ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଛତିଶଗଡ ସୁକମାରେ ନକ୍ସଲଙ୍କ ଦ୍ବାରା IED ବିସ୍ଫୋରଣ, ୨ CRPF ଯବାନ ସହିଦ୍…

ନୂଆଦିଲ୍ଲୀ: ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲମାନେ IED ବିସ୍ଫୋରଣ କରିଛନ୍ତି । ଯବାନ ମାନଙ୍କ ଗତିବିଧି ମଧ୍ୟରେ ସିଲଗର ଅଞ୍ଚଳରେ ନକ୍ସଲମାନେ ଏକ IED ବିସ୍ଫୋରଣ କରିଛନ୍ତି । ନକ୍ସଲମାନେ ସ ଯବାନ ମାନଙ୍କ ଟ୍ରକକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି । ଏହି ଘଟଣାରେ ଦୁଇଜଣ CRPF ଯବାନ ସହିଦ ହୋଇଥିବା ବେଳେ ଆଉ କିଛି ଯବାନ ଆହତ ହୋଇଥିବା ଜଣାଯାଇଛି । ସୁକମା ଏସପି କିରଣ ଚୌହାନ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି।

ଏସପି କିରଣ ଚୌହାନ କହିଛନ୍ତି ଯେ, ଜଗରଗୁଣ୍ଡା ଅଞ୍ଚଳ ଅନ୍ତର୍ଗତ କ୍ୟାମ୍ପ ସିଲଗରରୁ ୨୦୧ କୋବ୍ରା ବାହିନୀର ଆଡଭାନ୍ସ ପାର୍ଟି ROP ଡ୍ୟୁଟି ସମୟରେ କ୍ୟାମ୍ପ ଟେକାଲଗୁଡେମକୁ ଯାଉଥିଲେ । ଏହି କନଭେନରେ ଟ୍ରକ ଏବଂ ମୋଟରସାଇକେଲ ସାମିଲ ଥିଲା । କ୍ୟାମ୍ପ ସିଲଗରରୁ ଟେକାଲଗୁଡେମ ଅଭିମୁଖେ ଯବାନ ମାନେ ଯାଉଥିବା ସମୟରେ ନକ୍ସଲମାନେ ଏକ IED ବିସ୍ଫୋରଣ କରିଥିଲେ।

ଆଜି (ରବିବାର) ଅପରାହ୍ନ ୩ ଟା ସମୟରେ ସୁରକ୍ଷା ବାହିନୀର ଗତିବିଧି ସମୟରେ ୨୦୧ କୋବ୍ରା ବାହନୀର ଟ୍ରକ୍ IED ବିସ୍ଫୋରଣର ଶିକାର ହୋଇଛି । ଯେଉଁଥିରେ ଟ୍ରକ ଡ୍ରାଇଭର ଏବଂ ସହ-ଡ୍ରାଇଭର ଘଟଣାସ୍ଥଳରେ ଶହୀଦ ହୋଇଛନ୍ତି । ଅନ୍ୟ ସମସ୍ତ ସୈନିକ ସୁରକ୍ଷିତ ଅଛନ୍ତି । ସହିଦ ହୋଇଥିବା ସୈନିକମାନଙ୍କ ନାମ ବିଷ୍ଣୁ ଆର ଏବଂ ଶୈଲେନ୍ଦ୍ର ବୋଲି କୁହାଯାଉଛି । ସହିଦ ସୈନିକମାନଙ୍କ ମୃତଦେହକୁ ଘଟଣାସ୍ଥଳରୁ ବାହାର କରାଯାଉଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.