ନୂଆଦିଲ୍ଲୀ,୧୪/୦୮: ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ ୧ ଏପ୍ରିଲ ୨୦୦୫ ପରଠାରୁ ଖଣି କମ୍ପାନୀଗୁଡ଼ିକରୁ ଖଣିଜ ପଦାର୍ଥ ଉପରେ ବକେୟା ରୟାଲ୍ଟି ଅସୁଲ କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆସନ୍ତା ୧୨ ବର୍ଷ ମଧ୍ୟରେ ଖଣିଜ ସମୃଦ୍ଧ ରାଜ୍ୟଗୁଡିକୁ କେନ୍ଦ୍ର ଏବଂ ଖଣି କମ୍ପାନୀଗୁଡିକ ଦ୍ବାରା ବକେୟା ଦେୟ କିସ୍ତି ସ୍ବରୁପ ପ୍ରଦାନ କରାଯାଇପାରିବ। ଏହା ସହିତ ଖଣିଜ ସମ୍ପଦଭରା ରାଜ୍ୟମାନଙ୍କୁ ରୟାଲଟି ଦେୟ ଉପରେ କୌଣସି ଜରିମାନା ଆଦାୟ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନିକ ଖଣ୍ଡପୀଠ ମୁଖ୍ୟ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୁଡ କହିଛନ୍ତି ଯେ, 'ରାଜ୍ୟମାନେ ଅତୀତର ଟିକସ ଦାବି କରିପାରନ୍ତି, କିନ୍ତୁ ସର୍ତ୍ତ ଅନୁଯାୟୀ ଏହା ୧ ଏପ୍ରିଲ୍ ୨୦୦୫ ପୂର୍ବରୁ କାରବାରରେ ଲାଗୁ ହେବ ନାହିଁ'।
ନଅଜଣିଆ ଖଣ୍ଡପୀଠରେ ଥିବା ବିଚାରପତିମାନଙ୍କ ବହୁମତ କ୍ରମେ ନିଷ୍ପତ୍ତିରେ କୁହାଯାଇଛି ଯେ, ଏହି ଦସ୍ତାବିଜର ନିଷ୍ପତ୍ତି ପ୍ରଭାବୀ ସାବ୍ୟସ୍ତ ହୋଇପାରେ। ଅତୀତରୁ ଉତ୍ପନ୍ନ ପରିଣାମକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ସର୍ତ୍ତଗୁଡିକ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ରାଜ୍ୟ ନିଷ୍ପତ୍ତିରେ ଦର୍ଶାଯାଇଥିବା ଆଇନ ଅନୁଯାୟୀ ସପ୍ତମ ଅସୂଚୀର ସୂଚି ୨ ର ୪୯ ଏବଂ ୫୦ ସମ୍ବନ୍ଧୀୟ ଟିକସ ଦାବି କିମ୍ବା ନବୀକରଣ କରିପାରନ୍ତି। ୧ ଏପ୍ରିଲ ୨୦୦୫ ପୂର୍ବରୁ କାରବାର ଉପରେ ଟ୍ୟାକ୍ସ ଚାହିଦା ଲାଗୁ ହେବ ନାହିଁ।
ଖଣ୍ଡପିଠ କହିଛନ୍ତି ଯେ, ୨୦୨୬ ମସିହା ଏପ୍ରିଲ୍ ଠାରୁ ଟିକସ ଚାହିଦା ଭରିବାର ସମୟ ୧୨ ବର୍ଷ ମଧ୍ୟରେ କିସ୍ତିରେ ବିଭକ୍ତ ହେବ। ୨୫ ଜୁଲାଇ ୨୦୨୪ ପୂର୍ବରୁ ଅବଧି ପାଇଁ ଦିଆଯାଇଥିବା ଦାବି ଉପରେ ସୁଧ ଏବଂ ଜରିମାନା ଛାଡ଼ କରାଯିବ। ୨୫ ଜୁଲାଇରେ ୮-୧ ବହୁମତ ନିଷ୍ପତ୍ତିରେ ଜଣେ ନଅ ଜଣିଆ ଖଣ୍ଡପୀଠ ନିଜ ଜମିରୁ ବାହାର କରାଯାଇଥିବା ଖଣିଜ ପଦାର୍ଥ ଉପରେ ରୟାଲଟି ଆଦାୟ କରିବାର ଅଧିକାରକୁ ସମର୍ଥନ କରିଥିଲେ ଏବଂ ଖଣି ଥିବା ଜମି ଉପରେ ମଧ୍ୟ ଟିକସ ଆଦାୟ କରିପାରିବେ ବୋଲି କହିଥିଲେ। ଏହି ବହୁମତର ନିଷ୍ପତ୍ତି ସିଜେଆଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ହୃଷିକେଶ ରାୟ, ଏଏସ୍ ଓକା, ଜେବି ପାରଦିଓ୍ବାଲା, ମନୋଜ ମିଶ୍ର, ଉଜ୍ଜ୍ବଳ ଭୁୟାଁ, ସତୀଶ ଚନ୍ଦ୍ର ଶର୍ମା ଏବଂ ଅଗଷ୍ଟିନ ଜର୍ଜ ମସିହ ଶୁଣାଣି କରିଥିଲେ। ଜଷ୍ଟିସ୍ ବି.ଭି. ନାଗରଥନା ଏଥିରେ ସହମତ ନଥିଲେ।