ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ହୋଇପାରୁନି ପ୍ରାର୍ଥୀ ଘୋଷଣା, ସୁକାନ୍ତ ଓ ସନ୍ତୋଷ ଏକାଠି

ନୀଳଗିରି,୧୯/୪ : ଚଳିତ ସାଧାରଣ ନିର୍ବାଚନ ପାଇଁ ନୀଳଗିରି ରାଜନୀତି ଓଲଟ ପାଲଟ ହୋଇଛି । ବିଜେଡି ଦଳରେ କିଏ ଟିକେଟ ପାଇବ ଏ ନେଇ ଛକା ପଞ୍ଝା ଚାଲିଥିବାବେଳେ ଆଜି ବାଲେଶ୍ଵର ନୋସିରେ ଚାଲିଥିବା ସାଂଗଠନିକ ବୈଠକରେ ସନ୍ତୋଷ ଖଟୁଆ ଓ ସୁକାନ୍ତ ନାୟକ ଏକାଠି ହେବା ନେଇ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ଦୃଢ଼ ନେତୃତ୍ୱ ଉପରେ ଆଖି ରଖିଥିବାବେଳେ ବିଜେଡି ଟିକେଟ ଘୋଷଣାକୁ ଅପେକ୍ଷା କରିଛି ବିଜେପି । ଏଭଳି ଗୋଳିଆ ଘାଣ୍ଟିଆ ରାଜନୀତି ଭିତରେ ବିଜେଡି ପ୍ରଚାର ପ୍ରସାର କ୍ଷେତ୍ରରେ ଆଗେଇ ଯାଇଥିବାବେଳେ ବିଜେପି ବ୍ୟାକ ଫୁଟରେ ରହିଛି ସତ ବିଜେଡି ଦଳରେ ବିସ୍ଫୋରଣକୁ ଅପେକ୍ଷା କରିଥିବା ଜଣାପଡିଛି । 

ଚଳିତ ନିର୍ବାଚନ ପାଇଁ ନୀଳଗିରି ରାଜନୀତି ତାତି ବୃଦ୍ଧି ପାଇଛି। ଏ ନେଇ ସବୁଦଳ ନିଜନିଜର ରଣନୀତି ଆପଣେଇଛନ୍ତି । ବିଜେପି ଛାଡି ବିଜେଡି ଦଳକୁ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଗଲା ପରେ ଏବେ ବିଜେଡି ଦଳରେ ବିସ୍ଫୋରଣ ପରିସ୍ଥିତି ସୃଷ୍ଟି ହୋଇଛି । ୫ ବର୍ଷରେ ଦଳର ନେତୃତ୍ୱ ନେଇ ସଫଳତା ଆଣିଥିବା ବେଳେ ସୁକାନ୍ତଙ୍କ ଦଳକୁ ଆସିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।ନିଜେ ବିଧାୟକ ଭାବେ ଆଶାୟୀ ଥିବାବେଳେ ବିଧାୟକ ମଧ୍ୟ ପାର୍ଥି ଭାବେ ପ୍ରତିଦ୍ୱନ୍ଦୀ ହୋଇପଡିଛନ୍ତି । ଏବେ ଉଭୟ ପ୍ରତ୍ୟେକ ପଞ୍ଚାୟତ ଓ ଏନଏସିରେ ନିଜର ନିଜର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଦଳୀୟ ବ୍ୟାନର ମଧ୍ୟ ଲାଗୁଛି । ଏହା ହିଁ ଉପରିସ୍ଥ ନେତୃତ୍ୱ ଚାହ୍ନୁଛନ୍ତି। 

