ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ଥି; ପତଞ୍ଜଳି ବିଜ୍ଞାପନ ମାମଲାରେ ମାମହାନୀ ମାମଲା ହେଲା ଶେଷ

ନୂଆଦିଲ୍ଲୀ,୧୩/୦୮: ପତଞ୍ଜଳି 'ବିଭ୍ରାନ୍ତିକର ବିଜ୍ଞାପନ ମାମଲା'ରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକ୍ରିଷ୍ଣଙ୍କୁ ସୁପ୍ରିମକୋର୍ଟ ଆଶ୍ବସ୍ତି ପ୍ରଦାନ କରିଛନ୍ତି। କୋର୍ଟ ଏହି ମାନହାନୀ ମାମଲାରେ ପୁର୍ଣ୍ଣଛେଦ ପକାଇଛନ୍ତି। ପତଞ୍ଜଳି ଉତ୍ପାଦ ବିଷୟରେ ବିଭ୍ରାନ୍ତିକର ବିଜ୍ଞାପନ ଦେବା ମାମଲାରେ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡର କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବା ପରେ କୋର୍ଟ ମାନହାନି ମକଦ୍ଦମା ବନ୍ଦ କରିଛନ୍ତି।

ଯୋଗ ଗୁରୁ ବାଳକ୍ରିଷ୍ଣ ଏବଂ କମ୍ପାନୀର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଗୌତମ ତାଲୁକଦାର କହିଛନ୍ତି ଯେ ରାମଦେବ, ବାଲକ୍ରିଷ୍ଣ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଆଧାରରେ କୋର୍ଟ ଏହି ଅବମାନନା ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି। କୋର୍ଟ ନୋଟିସରେ ଏହାର ନିର୍ଦ୍ଦେଶ ସଂରକ୍ଷିତ କରିସାରିଛି। 

ସର୍ବୋଚ୍ଚ ଅଦାଲତ ଭାରତୀୟ ମେଡିକାଲ ଆସୋସିଏସ୍‌ (ଆଇଏମ୍‌ଏ) ପକ୍ଷରୁ ଦାଖଲ ଆବେଦନର ଶୁଣାଣି କରିଛନ୍ତି, ଯେଉଁଥିରେ କୋଭିଡ ଟିକାକରଣ ଅଭିଯାନ ଓ ଚିକତ୍ସାର ଆଧୁନିକ ପ୍ରଣାଳି ବିରୁଦ୍ଧରେ ମାନହାନୀ ଅଭିଯାନର ଅଭିଯୋଗ କରାଯାଇଥିଲା। ୨୧ ନଭେମ୍ବର ୨୦୨୩ର ନିର୍ଦ୍ଦେଶ କ୍ରମେ ଅଦାଲତ କହିଥିଲେ ଯେ, ପ୍ରତଞ୍ଚଳୀ ଆୟୁର୍ବେଦର ପ୍ରତିନିଧିତ୍ବ କରୁଥିବା ଓକିଲ କୋର୍ଟକୁ ଆଶ୍ବାସନା ଦେଇଥିଲେ ଯେ, ଏବେ ଠାରୁ କୌଣସି ନିୟମ ଓ ଆଇନର ଉଲଙ୍ଘନ କରାଯିବ ନାହିଁ। 

ପତଞ୍ଜଳି ଆୟୁର୍ବେଦ ପକ୍ଷରୁ କୋର୍ଟଙ୍କୁ କହିଛନ୍ତି ଯେ, ଉତ୍ପାଦିତ ତଥା ବଜାରରେ ଉତ୍ପାଦିତ ସାମଗ୍ରୀର ବିଜ୍ଞାପନ କିମ୍ବା ବ୍ରାଣ୍ଡିଂ ସହ ଜଡ଼ିତ କୌଣସି ଆଇନ ଉଲ୍ଲଂଘନ ହେବ ନାହିଁ। କଂପାନିର ନିର୍ଦ୍ଦିଷ୍ଟ ନିଶ୍ଚିତତା ଏବଂ ଗଣମାଧ୍ୟମରେ ପରବର୍ତ୍ତୀ ବିବୃତ୍ତି ପାଳନ ନକରିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ପତଞ୍ଜଳୀ ବିରୋଧରେ ଅବମାନନା ପ୍ରକ୍ରିୟା କାହିଁକି ଆରମ୍ଭ ହେବ ନାହିଁ ଏହାର କାରଣ ଦର୍ଶାଇବାକୁ କୋର୍ଟ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଥିଲେ। ତମାମ ମାମଲାକୁ ଆଜି କୋର୍ଟ ଶେଷ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.