ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତ୍ରୁଟିପୂର୍ଣ୍ଣ ଏଡ୍‌ସ ପରୀକ୍ଷା ମାମଲା, ଯବାନଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦେବ ସେନା

ନୂଆଦିଲ୍ଲୀ, ୨୨/୦୩ : ତ୍ରୁଟିପୂର୍ଣ୍ଣ ଏଡ୍‌ସ ରିପୋର୍ଟକୁ ଆଧାର କରି ଚାକିରିରୁ ବରଖାସ୍ତ କରିଥିବା ଜଣେ ଯବାନଙ୍କୁ ସେନା ୫୦ ଲକ୍ଷ ଟଙ୍କା କ୍ଷତପୂରଣ ଦେବ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସେନାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେନା ଡାକ୍ତରଙ୍କ ଭୁଲ ରିପୋର୍ଟ ଯୋଗୁ ଯବାନ ଜଣକ ଗଭୀର ମାନସିକ ଆଘାତ ଓ ସାମାଜିକ ଲାଞ୍ଛନାର ସମ୍ମୁଖୀନ ହେବା ସହ ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିଲେ । ସମ୍ପୃକ୍ତ ଯବାନଙ୍କ ପ୍ରତି ଉଦାସୀନତା ପାଇଁ ସର୍ବୋଚ୍ଚ ଅଦାଲତ ସେନାକୁ ଭର୍ତ୍ସନା କରିଛନ୍ତି । 

ଯବାନଙ୍କ ନାମ ସତ୍ୟାନନ୍ଦ ସିଂହ (୫୦ ବର୍ଷ) ଓ ସେନାରେ ସେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ । ୨୦୦୧ରେ ସେନା ଡାକ୍ତରଙ୍କ ଭୁଲ ରିପୋର୍ଟରେ ସେ ଏଚ୍‌ଆଇଭି ପଜିଟିଭ୍‌ ଥିବା କୁହାଯାଇଥିଲା । ଏଥିଯୋଗୁ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ବରଖାସ୍ତ ସମୟରେ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ସେ ୧୯୯୩ ଅକ୍ଟୋବର ୩୦ରେ ସେନାରେ ଭର୍ତ୍ତି ହୋଇଥିଲେ । ଗଭୀର ମାନସିକ ଯାତନା, ଚାକିରି ହରାଇବା, ସାମାଜିକ ଲାଞ୍ଛନା, ନିଶ୍ଚିତ ମୃତ୍ୟୁ ଭିତରେ ବଞ୍ଚିବା ସହ ସିଂହ ନ୍ୟାୟ ପାଇବା ଲାଗି ସେନା ଟ୍ରିବ୍ୟୁନାଲ ଠାରୁ ଆରମ୍ଭ କରି ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଦୀର୍ଘ ଆଇନଗତ ଲଢ଼େଇ ଲଢ଼ିଥିଲେ । ସୁପ୍ରିମକୋର୍ଟର ବିଚାରପତି ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ବୟସ କାରଣରୁ ସିଂହଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରାଯିବା ଆଉ ସମ୍ଭବ ନୁହେଁ । ସେ ଯେଉଁ ଭଳି ଭାବେ ମାନସିକ, ଶାରୀରିକ ଓ ଆର୍ଥିକ ସଙ୍କଟର ସାମ୍‌ନା କରିଛନ୍ତି ତାଙ୍କ ପାଇଁ ଆର୍ଥିକ କ୍ଷତିପୂରଣ ଉପଯୁକ୍ତ ହୋଇପାରିବ । ତେଣୁ ରାୟ ପ୍ରକାଶର ୮ ସପ୍ତାହ ଭିତରେ ସିଂହଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଲାଗି ଖଣ୍ଡପୀଠ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେନାରେ ଚାକିରି କରୁଥିଲେ ପଦୋନ୍ନତି ସହ ସେ ପାଇବାକୁ ଥିବା ପେନସନ ବାବଦ ଅର୍ଥ ମଧ୍ୟ ସିଂହଙ୍କୁ ଦେବା ଲାଗି ସୁପ୍ରିମକୋର୍ଟ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.