ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ହରିଆଣାରେ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଉପହାର , ୧୫୦ କି.ମି ଯାଏ ମିଳିବ ବସ୍ ପାସ୍‌ର ସୁବିଧା : ମନ୍ତ୍ରୀଙ୍କ ଘୋଷଣା

ଚଣ୍ଡିଗଡ଼ – ବିଧାନସଭା ନିର୍ବାଚନର ପୂର୍ବରୁ ହରିଆଣା ସରକାର ଛାତ୍ରଛାତ୍ରୀଙ୍କୁ ଦେଲେ ନିର୍ବାଚନୀ ଉପହାର। ଛାତ୍ରଛାତ୍ରୀଙ୍କ ମିଳିବ ବସ୍‌ ପାସ୍‌। ରାଜ୍ୟର ପରିବହନ ମନ୍ତ୍ରୀ ଅସିମ ଗୋୟଲ ଘୋଷଣା କରିଛନ୍ତି ଯେ, ରାଜ୍ୟର ସରକାରୀ ଏବଂ ମାନ୍ୟତା ପ୍ରାପ୍ତ ଶୈକ୍ଷଣିକ ସଂସ୍ଥାରେ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ , ଏବେ ବସ୍‌ ପାସ୍‌ର ସୁବିଧାକୁ ୬୦ କିଲୋମିଟରରୁ ବଢାଇ ୧୫୦ କିଲୋମିଟର କରି ଦିଆ ଯାଇଛି। 

ଏମିତି ସ୍କୁଲ/କଲେଜ/ସଂସ୍ଥାନରେ ପଢୁଥିବା ରାଜ୍ୟର ସବୁ ଛାତ୍ରଛାତ୍ରୀଙ୍କୁ ରିହାତି ବସ୍‌ ପାସ୍‌ ଜାରି କରାଯିବ, ଯେଉଁ ସଂସ୍ଥାନ ରାଜ୍ୟ ସରକାର ଦ୍ୱାରା ମାନ୍ୟତା ପ୍ରାପ୍ତ, ବା ରାଜ୍ୟର କୌଣସି ବି ବିଶ୍ୱବିଦ୍ୟାଳୟ ବା ବୋର୍ଡ ସହ ସମ୍ୱନ୍ଧିତ। 

ସରକାରଙ୍କର ଏହି ନିଷ୍ପତ୍ତିରେ ସାରା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଲାଭାନ୍ୱିତ ହେବେ , ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀଙ୍କ ହିତରେ ନିଆ ଯାଇଥିବା ଏକ ବହୁତ ବଡ଼ ନିଷ୍ପତ୍ତି ମନେକରାଯାଉଛି। ପରିବହନ ମନ୍ତ୍ରୀ କହିଛନ୍ତି କି ,ପରିବହନ ବିଭାଗ ଦ୍ୱାରା ଶୈକ୍ଷଣିକ ସଂସ୍ଥାନରୁ ସର୍ବାଧିକ ୧୫୦ କିଲୋମିଟରର ସୀମା ଯାଏ ବସ୍‌ ପାସ୍‌ ଜାରି କରାଯିବ, ଯାହା ପୂର୍ବରୁ କେବଳ ୬୦ କିଲୋମିଟର ଯାଏ ଜାରି ହେଉଥିଲା। ଏହି ବସ୍-ପାସ୍‌ ସ୍କୁଲ / କଲେଜ / ସଂସ୍ଥାର ଅଥୋରିଟିଙ୍କ ସନ୍ତୁଷ୍ଟି ଅନୁସାରେ ୬ ମାସିଆ ଆଧାରରେ ଜାରି କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.