ଫୁଲବାଣୀ,୨/୩ : ଫୁଲବାଣୀ ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ସ୍ଥାନୀୟ ନଦୀଖଣ୍ଡି ସାହି ସ୍ଥିତ ନିଜ ସରକାରୀ ବାସଭବନରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗତ ୨୦ ଦିନ ହେବ ଶ୍ରୀ ନାୟକ ଛୁଟିରେ ଥିବାବେଳେ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଥିଲେ । ତାଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲାରେ ଓ ପରିବାର ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିଛି । ସେ ଦିନକ ତଳେ ଭୁବନେଶ୍ୱରରୁ ଫେରିଥିଲେ ।
ସକାଳ ପ୍ରାୟ ୯ଟା ସମୟରେ ତାଙ୍କୁ ଘର ଭିତରେ ଦଉଡ଼ି ଦେଇ ଝୁଲୁଥିବା ଦେଖିବାକୁ ମିଳିଥିଲା । ଟାଉନ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଭୁବନେଶ୍ୱରରେ ରହୁଥିବା ତାଙ୍କ ପରିବାରକୁ ଖବର ଦିଆଯାଇଛି । ତେବେ ଆତ୍ମହତ୍ୟାର କାରଣ ସମ୍ପର୍କରେ କିଛି ଜଣା ପଡ଼ିନାହିଁ ।