ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶରଦ ପାଓ୍ବାରଙ୍କ ଗୋଷ୍ଠୀଙ୍କୁ ନୂଆ ନାଁ ଓ ଦଳୀୟ ଚିହ୍ନ, ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ ?

ନୂଆଦିଲ୍ଲୀ,୧୯।୩:  ଶରଦ ପାଓ୍ବାରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ବଡ଼ ଆଶ୍ବସ୍ଥି। ମଙ୍ଗଳବାର କୋର୍ଟ ଶରଦ ପାଓ୍ବାର ଗୋଷ୍ଠୀଙ୍କୁ 

ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପାର୍ଟିର ନାଁ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ-ଶରଦଚନ୍ଦ୍ର ପାଓ୍ବାର’ ବ୍ୟବହାର କରିବା ଓ ଦଳୀୟ ଚିହ୍ନ ’ତୁରୀ ବଜାଉଥିବା ବ୍ୟକ୍ତି’ଙ୍କର ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ ନିର୍ବାଚନ କମିଶନଙ୍କୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦଚନ୍ଦ୍ର ପାଓ୍ବାର’, ନିର୍ବାଚନୀ ଚିହ୍ନ ‘ତୁରୀ ବଜାଉଥିବା ବ୍ୟକ୍ତି’କୁ ମାନ୍ୟତା ଦେବାର ନିର୍ଦେଶ ମଧ୍ୟ ଦେଇଛନ୍ତି। ଏହା ସହିତ କମିଶନକୁ ନିର୍ଦେଶ ଦେଇଛନ୍ତି ଚିହ୍ନକୁ ଅନ୍ୟ କାହାକୁ ଆବଣ୍ଟନ କରାନଯାଉ।

ସୁପ୍ରିମକୋର୍ଟଙ୍କ ଠାରୁ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଗୋଷ୍ଠୀକୁ ଝଟକା ଲାଗିଛି। କୋର୍ଟ କହିଛନ୍ତି, ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ବର୍ତ୍ତମାନ ଏନସିପିର ନିର୍ବାଚନୀ ଚିହ୍ନ ‘ଘଣ୍ଟା’ର ବ୍ୟବହାର ନକରୁ, କିନ୍ତୁ ସେ ସାର୍ବଜନୀନ ନୋଟିସ୍ ଜାରି କରି କୁହନ୍ତୁ ଯେ,, ଘଡି ଚିହ୍ନ ବିଚାରଧୀନ ରହିଛି ବୋଲି ଏହାର ଘୋଷଣା କରିବେ। ନିକଟରେ ଅଜିତ ପାଓ୍ବାରଙ୍କ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ୍‌ ପ୍ରକୃତ ଏନ୍‌ସିପି ରୂପରେ ମାନ୍ୟତା ଦେଇଥିଲା ଓ ତାଙ୍କୁ ଦଳୀୟ ଚିହ୍ନ ‘ଘଡି’ ଆବଣ୍ଟିତ କରିଥିଲା। 

ଉଲ୍ଲେଖନୀୟ ଯେ, ଅଜିତ ପାଓ୍ବାର ନିଜ ଦାଦା ଶରଦ ପାଓ୍ବାରଙ୍କ ସହ ବିଦ୍ରୋହ କରିଥିଲେ। ଏହାପରେ ବିଜେପି ଓ ସିଏମ୍ ଏକନାଥ ସିନ୍ଦେଙ୍କ ଶୀବସେନା ମେଣ୍ଟ ସରକାରରେ ସାମିଲ ହୋଇଯାଇଥିଲେ ଓ ନିଜେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସହ ଏନ୍‌ସିପି ହୋଇଯାଇଥିଲା ଦୁଇ ଫାଳ। ଦୁଇ ଗୋଷ୍ଠୀ ଭିତରେ ଦଳୀୟ ଚିହ୍ନକୁ ନେଇ ଆରମ୍ଭ ହୋଇଥିଲା ବିବାଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.