ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସମଲିଙ୍ଗୀ ବିବାହ ମାମଲାରେ ରିଭ୍ୟୁ ପିଟିସନ, ଖୋଲା କୋର୍ଟରେ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦/୦୭ : ସମଲିଙ୍ଗୀ ବିବାହ ମାମଲାରେ ହୋଇଥିବା ରିଭ୍ୟୁ ପିଟିସନ ଉପରେ ଖୋଲା କୋର୍ଟରେ ଶୁଣାଣି ଲାଗି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼ ମଙ୍ଗଳବାର ମନା କରିଦେଇଛନ୍ତି । ୨୦୨୩ ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରିଦେଇଥିଲେ । ଏନେଇ ସଂସଦରେ ଆଇନ ଅଣାଯିବା ଜରୁରି ବୋଲି କହିଥିଲେ। ତେବେ ସମଲିଙ୍ଗୀ ସମୁଦାୟ ସହ ଯେପରି କୌଣସି ପ୍ରକାର ଭେଦଭାବ ନ ହୁଏ ତାହା କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । 

ସର୍ବୋଚ୍ଚ ଅଦାଲତ ଗତବର୍ଷ ଦେଇଥିବା ଏହି ରାୟ ଉପରେ ୫୬ ରିଭ୍ୟୁ ପିଟିସନ ହୋଇଛି । ୧୦ ତାରିଖ ଅର୍ଥାତ ବୁଧବାର ଅପରାହ୍ନ ସାଢ଼େ ୧ଟାରେ ଏହା ଉପରେ ଶୁଣାଣି ହେବ । ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏବଂ ଏନ୍‌.କେ କୌଲ ସିଜେଆଇଙ୍କୁ ଏହି ପିଟିସନର ଶୁଣାଣି ଖୋଲାକୋର୍ଟରେ କରିବା ଲାଗି ଦାବି କରିଥିଲେ । ଏକ ଅଲଗା ଚାମ୍ବରରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ ମନା କରିଥିବା ରାୟର ସମୀକ୍ଷା ଲାଗି ହୋଇଥିବା ପିଟିସନର ଶୁଣାଣି ହେବ ବୋଲି ସିଜେଆଇ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.