇନ୍‌ ନମ୍ବରରେ ଯୋଗାଯୋଗ କଲେ ମଧ୍ୟ ଉତ୍ତର ମିଳୁନି । 

ଯଦି  କୌଣସି ଅଧିକାରୀ ଫୋନ୍‌ ଉଠାଉଛନ୍ତି, ଉତ୍ତର ମିଳୁଛି ଏହି ସମସ୍ୟା ସମ୍ପର୍କରେ  ଆମେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ । ଆମ ହାତରେ କିଛି ନାହିଁ । ଏପଟେ  ଲାପଟପ୍‌ ସହାୟତା ପାଇଁ ଆବେଦନ କରିବାକୁ ବାରମ୍ବାର ସାଇବର କାଫେ ଦୌଡ଼ି  ଦୌଡ଼ି ମେଧାବୀ ଛାତ୍ରଛାତ୍ରୀ ନିରାଶ ହେଉଛନ୍ତି । ଉଚ୍ଚଶିକ୍ଷା ବିଭାଗର ଏପରି  ବେଫିକର କାର୍ଯ୍ୟକୁ ଅଭିଭାବକମାନେ ନିନ୍ଦା କରିଛନ୍ତି । ସୂଚନାଯୋଗ୍ୟ, ଲାପଟପ୍‌  ଆର୍ଥିକ ସହାୟତା ପାଇଁ ଆବେଦନ ଶେଷ ତାରିଖ ଡିସେମ୍ବର ୧୭ ତାରିଖ ରହିଛି ।  ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ପାସ୍‌ କରିଥିବା ୧୫ଶହ ମେଧାବୀଙ୍କୁ ଲାପ୍‌ଟପ୍‌  କିଣିବା ପାଇଁ ଆର୍ଥିକ ସହାୟତା ରାଶି ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.