ବିଜେପି କିମ୍ବା କଂଗ୍ରେସ ସଭାସମିତି ଆରମ୍ବ କରିନଥିବା ବେଳେ ଦଳୀୟ ବ୍ୟାନର ମଧ୍ୟ ଲୋକ ଲୋଚନକୁ ଆସି ନାହିଁ। ଏହା ହିଁ ବିଜେଡିର ଶୀର୍ଷ ନେତୃତ୍ୱ ରଣନୀତି ଆପଣେଇଛନ୍ତି।ପ୍ରାର୍ଥୀ ଘୋଷଣା ପରେ ଦଳରେ ବିଦ୍ରୋହ ହେବା ଆଭାସ ଥିବା ଜାଣି ଗାଁଗାଁରେ ବିଜେଡିର ମାହୋଲ ତିଆରି କରିନେବା ଏହି ରଣନୀତି ଅପଣେଇଛି ଦଳ।ବିଜେପି ବିଜେଡିର କନ୍ଦଳ କୁ ଅପେକ୍ଷା କରି ପ୍ରଚାର ପ୍ରସାର କ୍ଷେତ୍ରରେ ବେକଫୁଡ଼ କୁ ଯାଇଥିବା ଚର୍ଚ୍ଚା ହେଉଛି। ତେବେ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରତାପ ଦେବଙ୍କ ନେତୃତ୍ୱରେ ଆୟୋଜିତ ସାଂଗଠନିକ ବୈଠକ।ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ଙ୍କ ସମେତ ଘୋଷିତ ବିଧାୟକ ପ୍ରାର୍ଥୀ, ଆଶାୟୀ ପ୍ରାର୍ଥୀ,ଜିଲ୍ଲାର ପଦାଧିକାରୀ ମାନେ ଉପସ୍ଥିତ ଥିବା ବେଳେ ନୀଳଗିରି ର ଦୁଇ ମହାରଥୀ ସୁକାନ୍ତ ନାୟକ ଓ ସନ୍ତୋଷ ଖଟୁଆ ଏକାଠି ହୋଇଥିବା ନଜରକୁ ଆସିଛି।ସନ୍ତୋଷ ଖଟୁଆ ନିଜର ସମର୍ଥକଙ୍କ ସହ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ସାମନ୍ତ ସିହାରଙ୍କୁ ପୁଷ୍ପଗୁଛ ଦେଇଥିବା ବେଳେ ବୈଠକରେ ଉପସ୍ଥିତ ଥିଲେ।ବିଧାୟକ ଇଂ ନାୟକ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି। ଉଭୟ ରିଲାକ୍ସ ମୋଡ଼ରେ ଥିବାବେଳେ ସନ୍ତୋଷ ଙ୍କ ସମର୍ଥକ ଟିକେଟ କଥା ଆଗେ ଆଲୋଚନା କରନ୍ତୁ ସଂଗଠନ ନୀଳଗିରି ରେ ଠିକ ଅଛି ବୋଲି କହିଥିବା ସୂଚନା ମିଳିଛି।ସେହିପରି ଭୋଗରାଇ ରୁ ଆସିଥିବା କିଛି ବିଜେଡି ସମର୍ଥକ ଙ୍କର ପ୍ରଶ୍ନ ମଧ୍ୟ ସମାନ ଥିଲା। ତେବେ ନୀଳଗିରି ବିଜେଡିରେ ପାର୍ଥି ଘୋଷଣା ପରେ ଏକ ବିରାଟ ବିସ୍ଫୋରଣ ଜାଣି ଉପରିସ୍ଥ ନେତା ସୁକାନ୍ତ ଓ ସନ୍ତୋଷ ଙ୍କୁ ଏକାଠି କରୁଥିବା ଯୋଜନା କରୁଥିବା ବେଳେ ପ୍ରାର୍ଥୀରୁ ନିରାଶ ବ୍ୟକ୍ତତ୍ୱଙ୍କୁ ଥଇଥାନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବୋଲି ଚର୍ଚ୍ଚା ହେଉଛି। 

ଏଭଳି ଘଟଣା ପାଇଁ ପ୍ରାର୍ଥୀ ଘୋଷଣା ବିଳମ୍ବ କରି ଗାଁରେ ସାଂଗଠନିକ ଶକ୍ତି ବୃଦ୍ଧି କରୁଥିବା ଜଣାପଡିଛି।ତେବେ ବିଜେପି ପ୍ରଚାର ପ୍ରସାର କ୍ଷେତ୍ରରେ  ବେକଫୁଡ଼ରେ ଥିବାବେଳେ ପ୍ରତ୍ୟେକ ନିର୍ବାଚନ ସମୟରେ ଦଳର ଚାଣକ୍ୟ କୁହାଯାଉଥିବା ପ୍ରତାପ ଷଡ଼ଙ୍ଗୀ କିଛିନା କିଛି ଗୋଟି ଚାଳନା କରିବା ନଜିର ଥିବା ବେଳେ କଣ ରହିଛି ତାଙ୍କର ରଣନୀତି ତାହା ଉପରେ ସମସ୍ତଙ୍କର ନଜର ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.