ଦାରିଙ୍ଗବାଡ଼ି,୧୬/୯ : ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଯାହାରି ଫଳରେ ଶତାଧିକ ସ୍କୁଲରେ ପାଠ ପଢା ଠପ ହୋଇଯାଇଛି । ପାଠ ପଢା ବନ୍ଦ ହେବା ଫଳରେ ଛାତ୍ରଛାତ୍ରୀ ମାନେ ବାଟବଣା ହୋଇ କିଏ ନଦୀ ଓ ବିଲ କୁ ମାଛ ଧରିବାକୁ ଯାଉଛନ୍ତି ତ ଆଉ କିଏ ଗାଈ ଚରେଇବା ସହ ଘର କାମରେ ଘର ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଗତ ୮ ତାରିଖରୁ ଦିନ ଠାରୁ ଛାତ୍ରଛାତ୍ରୀ ଙ୍କ ପାଠ ପଢା ବନ୍ଦ ହୋଇଛି । ଖାଲି ଯେ ପାଠ ପଢା ବନ୍ଦ ହୋଇଛି ତାହା ନୁହେଁ ବରଂ ପିଲାଙ୍କ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି । ଶିକ୍ଷକ ମାନଙ୍କ ଦାବି କେବେ ପୂରଣ ହେବ ଆଉ ଛାତ୍ରଛାତ୍ରୀ ମାନେ କେବେ ସ୍କୁଲ ଯିବେ ତାକୁ ନେଇ ଚିନ୍ତାରେ ଅଭାଭାବକ ।
ବିଭିନ୍ନ ସ୍କୁଲର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେବା ସହ ଦାବି ପୂରଣ ପାଇଁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରିଆସୁ ଥିଲେ । ହେଲେ ରାଜ୍ୟ ସରକାର ତାଙ୍କର ଦାବି ପୂରଣ ନକରିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ସମସ୍ତ ଶିକ୍ଷକ ସାମୁହିକ ଛୁଟିରେ ରହି ଗଣ ଧାରଣ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କ ୩ ଦଫା ଦାବୀ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ସାମୁହିକ ଛୁଟିରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଧାରଣାରେ ଜିଲ୍ଲା ସଭାପତି କିଶୋର କହଁର ଯୋଗ ଦେଇଥିବା ବେଳେ ଦାରିଙ୍ଗବାଡ଼ି ସଂଘର ସଭାପତି ଯାମିନୀକାନ୍ତ ପଡ୍ରା, ସମ୍ପାଦକ ସଂଗ୍ରାମ କୁମାର ନାୟକ,ରାଜ୍ୟ ମହାସଂଘର ଆଞ୍ଚଳିକ ସମ୍ପାଦକ ବିଦେଶୀ ନାୟକ ସମେତ ୮୦୦ ଶହରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି।