ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖରା ଛୁଟିରେ ଶିକ୍ଷକଙ୍କୁ ଟାସ୍କ: ଏସ୍‌ଏ-୨ ରେଜଲ୍ଟର ହେବ ସମୀକ୍ଷା, ଉନ୍ନତି ପାଇଁ ହେବ ଏକ୍ସଟ୍ରା କ୍ଲାସ

ଭୁବନେଶ୍ୱର,୨୩/୦୪: ଗ୍ରୀଷ୍ମ ପ୍ରବାହ ପାଇଁ ଆସନ୍ତା ୨୫ରୁ ରାଜ୍ୟର ସମସ୍ତ ସ୍କୁଲ୍‌ରେ ଖରା ଛୁଟି ଘୋଷଣା କରାଯାଇଛି । ଗ୍ରୀଷ୍ମ ଅବକାଶକାଳୀନ ପାଠପଢ଼ା ପାଇଁ ଏବେଠୁ ସରକାରୀ  ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରାଯାଇଛି ।  ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ମାନେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଏକ ସ୍ୱତନ୍ତ୍ର  ଚିଠି କରିଛନ୍ତି । 

ଖରାଛୁଟି ସମୟରେ ବହି ବଣ୍ଟନ  କରାଯିବ। ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଜାରି ହୋଇଥିବା ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ରୁଟିନ୍‌ ପ୍ରସ୍ତୁତ କରାଯିବ । ଏସ୍‌ଏ-୨ ପରୀକ୍ଷା ଫଳକୁ ସମୀକ୍ଷା କରାଯିବ । କିପରି ଅଧିକ ଭଲ ରେଜଲ୍ଟ  ହୋଇପାରିବ ସେନେଇ ଯୋଜନା  ପ୍ରସ୍ତୁତ କରାଯିବ । ଏକ୍ସଟ୍ରା କ୍ଲାସ ପାଇଁ  ଯୋଜନା ହେବ । ପ୍ରତ୍ୟେକ କ୍ଲାସ ଏବଂ  ବିଷୟବସ୍ତୁ ପାଇଁ ଲେସନ୍‌ ପ୍ଲାନ ହେବ ।  ଅବକାଶକାଳୀନ ଛୁଟିରେ ପିଲାଙ୍କୁ  ଶିକ୍ଷକମାନେ ହୋମୱାର୍କ ଦେବେ । ସ୍କୁଲ  ଖୋଲିବା ପୂର୍ବରୁ ଭଙ୍ଗାରୁଜା ଜିନିଷର  ମରାମତି କରାଯିବ । ସ୍କୁଲ୍‌ ଖୋଲିବାର  ୨ଦିନ ପୂର୍ବରୁ ସ୍କୁଲ କ୍ୟାମ୍ପସକୁ ପରିଷ୍କାର  କରାଯିବ । ଶୌଚାଳୟ ଓ ପାନୀୟଜଳ  ବ୍ୟବସ୍ଥାର ଯାଞ୍ଚ ସହ ସୁନିଶ୍ଚିତ କରିବାକୁ  କୁହାଯାଇଛି । ପ୍ରଧାନଶିକ୍ଷକମାନେ ସ୍କୁଲ  ବିଭିନ୍ନ ସମସ୍ୟାକୁ ନେଇ ନିଜର ସ୍କୁଲ  ଶିକ୍ଷକଙ୍କ ସହ ଆଲୋଚନା କରିବେ । ଏହାର ସମାଧାନ ନେଇ ମତାମତ  ସଂଗ୍ରହ କରିବେ । ତେବେ ଗଞ୍ଜାମ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସମସ୍ତ  ସ୍କୁଲକୁ ଚିଠି କରାଯାଇଥିବା ବେଳେ  ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏପରି ଚିଠି  କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.