ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ସୁଟିଂରେ ଠିକ୍ ସମୟରେ ପହଞ୍ଚିଲେନି ସନି ଦେଓଲ, ରାଗରେ ପାଖରେ ଥିବା ସୁଟରୁ ଏହି ଅଭିନେତାଙ୍କୁ ଟାଣି ନେଲେ ନିର୍ଦ୍ଦେଶକ, ହିଟ୍ ହୋଇଗଲା କମେଡ଼ି ସିନ୍

Published By : Prameya | November 29, 2023 9:27 PM

ନୂଆଦିଲ୍ଲୀ,୨୯/୧୧  :  ଅମିର ଖାନ ଏବଂ ସଲମାନ ଖାନଙ୍କ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ ଯେତେଥର ଦେଖିଲେ ବି ହସ ବନ୍ଦ ହେବନି । ଫିଲ୍ମରେ ରବିନା ଟଣ୍ଡନ, କରିଶ୍ମା କପୁର ଏବଂ ପରେଶ ରାଓ୍ବଲ ବି ବହୁତ ଭଲ କମେଡ଼ି ଟାଇମିଂ ସହ ତାହାକୁ ଭଲ କରିଛନ୍ତି । ଏବେ ଏହି ଫିଲ୍ମ ସହ ଯୋଡ଼ି ହୋଇଥିବା ଏକ ସିନ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଟ୍ବିଟର(ଏକ୍ସ)ୟୁଜର ଏହି ସିନ୍ ପ୍ରସ୍ତୁତର ମଜାଳିଆ କାହାଣୀ ବି ସେୟାର କରିଛନ୍ତି । ଆପଣ ଯଦି ଫିଲ୍ମ ଦେଖିଥିବେ ତ ଏହି ସିନ୍ ଆପଣଙ୍କୁ ନିଶ୍ଚିତ ଭାବେ ମନେ ଥିବ । କିନ୍ତୁ ଏହି ସିନ୍ ପଛର କାହାଣୀ ଆଜି ଆମେ ଆପଣଙ୍କୁ କହିବୁ। 

ଏହି ସିନ୍‌ରେ ଗୋବିନ୍ଦା ଏବଂ ଜୁହି ଚାଓ୍ବଲା ଏକାସାଥିରେ ନଜର ଆସୁଛନ୍ତି ଏବଂ ପଛରେ ଅମିର ଖାନ ଛିଡ଼ା ହୋଇଥିବା ନଜର ଆସୁଛନ୍ତି । ସମସ୍ତେ ଜାଣିଛନ୍ତି କି ଗୋବିନ୍ଦାଙ୍କ ଆଗରେ ବହୁତ ଭଲ ଭଲ କମେଡ଼ିଆନ ଫିକା ପଡ଼ିଯିବେ । ଏହି ଫିଲ୍ମରେ କିଛି କ୍ଷଣ ପାଇଁ ନଜର ଆସିଥିବା ଗୋବିନ୍ଦାଙ୍କ ସିନ୍ ଲାଇମ୍ ଲାଇଟରେ ରହିବାକୁ ଯଥେଷ୍ଟ । ଫିଲ୍ମରେ ଗୋବିନ୍ଦାଙ୍କୁ ଜୁହି ଚାଓ୍ବଲାଙ୍କ ସହ ଗୋଟିଏ ସିନ୍ କରିବାରେ ଅଛି ଯେଉଁଥିରେ ସେ ଜୁହି ଚାଓ୍ବଲାଙ୍କୁ ନିଜ ପ୍ରେମକୁ ପ୍ରମାଣିତ କରିବାକୁ ପ୍ରୟାସ କରୁଛନ୍ତି । ଏହି ସିନ୍‌କୁ ଗୋବିନ୍ଦା ଏତେ ଭଲ ଭାବେ କରିଥିଲେ କି ଯିଏ ବି ଦେଖିବ ହସ ରୋକିପାରିବେନି । 


ହସ ସିନ୍‌କୁ ଟ୍ବିଟରରେ ସେୟାର କରି ଜଣେ ୟୁଜର ପୁଲକିତ କୋଚର ଲେଖିଛନ୍ତି କି, ଏହି ସିନ୍‌ରେ ଗୋବିନ୍ଦାଙ୍କ ସ୍ଥାନରେ ସନି ଦେଓ୍ବଲ ହେବାରେ ଥିଲା । କିନ୍ତୁ ସେ ସେଟରେ ପହଞ୍ଚି ପାରିଲେନି । ସେହି ସମୟରେ ଗୋବିନ୍ଦା ପାଖରେ ହିଁ ସୁଟ୍ କରୁଥି‌ଲେ । ନିର୍ଦ୍ଦେଶକ ସେହିଠାରୁ ଗୋବିନ୍ଦାଙ୍କୁ ସେଟକୁ ଆଣିଥିଲେ । ବିନା କୌଣସି ପ୍ରସ୍ତୁତିରେ ଗୋବିନ୍ଦା ଏହି ସିନ୍ ସୁଟ୍ କରିଥିଲେ । କେବଳ ଏତିକି ନୁହେଁ ସେ ଡାଇଲଗ୍ସର ଲାଇନ ବି ଇମ୍ପେ୍ରାବାଇଜ କରି ସିନ୍‌ରେ ଦେଇଥିଲେ । ଏହି ଟ୍ବିଟ ପରେ ବହୁତ ୟୁଜର୍ସ କମେଣ୍ଟ କରିଛନ୍ତି କି ସେ ଏହି ସିନ୍‌ରେ ଗୋବିନ୍ଦାଙ୍କ ବ୍ୟତୀତ ଅନ୍ୟ କାହାର କଳ୍ପନା କରିପାରୁନାହାନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.